ETV Bharat / state

ଶନିବାର ହେଲେ ଘାଟି ଅଞ୍ଚଳର ସ୍କୁଲ ବନ୍ଦ, ଆସୁ ନାହାନ୍ତି ଶିକ୍ଷକ

author img

By ETV Bharat Odisha Team

Published : Mar 11, 2024, 2:29 PM IST

Teachers not come to school on Saturday: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଶନିବାର ହେଲେ ମାଲକାନଗିରିର ଘାଟି ଅଞ୍ଚଳର ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ । ଅଧିକ ପଢନ୍ତୁ

ଶନିବାର ହେଲେ ଘାଟି ଅଞ୍ଚଳର ସ୍କୁଲ ବନ୍ଦ, ଆସୁ ନାହାନ୍ତି ଶିକ୍ଷକ
ଶନିବାର ହେଲେ ଘାଟି ଅଞ୍ଚଳର ସ୍କୁଲ ବନ୍ଦ, ଆସୁ ନାହାନ୍ତି ଶିକ୍ଷକ
ଶନିବାର ହେଲେ ଘାଟି ଅଞ୍ଚଳର ସ୍କୁଲ ବନ୍ଦ, ଆସୁ ନାହାନ୍ତି ଶିକ୍ଷକ

ମାଲକାନଗିରି: ଶନିବାର ହେଲେ ଘାଟି ଅଞ୍ଚଳରେ ରହିଥିବା ସ୍କୁଲଗୁଡିକୁ ଯାଉନାହାନ୍ତି ଶିକ୍ଷକ । କେଉଁଠି ଶିକ୍ଷକ ନଆସିବାରୁ ସ୍କୁଲ ବନ୍ଦ ରହୁଥିବା ବେଳେ ଆଉ କେତେକ ସ୍ଥାନରେ ରୋଷେୟା ହିଁ ସ୍କୁଲ ଖୋଲି ପିଲାଙ୍କୁ ଖାଇବାକୁ ଦେବା ପରେ ଘରକୁ ପଠାଇ ଦେଉଥିବା ଦେଖିବାକୁ ମିଳିଛି । ପ୍ରାୟ ଶନିବାର ହେଲେ ଘାଟି ଅଞ୍ଚଳରେ ଶିକ୍ଷକମାନେ ଯାଉନଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲତ ଅନ୍ତର୍ଗତ ତେଲାରାଇ, କୁର୍ମାନୁର ଓ ମାନ୍ୟମକୋଣ୍ଡା ପଞ୍ଚାୟତର ବିଭିନ୍ନ ଘାଟି ଅଞ୍ଚଳର ସ୍କୁଲ ଗୁଡିକରେ ତାଲା ଝୁଲୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସରକାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଶିକ୍ଷା ବିଭାଗର କର୍ମଚାରୀଙ୍କ ଉଦାସୀନତା ଲାଗି ଅନେକ ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ପିଲାଙ୍କୁ ଉଚିତ ଶିକ୍ଷା ମିଳିପାରୁ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ଜିଲ୍ଲାର ଏଲକାନୁର ଗ୍ରାମରେ ଶିକ୍ଷକ ଆସିନଥିବାରୁ ଅସ୍ଥାୟୀ ଭାବେ ଏହି ସ୍କୁଲ ବନ୍ଦ ରହିଥିଲା । ସ୍ଥାନୀୟ ପିଲା ନିକଟସ୍ଥ ଚାଷ ଜମିରେ ଖେଳକୁଦ କରୁଥିବା ବେଳେ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ସମାନ ଚିତ୍ର ଦୁଲାଗାଣ୍ଡି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଠାରେ ଶିକ୍ଷକଙ୍କ ଅନୁପସ୍ଥିତି ଓ ରୋଷେଇ ପାଇଁ ସାମଗ୍ରୀ ଦେଇନଥିବାରୁ ମଧ୍ୟାହ୍ନ ଭୋଜନ ଦିଆଯାଇ ପାରିନଥିବା ରୋଷେୟା କାକାରା କାରାମା କହିଛନ୍ତି ।

ଅନ୍ୟପଟେ ଏରାବାଟି ସ୍କୁଲରେ ମଧ୍ୟ ଶନିବାର ଦିନ ଶିକ୍ଷକ ନଆସିବାରୁ ପାଠପଢା ସହ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥିଲେ କୁନିକୁନି ପିଲା । ତେବେ ସିଲକାନମାମୁଡି ଗ୍ରାମରେ ରହିଥିବା ସ୍କୁଲରେ ଶିକ୍ଷକ ଆସିନଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଓ ଉପସ୍ଥାନ ପକାଇବା ପାଇଁ ରୋଷେୟାଙ୍କ ହାତରେ ସ୍କୁଲ ଚାବି ଦିଆଯିବା ଚିତ୍ର ଘାଟି ଇଲାକାର ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି । ସେହିପରି ଶିକ୍ଷକ ନଆସିବାରୁ ଘାଟିଗୁଡ଼ା ସ୍କୁଲ ଖୋଲିନଥିବା ବେଳେ ଚିନ୍ତାଗନାଲ ସ୍କୁଲ ଶିକ୍ଷକ କିଛି ସମୟ ସ୍କୁଲ ଖୋଲି ପରେ ସ୍କୁଲ ବନ୍ଦ କରି ଚାଲି ଯାଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...କାହା ପାଇଁ ମାଳ ମାଳ ଯୋଜନା ? ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ସଂଘ

ଏନେଇ ଆମେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବରୋଇଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, "ଘାଟି ଅଞ୍ଚଳରେ ୨୦ଟି ସ୍କୁଲ୍ ରହିଛି । ସେସବୁ ସ୍କୁଲ ଗୁଡିକରେ ଜଣେ ଲେଖାଁଏ ଶିକ୍ଷକ ରହିଛନ୍ତି । ଆଗକୁ ସ୍କୁଲ ଗୁଡିକରେ ବାର୍ଷିକ ପରୀକ୍ଷା ହବାକୁ ଥିବାବେଳେ ଶିକ୍ଷକମାନେ ପ୍ରଶ୍ନ ପତ୍ର ଆଣିବା ପାଇଁ କ୍ଲଷ୍ଟରକୁ ଯାଇଥିବେ । ସେହି ସମୟରେ କେହି ବୋଧହୁଏ ଏମିତି କରିଥିବ । କିନ୍ତୁ ଯାହାବି ହେଲେ ଅଭିଯୋଗର ତଦନ୍ତ କରାଯିବ ।" ଘଟଣାର ତଦନ୍ତ ପାଇଁ ଏକ ଟିମକୁ ସୋମବାର ଉକ୍ତ ସ୍କୁଲଗୁଡିକୁ ପରିଦର୍ଶନ ପାଇଁ ପଠାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.