ETV Bharat / state

ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ, ଟ୍ରେନରେ କରିଥିଲେ ଛାତ୍ରୀଙ୍କୁ ଅସଦାଚରଣ

Teacher Arrested For Misbehaving: ଗତ ୬ ତାରିଖରେ ମାଲକାନଗିରି ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ନାଁରେ ଅସଦାଚରଣ ଅଭିଯୋଗ ହୋଇଥିଲା । ଟ୍ରେନରେ ଫେରୁଥିବା ବେଳେ ଛାତ୍ରୀଙ୍କୁ କରିଥିଲେ ଦୁର୍ବ୍ୟବହାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 14, 2024, 6:39 PM IST

ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ , ଟ୍ରେନରେ କରିଥିଲେ ଛାତ୍ରୀଙ୍କୁ ଅସଦାଚରଣ

ମାଲକାନଗିରି: ଶେଷରେ ଧରାପଡିଲେ ଅଭିଯୁକ୍ତ ଶିକ୍ଷକ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଗିରଫ ହେଲେ ଶିକ୍ଷକ । ଗତ ୬ ତାରିଖରେ ମାଲକାନଗିରି ଏକଲବ୍ୟ ବିଦ୍ୟାଳୟର ଶିକ୍ଷକ ନାଁରେ ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ, ମାଲକାନଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିକ୍ଷକ ବିଭୁତି ଭୂଷଣ ପଣ୍ଡାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସେହି ବିଦ୍ୟାଳୟର ଜଣେ ଛାତ୍ରୀ । ଯାହାକୁ ନେଇ ଗତ ୬ ତାରିଖ ରେ ବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଏହାପରେ ଘଟଣାସ୍ଥଳକୁ ଡିଡବ୍ଲୁ ଓ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚିଥିଲେ । ପରେ ଆବାସିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷକ ବିଭୁତି ଭୁଷଣ ପଣ୍ଡାଙ୍କୁ ଛାତ୍ରୀଙ୍କୁ ଅସଦାଚରଣ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀ ଓ ପୋଲିସକୁ ଦାବି ଜଣାଇଥିଲେ । ଅଭିଯୁକ୍ତ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର ପାଇଁ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇ ବିଦ୍ୟାଳୟ ସମ୍ମୁଖରେ ବସି ରହିଥିଲେ ଛାତ୍ରଛାତ୍ରୀ ।

ଗତ ଡିସେମ୍ବର ମାସରେ ଅଲ୍ ଇଣ୍ଡିଆ ଇଏମଆରଏସ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟରେ କର୍ଣ୍ଣାଟକରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା । ସେଥିପାଇଁ ମାଲକାନଗିରି ଏକଲବ୍ୟ ଆବାସିକ ବିଦ୍ୟାଳୟର କବାଡି ଓ ଖୋଖୋ ଖେଳ ପାଇଁ ଅଂଶ ଗ୍ରହଣ କରିବା ପାଇଁ ଏହି ବିଦ୍ୟାଳୟର ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର ଖେଳ ଅଭ୍ୟାସ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ବିଭୁତି ଭୂଷଣ ପଣ୍ଡା ସାଙ୍ଗରେ ଦାୟିତ୍ଵରେ ରହିଥିଲେ । ସେଠାରେ କିଛି ଦିନ ଖେଳ ପାଇଁ ପ୍ରାକ୍ଟିସ ଚାଲିଥିଲା । କୌଣସି କାରଣରୁ କର୍ଣ୍ଣାଟକରେ ହେବାକୁ କ୍ରୀଡା ପ୍ରତିଯୋଗିତା ବନ୍ଦ ହୋଇଗଲା । ଦାୟିତ୍ଵରେ ଥିବା ଶିକ୍ଷକ ବିଭୁତି ଭୂଷଣ ପିଲାଙ୍କୁ ନେଇ ଟ୍ରେନରେ ଫେରୁଥିଲେ । ଟ୍ରେନ ଭିତରେ ଜୈନିକ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଛାତ୍ରୀ ଟ୍ରେନ ବଗି ତଳେ ଶୋଇଥିବା ସମୟରେ ଶିକ୍ଷକ ଜଣକ ଛାତ୍ରୀ ଉପରେ ଜୋର ଜବରଦସ୍ତ ଶୋଇଥିଲେ । ଏହାର ଫଟୋ ପ୍ରମାଣ ସ୍ବରୂପ ରଖିଥିଲେ ସାଙ୍ଗରେ ଫେରୁଥିବା କିଛି ଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ ... ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

କିଛି ଦିନ ବିତିଗଲା ପରେ ପୀଡ଼ିତା ଛାତ୍ରୀ ଭୟରେ ଘଟଣା ସଂପର୍କରେ କାହାରିକୁ କହି ନଥିଲେ । ପୀଡ଼ିତା ଛାତ୍ରୀ ନିଜ ସାଙ୍ଗଙ୍କୁ ସମସ୍ତ ଘଟଣା ସଂପର୍କରେ କହିଲା ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ଘେରିଥିଲେ ଏବଂ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଥିଲେ । ପୂର୍ବରୁ ବହୁବାର ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଉକ୍ତ ସମୟରେ ସଂପୃକ୍ତ ଅଭିଯୁକ୍ତ ଶିକ୍ଷକ ଜଣକ ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପୀଡିତାଙ୍କ ପିତା ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେବା ପରେ କେଶ୍ ନମ୍ବର 123/24 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ଶିକ୍ଷକ ବୌଦ୍ଧ ଜିଲ୍ଲାରେ ଜଣେ ସଂପର୍କୀୟଙ୍କ ଘର ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାକୁ ଯାଇ ଗତକାଲି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା । ପରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରିଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ସୁଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.