ETV Bharat / state

ଠିକ ସମୟରେ ମିଳୁନି ଯକ୍ଷ୍ମା ଔଷଧ, ଅଭିଯୋଗ ଆଣିଲେ ରୋଗୀ - Shortage of TB medicines

author img

By ETV Bharat Odisha Team

Published : May 29, 2024, 8:45 AM IST

Shortage of TB medicines in Capital Hospital: ରାଜ୍ୟକୁ ପର୍ଯ୍ୟାପ୍ତ ଯକ୍ଷ୍ମା ଔଷଧ ଯୋଗାଣ ହେଉନଥିବାରୁ କ୍ୟାପିଟାଲ ହସ୍ପିଟାଲରେ ମିଳୁନି ଯକ୍ଷ୍ମା ଔଷଧ । ଅଧିକ ପଢ଼ନ୍ତୁ,

Shortage of TB medicines
Shortage of TB medicines (ETV Bharat Odisha)

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ମିଳୁନି ଯକ୍ଷ୍ମା ଔଷଧ । ବାରମ୍ବାର ହସ୍ପିଟାଲ ଆସି ନୟାନ୍ତ ହେଉଛନ୍ତି ରୋଗୀ। ମାସ ମାସ ଧରି ରୋଗୀଙ୍କୁ ନିୟମିତ ଔଷଧ ମିଳୁନଥିବାରୁ ଯକ୍ଷ୍ମା ବଟିକା ପାଇଁ ଦୂର ଦୂରାନ୍ତରରୁ ଆସି ଅପେକ୍ଷା କରିଥିବା ରୋଗୀ ଅଭିଯୋଗ କରିଛନ୍ତି । ଛଅ ମାସ ଜାଗାରେ ବାର ମାସ ଏବଂ ବାର ମାସ ଜାଗାରେ ୨୪ ମାସ ଧରି ଖାଇବାକୁ ପଡୁଛି ଯକ୍ଷ୍ମା ଔଷଧ। ହେଲେ ସ୍ୱାସ୍ଥ୍ୟ ବିଭାଗର ଅନିୟମିତତା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ନା ରୋଗ ଭଲ ହେଉଛି ନା ଏପଟେ ନିୟମିତ ଔଷଧ ମିଳୁଛି । ହେଲେ ମେଡିକାଲରେ ଟିବି- ବଟିକା ନଥିବାରୁ ନିରାଶ ହୋଇ ଫେରୁଛନ୍ତି ରୋଗୀ।

ଟିବି ରୋଗ ହେଲେ ନିୟମିତ ଔଷଧ ଖାଇଲେ ରୋଗର ନିରାକରଣ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି। ଏହା ସହିତ ବାରମ୍ବାର ଲୋକଙ୍କୁ ସଚେତନତା କରାଯାଉଛି। କେବଳ କ୍ୟାପିଟାଲ୍ ହସ୍ପିଟାଲରେ ବାରଶହରୁ ଅଧିକ ଯକ୍ଷ୍ମା ରୋଗୀ ଚିକିତ୍ସିତ ହେଉଛନ୍ତି। ହେଲେ ବିଗତ ତିନିମାସ ହେବ ନିୟମିତ ମେଡିସିନ ମିଳୁନଥିବାରୁ ରୋଗୀ ଅସୁବିଧା ଭୋଗୁଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦେବାକୁ ନିୟମ ରହିଛି। ହେଲେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଔଷଧ ଅଭାବ ଏବେ ଚିନ୍ତା ବଢାଇଛି। ଯଦି ଠିକ ସମୟରେ ରୋଗୀ ଔଷଧ ସେବନ ନକରିବେ ତାହେଲେ ରୋଗ ଆହୁରି ଜଟିଳ ସ୍ଥିତିକୁ ଗତି କରିବାର ଆଶଙ୍କା ରହିଛି। ଏନେଇ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଯକ୍ଷ୍ମା ରୋଗୀଙ୍କର ଏ ସମସ୍ୟା ବିଷୟରେ ଅବଗତ ଅଛନ୍ତି ଓ ଏନେଇ ଟେଣ୍ଡର ସରିଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।

୨୦୨୫ ସୁଦ୍ଧା ଓଡ଼ିଶାକୁ ଯକ୍ଷ୍ମା ମୁକ୍ତ ରାଜ୍ୟ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ଥିବାବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ହେଲେ ଅନେକ ସମୟରେ ଅନେକ ସ୍ଥାନରେ ରୋଗୀଙ୍କୁ ମିଳୁନାହିଁ ଯକ୍ଷ୍ମା ଔଷଧ। ତେବେ ଏଭଳି ସ୍ଥିତିରେ ତାହା କିପରି ସଫଳ ହେବ ସେ ନେଇ ପ୍ରଶ୍ନ ଉଠିଛି। ଏପଟେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସମସ୍ତ ଜିଲ୍ଲାରେ ମେଡିସିନ ଯୋଗାଇ ଦିଆଯାଉଛି। ଏକ ମାସ ପର୍ଯ୍ୟନ୍ତ ପାଇଁ ମେଡିସିନ ରହିଛି। ତେବେ ଫେବୃଆରୀ ମାସ ପର ଠାରୁ ଯକ୍ଷ୍ମା ଔଷଧରେ ଅଭାବ ଦେଖାଦେଇଛି।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - 4 Death In Sunstroke In Odisha

ତେବେ କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡ ଏବଂ ଝାରଖଣ୍ଡ ଭଳି ରାଜ୍ୟରେ ମଧ୍ୟ ମେଡିସିନର ଅଭାବ ଦେଖାଦେଇଛି। ତେବେ କିଛି ମାସ ପାଇଁ ଅଭାବ ହୋଇଯାଇଥିଲା, ବର୍ତ୍ତମାନ ଅଭାବ ପୁରଣ ହୋଇପାରିଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ମାସକୁ ୩୦ ହଜାର ଯକ୍ଷ୍ମା ଔଷଧ ଆବଶ୍ୟକ ଥିବାବେଳେ ମାସକୁ ଏବେ ମାତ୍ର ୧୦ରୁ ୧୫ ହଜାର ମେଡିସିନ ଦିଆଯାଉଛି । ୨୦୨୩ ମସିହାରେ ୧ ଲକ୍ଷ୍ୟ ଯକ୍ଷ୍ମା ଔଷଧ କେନ୍ଦ୍ରକୁ ମଗାଯାଇଥିଲା ହେଲେ କେନ୍ଦ୍ର ୫୭ ହଜାର ଔଷଧ ଦେଇଥିଲା । ସେହିପରି ୨୦୨୪ ମସିହାରେ ୫୦ ହଜାର କେନ୍ଦ୍ରକୁ ଯକ୍ଷ୍ମା ଔଷଧ ମଗାଯାଇଥିଲା କିନ୍ତୁ କେନ୍ଦ୍ର ଦେଇଥିଲା ମାତ୍ର ୧୭ ହଜାର ଯକ୍ଷ୍ମା ଔଷଧ।

୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫ ଟି ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ ସାର୍ଟିଫିକେଟ ମିଳିଛି। ତେବେ କେନ୍ଦ୍ରାପଡ଼ା, ଜଗତିଂହପୁର, ବରଗଡ଼, ପୁରୀ ଏବଂ ସମ୍ବଲପୁର ଆଦି ଯକ୍ଷ୍ମା ମୁକ୍ତ ଜିଲ୍ଲା ଅଟନ୍ତି । ଏପଟେ ୧୫ଟି ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ ପାଇଁ ଆବେଦନ କରାଯାଇଛି। ଅନ୍ୟପଟେ ୫୨୬ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ପାଇଁ କ୍ଲେମ୍ କରାଯାଇଛି। ଆଗାମୀ ଦିନରେ ୧୫୦୦ ନୂଆ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏନେଇ ଦୁଇଟି ଯୋଜନା କରାଯାଇଛି। ୧୦୦ ଦିନ ପାଇଁ ଯୋଜନା କରାଯାଇଛି ଯେ, ସମସ୍ତଙ୍କୁ ବିସିଜି ଟିକା ରାଜ୍ୟରେ ଦିଆଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.