ETV Bharat / state

ରାତିରେ ବାହାରିବ ଭୋଳାବାବାଙ୍କ ବରଯାତ୍ରୀ, ସରିଲା ହରିଦ୍ରା ଲେପନ ନୀତି - Sambalpur Shitalasasthi - SAMBALPUR SHITALASASTHI

Sambalpur Shitalasasthi: ସମ୍ବଲପୁରରେ ଆଜି ରାତିରେ ବାହାରିବ ଦେବ ଦେବ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାତି ୩ଟାରୁ ଆସନ୍ତାକାଲି ୭ଟା ମଧ୍ୟରେ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବ । ଅଧିକ ପଢ଼ନ୍ତୁ

Sambalpur Shitalasasthi
Sambalpur Shitalasasthi (ETV Bharat Odisha)
author img

By ETV Bharat Odisha Team

Published : Jun 10, 2024, 7:51 PM IST

ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ରାଜ୍ୟରେ ଶୀତଳଷଷ୍ଠୀ ପାଇଁ ପ୍ରସିଦ୍ଧ ସମ୍ବଲପୁର । ସହରରେ ଆଜି ରାତିରେ ବାହାରିବ ଦେବ ଦେବ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାତି ୩ଟାରୁ ଆସନ୍ତାକାଲି ୭ଟା ମଧ୍ୟରେ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବ । ଏଥିପାଇଁ ଆଜି ସମ୍ବଲପୁରର ଅନ୍ୟତମ ପ୍ରମୁଖ ଯାତ୍ରା କମିଟି ଜାଗେଶ୍ବର ମହାଦେବଙ୍କ ମନ୍ଦିରରେ ବାବାଙ୍କ ହରିଦ୍ରା ଲେପନ ବା ହଳଦୀ ନୀତି ସମ୍ପନ୍ନ ହୋଇଛି ।

Sambalpur Shitalasasthi (ETV Bharat Odisha)

ଆଜି ରାତି ସାଢେ ୧୦ଟା ପରେ ବାହାରିବ ଭୋଳାନାଥଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାତି ସାଢେ ୧୦ଟାରେ ପ୍ରଥମେ ମହାଦେବଙ୍କ ମଙ୍ଗଳ ଆଳତୀ ହେବ । ଏହାପରେ ବାହାରିବ ଭୋଳାବାବାଙ୍କ ବରଯାତ୍ରୀ ଶୋଭଯାତ୍ରା । ଏହା ପୂର୍ବରୁ ରବିବାର ରାତିରେ ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡା ଜାଗେଶ୍ବର ବାବା ଶୀତଳ ଷଷ୍ଠୀ, ବଡ଼ବାଜାର, ବୁଢାରଜା, ଠାକୁର ପଡା, ଭତରା ଶଙ୍କର ମଠ ଆଦି ଯାତ୍ରା କମିଟିର ହନୁମାନ ନିଉତା ନୀତି ସମ୍ପନ୍ନ ହୋଇଯାଇଛି । ଆଜି ରାତିରେ ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ବର ବାବା, ବାଲିବନ୍ଧା ସାମିଆଁ ବାବା ବା ସୋମନାଥ ବାବାଙ୍କ ସହ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ମହାଦେବଙ୍କ ବରଯାତ୍ରୀ ଶୋଭଯାତ୍ରା ବାହାରିବ । ଏହି ବିବାହ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହେବେ ଦେବା, ଦେବୀ, ସୁର, ଅସୁର, ଭୂତ, ପ୍ରେତ, ନର, ବାନର, କିନ୍ନର, ଯକ୍ଷ, କନ୍ଧର୍ବ । ଏ ହେଉଛି ଆଧ୍ୟାତ୍ମିକ ବିଶ୍ବାସ ।

Sambalpur Shitalasasthi
Sambalpur Shitalasasthi (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଆଜି ମହାଦେବ-ମାତା ପାର୍ବତୀଙ୍କ ପଡିବ ହାତଗଣ୍ଠି, ଉତ୍ସବମୁଖର ବଲାଙ୍ଗୀର - SHITALA SASHTI 2024

ଏହି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୭୦୦୦ ଲୋକ କଳାକାର । ପାରମ୍ପାରିକ ଲୋକ କଳାକାର ସହ ଆଧୁନିକ ନୃତ୍ୟଦଳ ସବୁ ଏହି ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହେବେ । ଅନ୍ୟପଟେ ଆଜି ଭୋଳାନାଥଙ୍କ ବରଯାତ୍ରୀ ଶୋଭାଯାତ୍ରା ପୂର୍ବରୁ ସମ୍ବଲପୁରର ମୁଦିପଡା ଜାଗେଶ୍ବର ବାବା ମନ୍ଦିରରେ ବାବାଙ୍କ ହରିଦ୍ରା ଲେପନ ବା ହଳଦୀ ନୀତି ସମ୍ପନ୍ନ ହୋଇଯାଇଛି । ଆଜି ମାତା ପାର୍ବତୀଙ୍କୁ ଚଳିତ ବର୍ଷର କନ୍ୟା ପିତାମାତା ନିଜ ଘରକୁ ନେବା ପରେ ସ୍ଥାନୀୟ ମହିଳା ମାନେ ଭୁବନେଶ୍ବରୀ ମନ୍ଦିରକୁ ଯାଇ "ପାନି ପଲଟା" ନୀତି ସମ୍ପନ୍ନ କରିଥିଲେ । ଏହାପରେ ସେଠାରୁ ହଳଦୀ ଆଣି ଜାଗେଶ୍ବର ମନ୍ଦିରରେ ମହାଦେବଙ୍କ ତୈଳ ଓ ହଳଦୀରେ ଅଭିଷେକ କରିଥିଲେ । ପରେ ପରେ ମହିଳାମାନେ ନିଜ ନିଜ ମଧ୍ୟରେ ହଳଦୀ ବୋଳାବୋଳି ହୋଇଥିଲେ ଓ ନାଚ ଗୀତରେ ମସଗୁଲ ହୋଇଥିଲେ । ଶୀତଳ ଷଷ୍ଠୀର ଏହି ମାନବୀୟ ପରମ୍ପରାକୁ ମୁଦିପଡା ଶୀତଳ ଷଷ୍ଠୀ ଯାତ୍ରା କମିଟି ସ୍ବତନ୍ତ୍ର ଭାବେ ପାଳନ କରିଥାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.