ଭୁବନେଶ୍ବର: ଓଡ଼ିଶା ନ୍ୟାୟିକ ଇତିହାସରେ ପ୍ରଥମ । ମାମଲାର ୪ ଦିନରେ ଚାର୍ଜସିଟ ସହ ୭ଦିନରେ ହୋଇଛି ଶୁଣାଣି । ଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ କରିବା ଘଟଣାରେ ଏଭଳି ତ୍ବରିତ ବିଚାର ପ୍ରକ୍ରିୟା ଏବେ ବିରଳ ଉଦାହରଣ ପାଲଟିଛି । ଏଭଳି ତ୍ବରିତ ବିଚାର ପ୍ରକ୍ରିୟା ଦ୍ବାରା ସାରା ବିଶ୍ବକୁ ଏକ ଉତ୍ତମ ବାର୍ତ୍ତା ଯାଇଛି ବୋଲି କହିଛନ୍ତି ସରକାରୀ ଓକିଲ ବିଜୟ କୁମାର ବାରିକ ।
ଏହି ମାମଲାର ପ୍ରଥମ ଦିନରେ ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ପୀଡିତା ବିଦେଶିନୀଙ୍କ ସହ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହୋଇଛି ତ୍ବରିତ ଶୁଣାଣି । ସ୍ବିଡେନର ପୀଡ଼ିତା କୋର୍ଟରେ ହାଜର ପରେ ଅଭିଯୁକ୍ତ କୁନ୍ଦନ ମହାପାତ୍ରର ଉପସ୍ଥିତିରେ କେସର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ସରକାରୀ ଓକିଲ ପୀଡିତାଙ୍କର ସାକ୍ଷ୍ୟ ଗ୍ରହଣ କରିଥିବା ବେଳେ ପ୍ରତିପକ୍ଷ ଓକିଲ ମଧ୍ୟ ପୀଡିତାଙ୍କୁ କ୍ରସ ଏକ୍ଜାମିନ କରିଥିଲେ । ଫଳରେ ପୀଡ଼ିତା ଜଣକ ନିଜ ସହ ଘଟିଥିବା ଅଶାଳୀନ ବ୍ୟବହାର ସମ୍ପର୍କରେ ଗୋଟି ଗୋଟି କରି ବଖାଣିଥିଲେ । ତେବେ ଏନେଇ ସାକ୍ଷ୍ୟ ଗ୍ରହଣ ପରେ ଅନ୍ୟ ସାକ୍ଷୀମାନଙ୍କର ସାକ୍ଷ୍ୟ ଗ୍ରହଣ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି ।
ଏହା ବି ପଢନ୍ତୁ- ଐତିହ୍ୟ ସ୍ଥଳୀରେ ବିଦେଶିନୀଙ୍କୁ ଅସମ୍ମାନ, ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ
ଲିଙ୍ଗରାଜ ଥାନା କେସ ନମ୍ବର 35/24 ଆଧାରରେ ବିଦେଶିନୀ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଦଫା ୩୪୧/୩୫୪/୩୫୪ aରେ ମାମଲା ରୁଜୁ କରି ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାର ୪ ଦିନ ପରେ ଅର୍ଥାତ ୨୩ ଫେବୃୟାରୀରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ପରେ ୨୬ ତାରିଖରେ ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି ଯାହକି ଓଡ଼ିଶା ନ୍ୟାୟିକ ଇତିହାସରେ ଏହା ପ୍ରଥମ ଘଟଣା । ଅର୍ଥାତ ୭ ଦିନ ମଧ୍ୟରେ ନ୍ୟାୟିକ ଶୁଣାଣି ଆରମ୍ଭ ହୋଇଛି ଯାହକି ବିଶ୍ବ ପାଇଁ ନିଆରା ବାର୍ତ୍ତା ଯିବ ବୋଲି ଏହି କେସ ପରିଚାଳନା କରୁଥିବା ସରକାରୀ ଓକିଲ ବିଜୟ କୁମାର ବାରିକ କହିଛନ୍ତି ।
ଘଟଣା କ୍ରମ ଏମିତି ଥିଲା:- ସ୍ବିଡେନରୁ ଆସିଥିବା ଜଣେ ବିଦେଶିନୀ ଯିଏକି ଆର୍କ୍ରିଓଲୋଜି ବିଭାଗର ଛାତ୍ରୀ । ସେ ଶୈଳଶ୍ରୀ ବିହାରରେ ନିଜ ସାଙ୍ଗ ସହ ଲିଙ୍ଗରାଜ ମନ୍ଦିରର ବୁଲିବାକୁ ଆସିଥିଲେ । ମନ୍ଦିରର ଉତ୍ତର ଦ୍ଵାରରେ ବୁଲୁଥିବା ବେଳେ ଜଣେ ସେବାୟତ ତଥା ଅଭିଯୁକ୍ତ କୁନ୍ଦନ ମହାପାତ୍ର ତାଙ୍କୁ ମନ୍ଦିର ସମ୍ପର୍କରେ ଗାଇଡ ଭାବେ ବୁଝଇବେ କହି ବୁଲାଇଥିଲେ । ଏହି ସମୟରେ ମନ୍ଦିରର ଐତିହ୍ୟ ସମ୍ପର୍କରେ ବୁଝାଇବା ସମୟରେ ବିଦେଶିନୀଙ୍କ ସହ ଅସଦାଚରଣ କରିଥିଲେ । ଏନେଇ ପୀଡିତା ଜଣଙ୍କ ଲିଙ୍ଗରାଜ ଥାନାରେ ସେହିଦିନ ରିପୋର୍ଟ ଦେଇଥିଲେ । ଯାହାକୁ ଆଧାର କରି ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।
- " class="align-text-top noRightClick twitterSection" data="">
ଇଟିଭି ଭାରତ, ଭୁବନେଶ୍ବର