ETV Bharat / state

ଭଟଲି ଆସନରେ ‘ଡବଲ’ ସୁଶାନ୍ତଙ୍କ କମାଲ, ବିଜେପି ପାଇଁ ସାଜିଛି ମୁଣ୍ଡବଥା - Bhatli Assembly constituency

author img

By ETV Bharat Odisha Team

Published : Apr 19, 2024, 9:43 AM IST

Bhatli Assembly constituency: ଭଟଲି ଆସନରେ କ୍ଷଣ କ୍ଷଣକେ ବଦଲୁଛି ରାଜନୈତିକ ସମୀକରଣ । ପଦ ପାଇଁ ଦଳ ଡିଆଁ ଚାଲିଥିବା ବେଳେ ଡବଲ ସୁଶାନ୍ତଙ୍କ କମାଲ ପାଇଁ ଚିନ୍ତାରେ ରହିଛି ବିଜେପି । ଅଧିକ ପଢନ୍ତୁ

Bhatli Assembly constituency
Bhatli Assembly constituency

Bhatli Assembly constituency

ବରଗଡ: ଆସନ୍ତା ମେ 20 ତାରିଖରେ ହେବାକୁ ଯାଉଛି 2024 ସାଧାରଣ ନିର୍ବାଚନ ପାଇଁ ମତଦାନ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତତି ଆରମ୍ଭ କରିଛନ୍ତି । ତେବେ ବରଗଡ ଜିଲ୍ଲାରେ ରୋଚକ ହୋଇଛି ନିର୍ବାଚନୀ ମାହୋଲ । କ୍ଷଣ କ୍ଷଣକେ ବଦଲୁଛି ରାଜନୈତିକ ସମୀକରଣ । ଟିକେଟକୁ ନେଇ ସମସ୍ତ ଦଳର ନେତା ଓ କର୍ମୀଙ୍କ ସହିତ ଭୋଟରମାନଙ୍କ ଭିତରେ ମଧ୍ୟ ଦ୍ଵନ୍ଦ ଏବଂ ଅସନ୍ତୋଷ ଦେଖା ଦେଇଛି । ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ବିଜେପି, ବିଜେଡି ଓ କଂଗ୍ରେସ ସମସ୍ତ ଦଳର ନେତା ଓ କର୍ମୀ ଦଳ ଡିଆଁ ଜାରି ରହିଛି । ଭୋଟରମାନେ ଦ୍ଵନ୍ଦରେ ପଡିଯାଇଥିବାବେଳେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବର୍ତ୍ତମାନ ସ୍ଥିତିକୁ ଆକଳନ କରିପାରୁନାହାନ୍ତି ।

ତେବେ ବରଗଡ ଜିଲ୍ଲାରେ ରହିଥିବା 5 ଗୋଟି ବିଧାନସଭା ଆସନରୁ ଦଳ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଦେଇସାରିଛି । ସେହିପରି କଂଗ୍ରେସ ଦଳ ମଧ୍ୟ କେବଳ ଅତାବିରା ବିଧାନସଭା ଆସନକୁ ଛାଡି ସମସ୍ତ ଆସନରେ ନିଜର ପ୍ରାର୍ଥୀ ଦେଇସାରିଛି । ଅନ୍ୟପଟେ ବିଜେପି ଦଳ ବରଗଡ ଜିଲ୍ଲାର 5 ଗୋଟି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ଦେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛି ।

ଭଟଲି ବିଧାନସଭା ଆସନ: ବିଜେଡି ର ରଣନୀତି କୌଶଳ ପାଇଁ ଚଳିତ 2024 ସାଧାରଣ ନିର୍ବାଚନରେ ବିଜେଡି ଦଳକୁ ଲୋକଙ୍କ ଏକତରଫା ସମର୍ଥନ ଦେଖିବାକୁ ମିଳିଛି । 2009 ମସିହାରୁ ବିଜେଡି ଦଳର ସୁଶାନ୍ତ ସିଂ ଭଟଲି ବିଧାନସଭା ଆସନରେ ନିର୍ବାଚିତ ହୋଇଆସୁଛନ୍ତି । ଏହି ଆସନକୁ ନିଜ ହାତ ମୁଠାରେ ରଖିଛି ଦଳ । 1957 ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଭଟଲି ଆସନରେ 15 ଥର ନିର୍ବାଚନ ହୋଇଥିବା ବେଳେ କମ୍ୟୁନିଷ୍ଟ ପାର୍ଟି 2 ଥର, କଂଗ୍ରେସ ଦଳ 6 ଥର, ଜନତା ପାର୍ଟି 2 ଥର, ବିଜେପି 2 ଥର ଏବଂ ବିଜେଡି ଦଳ 3 ଥର ଏହି ଆସନକୁ ଅକ୍ତିଆର କରିଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୋହେଲାରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ

କ୍ରମାଗତ 3ଥର ଗଡ ହାତେଇଛନ୍ତି ସୁଶାନ୍ତ: ଭଟଲି ବିଧାନସଭା ଆସନକୁ ଲଗାତାର ଭାବେ ତିନିଥର କୌଣସି ଦଳ ଅକ୍ତିଆର କରିପାରିନଥିବା ବେଳେ କିନ୍ତୁ ବିଜେଡି ଦଳର ନେତା ସୁଶାନ୍ତ ସିଂ ଏହି ଆସନକୁ ଗତ 2009 ମସିହାରୁ ଲଗାତାର ଭାବେ 3 ଥର ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସାମିଲ ହୋଇ ବିଭିନ୍ନ ସମସ୍ୟାର ସମାଧାନ କରି ଭୋଟର ମାନଙ୍କର ହୃଦୟ ଜିଣିପାରିଥିବା ସୁଶାନ୍ତ ସିଂ ଙ୍କୁ ପ୍ରତି ନିର୍ବାଚନରେ ବ୍ୟାପକ ଭୋଟରେ ବିଜୟୀ ହୋଇଥାନ୍ତି । ଏଥର ସୁଶାନ୍ତ ସିଂ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲେ ମଧ୍ୟ ଦଳର ରାଜନୈତିକ କୌଶଳ ତାଙ୍କ ପାଇଁ ବରଦାନ ସ୍ୱରୂପ ହୋଇଛି ଏବଂ ପୂର୍ବ ଅପେକ୍ଷା ଅଧିକ ଭଲ ଫଳାଫଳ ହେବ ବୋଲି ଆଶା କରାଯାଉଛି ।

ଟିକେଟ ପାଇଁ ସୁଶାନ୍ତ ମିଶ୍ରଙ୍କ ଦଳ ଡିଆଁ: ପୂର୍ବରୁ କଂଗ୍ରେସ ଦଳରେ ଥିବା ସୁଶାନ୍ତ ମିଶ୍ରଙ୍କୁ 2014 ନିର୍ବାଚନରେ କଂଗ୍ରେସ ଦଳ ଟିକେଟ ନଦେବାରୁ ସୁଶାନ୍ତ ମିଶ୍ର ଭଟଲି ବିଧାନସଭା ଆସନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ବିଜେଡିର ସୁଶାନ୍ତ ସିଂଙ୍କୁ କଡା ଟକ୍କର ଦେଇ ସୁଶାନ୍ତ ବନାମ ସୁଶାନ୍ତ ଲଢେଇ ହୋଇଥିଲା । ଏହି ନିର୍ବାଚନରେ ବହୁ ପଛରେ ରହିଥିଲା ବିଜେପି । ତେବେ ପରବର୍ତ୍ତୀ ସମୟରେ ସୁଶାନ୍ତ ମିଶ୍ର ବିଜେପିରେ ସାମିଲ ହୋଇ ବିଜେପି ପ୍ରାର୍ଥଙ୍କ ପାଇଁ ପ୍ରଚାର ପ୍ରସାର କରି 2014 ରେ 17.42 ପ୍ରତିଶତ ଭୋଟ ପାଇଥିବା 2019 ମସିହାରେ ବିଜେପି ଦଳକୁ 40.55 ପ୍ରତିଶତ ଭୋଟକୁ ପହଞ୍ଚାଇଥିଲେ । ତେବେ 2024 ସାଧାରଣ ନିର୍ବାଚନରେ ସୁଶାନ୍ତ ମିଶ୍ର ବିଜେପି ଦଳର ପ୍ରାର୍ଥୀ ଭାବେ ଛିଡା ହେବାକୁ ଆଶା କରିଥିବାବେଳେ ବିଜେପି ଦଳ ଟିକେଟ ନଦେବାରୁ ସୁଶାନ୍ତ ମିଶ୍ର ବିଜେଡି ଦଳରେ ଯୋଗଦେଇଥିଲେ ।

ଚଳିତ ନିର୍ବାଚନରେ ସ୍ତ୍ରୀ ପରିଣିତା ମିଶ୍ରଙ୍କ ସାରଥି ସୁଶାନ୍ତ ମିଶ୍ର: ସ୍ତ୍ରୀ ପରିଣିତା ମିଶ୍ରଙ୍କୁ ବରଗଡ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେଡି । ତେବେ ସୁଶାନ୍ତ ମିଶ୍ର ବିଜେଡି ଦଳରେ ସାମିଲ ହେବାପରେ ଭଟଲି ଆସନରେ ଲଗାତାର ତିନିଥର ବିଜୟୀ ହୋଇ ହୋଇ ରେକର୍ଡ ସୃଷ୍ଟି କରିଥିବା ସୁଶାନ୍ତ ସିଂଙ୍କୁ 2024 ନିର୍ବାଚନରେ ବିଜୟୀ ହେବାକୁ ଅତି ସହଜ ହେବ ବୋଲି ଆକଳନ କରାଯାଉଛି । ବିଜେପି ଦଳରୁ ପୁଣି ଯୁବ ନେତା ଇରାଶିଷ ଆଚାର୍ଯ୍ୟ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ଗତ ନିର୍ବାଚନରେ ଇରାଶିଷଙ୍କ ସାରଥି ସାଜିଥିବା ସୁଶାନ୍ତ ମିଶ୍ର କିନ୍ତୁ ଏଥର ବିରୋଧୀ ଦଳର ସାରଥିର କାର୍ଯ୍ୟ ନିଭାଇବାକୁ ଯାଉଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ବରଗଡରୁ ଜଣେ ନେତା ବ୍ରମ୍ମାନନ୍ଦ ମାହାକୁଡଙ୍କୁ ଟିକେଟ ଦେଇ ଦଳୀୟ ପ୍ରାର୍ଥୀ ଆମଦାନୀ କରିଥିବା ବେଳେ କଂଗ୍ରେସ ଦଳ ଓ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ବରଗଡରେ ସୁଶାନ୍ତ ପାୱାର ସୋ’: ତେବେ ବର୍ତମାନ ସୁଶାନ୍ତ ମିଶ୍ର ଏବଂ ସୁଶାନ୍ତ ସିଂଙ୍କ ସେନା ଏକତ୍ରିତ ହୋଇ ବିଜେଡ଼ିର ପ୍ରଚାର କରିବାକୁ ବାହାରିଥିବା ବେଳେ ଆଗକୁ କିପରି ରହିବ ନିର୍ବାଚନୀ ମାହୋଲ ତାହା ବର୍ତ୍ତମାନ ଠାରୁ ସ୍ପଷ୍ଟ ବାରି ହୋଇ ପଡୁଛି । ବିଜେପି ଦଳର ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସହିତ ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ କେତେକ ସ୍ଥାନରେ ବିରୋଧ କରାଯାଉଥିବା ଦେଖାଯାଇଛି । ତେବେ ଭଟଲି ଅଞ୍ଚଳରେ ବିଜେପି ପ୍ରାର୍ଥୀଙ୍କୁ ଲୋକଙ୍କ ଏପରି ବିରୋଧ କରାଯିବା ଘଟଣାକୁ ନେଇ ବିଜେପି ଦଳ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏପରି ପରିସ୍ଥିତିରେ ବିଜେପି ଦଳ କିପରି ଡବଲ ସୁଶାନ୍ତ ପାୱାରକୁ ସାମନା କରୁଛନ୍ତି ଏବଂ କଣ ରଣନୀତି ଆପଣାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.