ETV Bharat / state

ଏଣିକି ସରୋଗେସି ମା'ଙ୍କୁ ବି ମିଳିବ ପ୍ରସବକାଳୀନ ଛୁଟି, ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ - Orissa HC On Maternity leave

author img

By ETV Bharat Odisha Team

Published : Jul 5, 2024, 9:32 PM IST

Orissa HC On Maternity leave: ସରୋଗେସି ଉପାୟରେ ମାଆ ହେଉଥିବା ମହିଳାଙ୍କ ପାଇଁ ଖୁସି ଖବର । ଏଣିକି ମିଳିବ ପ୍ରସବକାଳୀନ ଛୁଟି ବା ମାର୍ଟନିଟି ଲିଭ୍‌ । ଅଧିକ ପଢନ୍ତୁ

Orissa HC On Maternity leave
Orissa HC On Maternity leave (ETV Bharat Odisha)

କଟକ: ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏଣିକି ମିଳିବ ୧୮୦ ଦିନର ପ୍ରସବ କାଳୀନ ଛୁଟି । ପ୍ରାକୃତିକ ଉପାୟରେ ମାଆ ହୋଇଥିବା ମହିଳାଙ୍କ ପରି ସରୋଗେସି ମାଧ୍ୟମରେ ମାଆ ହୋଇଥିବା କର୍ମଚାରୀଙ୍କୁ ଏହି ପ୍ରସବକାଳୀନ ଛୁଟି ଭଳି ସୁବିଧା ଯୋଗାଇବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

ମାତୃତ୍ବ ଅଧିକାର ସହିତ ସବୁ ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ ଅଧିକାର ସମ୍ବିଧାନର ଧାରା ୨୧ରେ ପ୍ରଦାନ କରାଯାଇଛି । ସରକାର ଯଦି ପ୍ରାକୃତିକ ଉପାୟରେ ବା ପୋଷ୍ୟ ସନ୍ତାନ ଗ୍ରହଣ କରି ମାଆ ହୋଇଥିବା ମହିଳାଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରୁଛନ୍ତି, ତେବେ ସରୋଗେସି ପ୍ରକ୍ରିୟା ଦ୍ବାରା ସନ୍ତାନ ପ୍ରାପ୍ତି କରିଥିବା ମହିଳାଙ୍କୁ କାହିଁକି ଏହି ସୁବିଧାରୁ ବଞ୍ଚିତ କରାଯିବ ବୋଲି ଯୁକ୍ତି ବାଢିଛନ୍ତି ।

ସରୋଗେସି ମାଧ୍ୟମରେ ମାତୃତ୍ବ ଲାଭ କରିଥିବା ଆବେଦନକାରୀଙ୍କୁ ୧୮୦ ଦିନର ପ୍ରସବକାଳୀନ ଛୁଟି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶର କପି ପାଇବାର ତିନି ମାସ ଭିତରେ ଆବେଦନକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । କେବଳ ସେତିକି ନୁହେଁ, ସରୋଗେସି ମାଧ୍ୟମରେ ଶିଶୁର ଜନନୀ ହେବା କ୍ଷେତ୍ରରେ ମାଆଙ୍କୁ ସମାନ ସୁବିଧା ପ୍ରଦାନ କରିବା ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ ?

ଆବେଦନକାରୀ ମହିଳା ଜଣକ ଓଡ଼ିଶା ଅର୍ଥ ସେବା ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ବିବାହ କରିବାର କିଛି ବର୍ଷ ପରେ ବି ମାଆ ହୋଇପାରି ନଥିଲେ । ତେବେ ସରୋଗେସି ମାଧ୍ୟମରେ ସେ ମାଆ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଆବେଦନକାରୀ ଓ ତାଙ୍କ ସ୍ବାମୀ ଜଣେ ମହିଳାଙ୍କ ସହିତ ସରୋଗେସି ଚୁକ୍ତି ସ୍ବାକ୍ଷର କରିଥିଲେ । ସରୋଗେଟ୍‌ ମାଆ ୨୦୧୮, ଅକ୍ଟୋବରରେ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଆବେଦନକାରୀ ପ୍ରସବକାଳୀନ ଛୁଟି ପାଇଁ କରିଥିବା ଦରଖାସ୍ତକୁ ମଞ୍ଜୁର ମଧ୍ୟ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ନଥିବାରୁ ଏହାର ଅନୁଧ୍ୟାନ ପାଇଁ ଅର୍ଥ ବିଭାଗ କହିଥିଲା । ଯାହାକୁ ନେଇ ଆବେଦନକାରୀ ହାଇକ‌ୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସରୋଗେସି ମାଧ୍ୟମରେ ମାତୃତ୍ବ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅର୍ଥ ବିଭାଗର ଏକ ଚିଠି ପ୍ରକାଶ ପାଇଥିଲା । ତେବେ ୨୦୧୯, ନଭେମ୍ବର ୧୫ର ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ୨୦୨୦, ଜୁଲାଇ ୬ର ଚିଠିକୁ ହାଇକୋର୍ଟ ରଦ୍ଦ କରିବା ସହ ୧୮୦ ଦିନର ପ୍ରସବ କାଳୀନ ଛୁଟି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ସରୋଗେସି କ’ଣ ? ଏହା କେତେ ପ୍ରକାରର ଏବଂ ଭାରତରେ ଏହାର ନିୟମାବଳୀ କ’ଣ ରହିଛି ଜାଣନ୍ତୁ

ସରୋଗେସି ମାଧ୍ୟମରେ ମାଆ ହୋଇଥିବା ମହିଳାଙ୍କୁ ପ୍ରସବକାଳୀନ ଛୁଟି ମଞ୍ଜୁର କରାଯିବା ଉଚିତ ବୋଲି ହାଇକୋର୍ଟ ଏହି ରାୟରେ ସ୍ପଷ୍ଟ କରିଛନ୍ତି । ଶିଶୁଟି ଜନ୍ମ ହେବା ପରେ ତାହାର ଯତ୍ନ ବା ଲାଳନ ପାଳନ କରିବା ପାଇଁ ଜଣେ ମାଆ ପକ୍ଷରେ ବହୁତ କଷ୍ଟ ହୋଇଥାଏ । କାରଣ ଶିଶୁଟିର ବିକାଶ ପାଇଁ ଏହି ସମୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଥାଏ । ତେବେ ସରୋଗେସି ମାଧ୍ୟମରେ ମାତୃତ୍ବ ଲାଭ କରୁଥିବା ମାଆମାନଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରିବା ଦ୍ବାରା ଶିଶୁମାନଙ୍କ ପାଇଁ ସେମାନେ ମଧ୍ୟ ସୁସ୍ଥ ପରିବେଶ ସୃଷ୍ଟି କରିପାରିବେ ବୋଲି କୋର୍ଟ ଏହି ରାୟରେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.