ETV Bharat / state

ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

Supreme Court Grants Interim Protection: ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ସୁପ୍ରିମକୋର୍ଟରୁ ମିଳିଲା ସାମୟିକ ସୁରକ୍ଷା। ସମ୍ବଲପୁର ଟାଉନ ଥାନାରେ ଦାୟର ମାମଲାରେ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅଧିକ ପଢନ୍ତୁ

ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
author img

By ETV Bharat Odisha Team

Published : Jan 31, 2024, 3:59 PM IST

କଟକ: ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ସୁପ୍ରିମକୋର୍ଟରୁ ମିଳିଲା ସାମୟିକ ସୁରକ୍ଷା। ସମ୍ବଲପୁର ଟାଉନ ଥାନାରେ ଦାୟର ମାମଲାରେ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଫଳରେ ଜୟ ନାରାୟଣ ମିଶ୍ରଙ୍କୁ ସାମାନ୍ୟ ଆଶ୍ବସ୍ଥ ମିଳିଛି। ଗତବର୍ଷ ଫେବୃଆରୀ ମାସରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଧନୁପାଲି ଥାନାର ମହିଳା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ଜୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହି ଘଟଣାରେ ଜୟ ନାରାୟଣ ତାଙ୍କ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା। କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା। ତେବେ ହାଇକୋର୍ଟରେ ଜୟ ନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜୟ। ଏହି ମାମଲାରେ ସୁପ୍ରିମକୋର୍ଟରୁ ସାମନ୍ୟ ଆଶ୍ବସ୍ଥ ମିଳିଛି।

ଅଧିକ ପଢନ୍ତୁ- LOPଙ୍କୁ ଗିରଫ ଭୟ, ଆଗୁଆ ଜାମିନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ

ଜୟ ନାରାୟଣ ଦୁଇଟି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଗୋଟିଏ ମାମଲାରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଫଳରେ ଜୟ ନାରାୟଣ ନିରାଶ ହୋଇଥିଲେ। 2ଟି ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ମିଶ୍ର ଆବେଦନ କରିଥିଲେ। ଗତ ବର୍ଷ ସମ୍ବଲପୁର ଟାଉନ ଥାନାରେ ଦାୟର ଏକ ମାମଲା ଏବଂ କ୍ଷେତରାଜପୁର ଥାନା ମାମଲାରେ ଜୟ ନାରାୟଣ ଜାମିନ ଆବେଦନ କରିଥିଲେ।

ଅନ୍ୟପଟେ ଗତବର୍ଷ କ୍ଷେତରାଜପୁର ଥାନା ଅଞ୍ଚଳରେ ଏକ ବସ୍ତି ଉଛେଦ ସମୟରେ ସଦର ତହସିଲଦାରଙ୍କୁ କର୍ତ୍ତବ୍ୟ ପାଳନରେ ଅବରୋଧ କରିବା ଅଭିଯୋଗରେ ମାମଲା ଦାୟର ହୋଇଥିଲା। ସଦର ତହସିଲଦାରଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା। ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ଵରସ୍ତ ହୋଇଥିଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.