ETV Bharat / state

ବିଶ୍ବାସ ବନାମ ଅନ୍ଧବିଶ୍ବାସ: ଘରେ ଘରେ କାୟା ମେଲିଛି ଡାଇରିଆ, ଲୋକଙ୍କ ବିଶ୍ବାସ ରାଗିଛନ୍ତି ଦେବୀ, ମୁକ୍ତି ପାଇଁ ମାନସିକ ବୋଦା ବଳୀ - superstition in kalahandi

author img

By ETV Bharat Odisha Team

Published : Aug 9, 2024, 3:45 PM IST

Superstition in Kalahandi: ଆସ୍ଥା ଓ ବିଶ୍ବାସ ଆଗରେ ହାର ମାନିଯାଇଛି ବିଜ୍ଞାନ । ଯାହାର ଝଲକ ଦେଖିବାକୁ ମିଳିଛି କଳାହାଣ୍ଡିର ଟିଙ୍ଗୋପଖାନ ଗାଁରେ । ଡାଇରିଆରୁ ମୁକ୍ତି ପାଇଁ ଆସ୍ଥାୟୀ କ୍ୟାମ୍ପରେ ଚିକିତ୍ସା ଚାଲିଥିବା ବେଳେ ଲୋକେ ଗ୍ରାମ ଦେବୀ ରାଗିଯାଇଛି ଭାବି ପୂଜାର୍ଚ୍ଚନା କରୁଛନ୍ତି । ଗ୍ରାମ ଡାଇରିଆ ମୁକ୍ତ ହେଲେ ବୋଦା ବଳୀ ଦିଆଯିବ ବୋଲି ମାନସିକ କରିଛନ୍ତି । ଅଧିକ ପଢନ୍ତୁ

SUPERSTITION IN KALAHANDI
SUPERSTITION IN KALAHANDI (ETV BHARAT ODISHA)

ଭବାନୀପାଟଣା: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତି ଲୋକେ । ଚିକିତ୍ସା ଅପେକ୍ଷା ଝଡା, ଫୁଙ୍କା ପୂଜା ପାଠ ଉପରେ ଅଧିକ ବିଶ୍ବାସ କରୁଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଟିଙ୍ଗୋପଖାନ ଗାଁରେ । ଗ୍ରାମରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଡାକ୍ତରୀ ଟିମ୍‌ ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା କରୁଛନ୍ତି । ଏହାରି ମଧ୍ୟର ଦେଖିବାକୁ ମିଳିଛି ଆସ୍ଥା ଓ ବିଶ୍ବାସର ଝଲକ । ସମ୍ପୁର୍ଣ୍ଣ ଗାଁର ଆରୋଗ୍ୟ କାମନା କରି ଗ୍ରାମ ଦେବୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା । ପୁରା ଗାଁ ଏଥିରେ ସାମିଲ ହୋଇଛନ୍ତି ।

ଡାଇରିଆ ଦୂର ପାଇଁ ପୂଜାର୍ଚ୍ଚନା:

ଗ୍ରାମ ଦେବୀ ରାଗିଯାଇଛନ୍ତି... ଗୁରମେ ବା ଗୁରୁଙ୍କ ଦେହରେ ଲାଗିଛି କାଳିଶି...ଟୋକେଇରେ କିଛି ଚାଉଳ ନେଇ ଆଦିବାସୀ ଭାଷାରେ କିଛି ମନ୍ତ୍ର ମଧ୍ୟ ପଢ଼ା ଯାଉଛି । ଏସବୁ ଦେଖିବା ପାଇଁ ଗାଁ ମଝିରେ ପିଲାଠୁ ବୁଢା ସମସ୍ତେ ଏକଜୁଟ ହୋଇଛନ୍ତି । ଚାଲିଛି ଗ୍ରାମ ଦେବୀଙ୍କୁ ବୁଝା ସୁଝା । ଗାଁର ସମସ୍ତେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଗଲେ ମା’ଙ୍କ ନିକଟରେ ବୋଦା ବଳୀ ଦିଆଯିବା ନେଇ ମାନସିକ ହୋଇଛି । ଏପରି କଲେ ଗାଁ ଡାଇରିଆ ମୁକ୍ତ ହେବ ବୋଲି ସ୍ଥାନୀୟ ଲୋକେ ବିଶ୍ବାସ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦେହରେ କିନ୍ନର ଆତ୍ମା ଅଛି, ଏମିତି କହି ମହିଳାଙ୍କ ଶରୀରରେ ଲୁହାକଣ୍ଟା ଫୋଡିଲା ତାନ୍ତ୍ରିକ - Woman tortured over superstition

ଆସ୍ଥା ଓ ବିଶ୍ବାସ ଆଗରେ ହାର ମାନିଯାଇଛି ବିଜ୍ଞାନ:

ଗାଁରେ ଡାଇରିଆ ଆତଙ୍କ ଖେଳାଇଥିବା ବେଳେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲିଛି । ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ଘର ଘର ବୁଲି ସଚେତନତା ସୃଷ୍ଟି କରାଯାଉଛି । ଅନ୍ୟପଟେ ଗୁରୁତର ମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ପହଞ୍ଚିଥିବା ବେଳେ ଆହୁରି ମଧ୍ୟ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏତେ ସଚେତନତା ପରେବି ଏଠି ଆସ୍ଥା ଓ ବିଶ୍ବାସ ଆଗରେ ହାର ମାନିଯାଇଛି ବିଜ୍ଞାନ । କାରଣ ଏହି ପରମ୍ପରା ଏବେର ନୁହେଁ ଗାଁରେ ଏମିତି କିଛି ସମସ୍ୟା ଦେଖାଦେଲେ ତାଙ୍କ ପୂର୍ବ ପୁରୁଷ ମଧ୍ୟ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବା କୁହାଯାଉଛି । ଯାହାକୁ ଏବେବି ଜାରି ରଖିଛନ୍ତି ସ୍ଥାନୀୟ ଲୋକେ ।

ଦୃଷ୍ଟି ଆଢୁଆଳରେ ଗାଁ ?

ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳ ଟିଙ୍ଗୋପଖାନ ଗାଁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । ଗ୍ରାମର ପରିମଳ ବ୍ୟବସ୍ଥା ସବୁଠାରୁ ଖରାପ ସ୍ଥିତିରେ ରହିଛି । ଅନେକ ସ୍ଥାନରେ ପାଣି ଜମି ରହିବା ସହ ଦୂଷିତ ପରିବେଶ ଲୋକଙ୍କୁ ଆହୁରି ରୋଗାକ୍ରାନ୍ତ କରୁଛି । ଦୂଷିତ ଜଳ ବ୍ୟବହାର ପାଇଁ ଡାଇରିଆ ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଥିବା ବେଳେ ଗାଁର ଅନେକ ଜଳ ସ୍ରୋତରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଅନ୍ୟପଟେ ଏ ସମୟରେ ଜଙ୍ଗଲ ଜାତ ଦ୍ରବ୍ୟ କରଡି ଓ ଛତୁ ଖାଇବାକୁ ବାରଣ କରାଯାଇଛି । ସଠିକ ସମୟରେ ନଳକୂପ ତଥା ସୋଲାର ପାଣିଟାଙ୍କି ସଫା ନ କରିବା ତଥା ଅଞ୍ଚଳ ବାସୀଙ୍କ ପାଖରେ ସଚେତନତାର ଅଭାବ ଡାଇରିଆକୁ ଡାକି ଆଣୁଥିବା ଲୋକେ ଆଲୋଚନା କରୁଛନ୍ତି । ହେଲେ ବର୍ତ୍ତମାନର ବିଜ୍ଞାନ ଯୁଗରେ ଟିଙ୍ଗୋପଖାନ ଗ୍ରାମରେ ଡାଇରିଆ ପାଇଁ ପୂଜାର୍ଚ୍ଚନା ଦେଖିଲେ ଲାଗେ ସତେ ଯେମିତି ଉପାନ୍ତ ଇଲାକାରେ ଆଜିବି ଶିକ୍ଷାର ଅଭାବ ଯୋଗୁଁ ଲୋକେ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ବାହାରିପାରିନାହାନ୍ତି ।

ପରମ୍ପରାକୁ ମାନି ଆସୁଛନ୍ତି ଲୋକେ:

ଗ୍ରାମବାସୀ ଧନସେନ ମାଝୀ କହିଛନ୍ତି, ''ଆମ ପୂର୍ବ ପୁରୁଷରୁ ପରମ୍ପରା ରହି ଆସିଛି । ଡାକ୍ତର ମାନେ ସେପଟେ ଚିକିତ୍ସା କରୁଥିବା ବେଳେ ଏପଟେ ଆମ ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରୁଛୁ ।''

କଣ କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ?

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚେତା ପାଣି କହିଛନ୍ତି, ''ରବିବାର ଦିନ କ୍ୟାମ୍ପରେ 21 ଜଣ ଡାଇରିଆ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । 4 ଜଣଙ୍କୁ ଡିଷ୍ଟିକ ହେଡ କ୍ବାଟରକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତେ ଭଲ ହୋଇଯାଇଛି । ଗ୍ରାମବାସୀଙ୍କୁ ସଚେତନ କରାଯାଉଛି । ସେମାନେ ଝଡାଫୁଙ୍କା କରୁଛନ୍ତି । କରନ୍ତୁ କିନ୍ତୁ ଆମ କଥା ବି ମାନନ୍ତୁ ବୋଲି କହୁଛି । ସମସ୍ତଙ୍କ ଘରେ ଓଆରଏସ ଓ ଏସଟୁଏସ ଦିଆଯାଇଛି । ଏହି ଅଞ୍ଚଳରେ ଟିକିଏ ଶିକ୍ଷା କମ ରହିଥିବାରୁ ଝଡାଫୁଙ୍କା ଉପରେ ଲୋକେ ବିଶ୍ବାସ କରୁଛନ୍ତି । ''

ବିଦ୍ର: ଇଟିଭି ଭାରତ ଅନ୍ଧବିଶ୍ବାସକୁ ପ୍ରଶୟ ଦିଏନାହିଁ । ଏହା କେବଳ ଲୋକଙ୍କ ବିଶ୍ବାସ ଓ ପରମ୍ପରାକୁ ନେଇ ପର୍ଯ୍ୟବେସିତ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.