ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ 'ସୁଭଦ୍ରା' ଯୋଜନା - Subhadra Yojana Lunch Date

author img

By ETV Bharat Odisha Team

Published : Jun 30, 2024, 10:34 AM IST

Subhadra Yojana Lunch Date: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାକୁ ମିଳିବାକୁ ଯାଉଛି 'ସୁଭଦ୍ରା' ଭେଟି । ଦିଲ୍ଲୀରେ ଥାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

Subhadra Yojana Lunch Date
Subhadra Yojana Lunch Date (Etv Bharat Odisha)

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜ୍ୟକୁ ମିଳିବ 'ସୁଭଦ୍ରା' ଭେଟିଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ 'ସୁଭଦ୍ରା' ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ । ଜନ୍ମଦିନରେ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ଦିଲ୍ଲୀରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ ।

ରାଜ୍ୟରେ ପ୍ରାୟ ୨୦ ଦିନ ହେଲା କାର୍ଯ୍ୟ ଆରମ୍ଭ କରିଛି ବିଜେପି ସରକାର । ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ସରକାର । ସେଥିରୁ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଜନା ହେଉଛି 'ସୁଭଦ୍ରା' । ମୋହନ ସରକାର ପ୍ରତିଶ୍ରୁତି ଭିତରେ ଅଧିକ ଚର୍ଚ୍ଚାରେ ଥିବା 'ସୁଭଦ୍ରା' ଯୋଜନା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ଆର୍ଥିକ ସହାୟତା ଯୋଗାଇବା ପାଇଁ ଘୋଷଣା ହୋଇଥିବା ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ.. ସୁଭଦ୍ରା ଯୋଜନା: ପ୍ରତି ମହିଳାଙ୍କୁ ମିଳିବ 50 ହଜାରର ଭାଉଚର, କେମିତି କରିବେ ଆବେଦନ ଜାଣନ୍ତୁ - Subhadra Yojana

ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କ୍ୟାସ ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଏହି ଯୋଜନାରେ ମୋହର ବାଜିଛି । ସରକାର ଗଠନର ୧୦୦ ଦିନ ମଧ୍ୟରେ ଯୋଜନା ନିଶ୍ଚିତ ଭାବେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୁଭଦ୍ରା ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯୋଜନା ପାଇଁ ଆବଶ୍ୟକ ବଜେଟ ପାଇଁ ଜିଏସଟି କାଉନସିଲ ବୈଠକରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି ଓଡ଼ିଶା । 'ସୁଭଦ୍ରା' ଯୋଜନାର ଲାଭ ଓଡ଼ିଶାର ମୂଳବାସିନ୍ଦା ମହିଳା ପାଇବେ । କେବଳ ବିବାହିତା ମହିଳାମାନେ ହିଁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ । ଆବେଦନକାରୀ ମହିଳା କୌଣସି ସରକାରୀ କ୍ଷେତ୍ରରେ ଚାକିରି କରିନଥିବେ । ଅଙ୍ଗନୱାଡ଼ି କର୍ମୀ ମଧ୍ୟ ଯୋଜନା ପାଇଁ ଆବେଦନ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.