ETV Bharat / state

Subhadra Scheme: ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜାଣନ୍ତୁ କିପରି ଓ କେଉଁଠି କରିବେ ଆବେଦନ ? - Subhadra Yojana Registration

author img

By ETV Bharat Odisha Team

Published : Sep 1, 2024, 9:24 AM IST

Updated : Sep 1, 2024, 6:35 PM IST

Subhadra yojana registration: ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ମହିଳା । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଉପଲବ୍ଧ । ଆବେଦନ ଓ ଦାଖଲ ପକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ । ଅଧିକ ପଢନ୍ତୁ

Subhadra Yojana
Subhadra Yojana (Etv Bharat)

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା 'ସୁଭଦ୍ରା' ଯୋଜନା ପଞ୍ଜୀକରଣ । ଯୋଜନାରେ ସାମିଲ ହେବାକୁ ମହିଳା ମାନେ ଫର୍ମ ମାଧ୍ୟମରେ ଆଜି ଠାରୁ ଆବେଦନ କରିପାରିବେ । ଏନେଇ ଗତକାଲି ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଆବେଦନ ଫର୍ମ ଉପଲବ୍ଧ ରହିଛି । ଫର୍ମ ପୂରଣ କରିବା ପରେଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବେ । ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ସୁଭଦ୍ରା ଯୋଜନା ପଞ୍ଜୀକରଣ (ETV Bharat Odisha)

ମହିଳାଙ୍କୁ ସଶକ୍ତିକରଣରେ ସହାୟକ ହେବ:

ମହିଳାଙ୍କୁ ସ୍ୱାବଲମ୍ବୀ କରିବ ସୁଭଦ୍ରା ଯୋଜନା ବୋଲି କହିଲେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି, ‘ରାଜ୍ୟରେ ଥିବା ବିଜେପି ସରକାର ସବୁଠାରୁ ମହତ୍ତ୍ଵକାଂକ୍ଷୀ ଯୋଜନା ହେଉଛି ସୁଭଦ୍ରା ଯୋଜନା । ମହିଳା ସଶକ୍ତିକରଣ ପାଇଁ କ୍ଷେତ୍ରର ସୁଭଦ୍ରା ଯୋଜନା ବେଶ ସହାୟକ ହେବ । ସୁଭଦ୍ରା ଯୋଜନାର ପଞ୍ଜୀକରଣ ଆଜିଠୁ ଆରମ୍ଭ ହେଉଛି । ବିଜେପି ସରକାର ଯାହା କହିଥିଲା । ତାକୁ ପୁରା କରିଛି । ଏହି ଯୋଜନା ପାଇଁ ପଞ୍ଜୀକରଣ କରିଥିବା ମହିଳା ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇବେ । ୫ ବର୍ଷରେ ପଚାଶ ହଜାର ଟଙ୍କା ପାଇବେ । ଯୋଜନାକୁ ବହୁତ ସରଳୀକରଣ କରାଯାଇଛି । ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରି ପାରିବେ । ଏହି ଯୋଜନା ଦ୍ୱାରା ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିବେ ।

Subhadra Scheme
Subhadra Scheme (Subhadra Scheme)

ଏକ କୋଟିରୁ ଉର୍ଦ୍ଧ୍ବ ମହିଳା ଉପକୃତ ହେବେ:

ଗତକାଲି ପ୍ରଭାତୀ ପରିଡା କହିଥିଲେ, ''ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛି । ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି । ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଉର୍ଦ୍ଧ୍ବ ମହିଳା ଉପକୃତ ହୋଇପାରିବେ । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଏହି ଫର୍ମ ଉପଲବ୍ଧ । ରବିବାର ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ''

କିପରି କରିବେ 'ସୁଭଦ୍ରା' ଆବେଦନ ?

ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ରଓ ସାଧାରଣ ସେବା କେନ୍ଦ୍ରରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ଉପଲବ୍ଧ । ଆବେଦନକାରୀ ମାନେ ସେଠାର ଫର୍ମ ନେଇ ପୂରଣ କରିବା ପରେ ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

ଏହା ମଧ୍ୟ ପଢନ୍ତୁ-Toll-Free Number Issue: ସୁଭଦ୍ରା ଯୋଜନା: ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏମାନଙ୍କୁ ବି ମିଳିବ ଲାଭ, ଜାରି ହେଲା ଟୋଲ ଫ୍ରି ନମ୍ବର - Subhadra Yojana

'ସୁଭଦ୍ରା' ଆବେଦନ ପାଇଁ କଣ ଆବଶ୍ୟକ ?

ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଏକାନ୍ତ ଆବଶ୍ୟକ । ଏହା ସହ ଆଧାର କାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ଜରୁରୀ । ଏହି ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଏବଂ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ । ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ ହୋଇଥିବା ଜରୁରୀ । ଏହି ଯୋଜନା ନେଇ କୌଣସି ଭ୍ରମିତ ଖବର ଦ୍ୱାରା ପ୍ରଭାବିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ସୁଭଦ୍ରା ଯୋଜନା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି:

ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ୧୪୬୨୮ ନମ୍ବରଟି ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ସମୟ ସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ ।

21 ବର୍ଷରୁ 60 ବର୍ଷ ବୟସ ମହିଳା ମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ । ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ସହାୟତା ଯଥା ପେନ୍‌ସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଇଥିବେ ସେମାନେ ଅଯୋଗ୍ୟ ଘୋଷିତ ହେବେ । ଅଙ୍ଗନବାଡିକର୍ମୀ/ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍‌ବିକେ) ଓ ଆଉଟସୋର୍‌ସିଙ୍ଗ ଏବଂ ସି ଦ୍ବାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଇଥିଲେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 1, 2024, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.