ETV Bharat / state

‘ଏକ ଭାରତ ଶ୍ରେଷ୍ଠ ଭାରତର ବାର୍ତ୍ତା’ ନେଇ ସତ୍ୟନାରାୟଣଙ୍କ ସାଇକେଲ ଯାତ୍ରା - Subarnapur Youth Cycle Journey - SUBARNAPUR YOUTH CYCLE JOURNEY

Cycle Journey With Great India Message: ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପକୁ ଜନାଦୃତ କରିବା ପାଇଁ ସାଇକେଲରେ ଭାରତ ଯାତ୍ରା ଆରମ୍ଭ କରିଲେ ସୁବର୍ଣ୍ଣପୁର ସହରର ଯୁବ ପୂର୍ବତନ କ୍ୟାଡେଟ ସତ୍ୟନାରାୟଣ ବାଗ । ଅଧିକ ପଢନ୍ତୁ

Travel India By Bicycle
Travel India By Bicycle
author img

By ETV Bharat Odisha Team

Published : Apr 6, 2024, 1:44 PM IST

Travel India By Bicycle

ସୁବର୍ଣ୍ଣପୁର: ସାଇକେଲରେ ଭାରତ ଯାତ୍ରା ଆରମ୍ଭ କରିଲେ ସୁବର୍ଣ୍ଣପୁର ସହରର ଯୁବ ପୂର୍ବତନ କ୍ୟାଡେଟ ସତ୍ୟନାରାୟଣ ବାଗ । ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପକୁ ଜନାଦୃତ କରିବା ସହିତ ଶତ ପ୍ରତିଶତ ମତଦାନ ପାଇଁ ଜନମତ ସୃଷ୍ଟି କରିବା ପାଇଁ ଏଭଳି ନିଆରା ଯାତ୍ରା ପାଇଁ ପ୍ରୟାସ କରିଛନ୍ତି । ଗଣତନ୍ତ୍ରକୁ ସମୃଦ୍ଧ କରିବା ବାର୍ତ୍ତା ନେଇ ସାଇକେଲରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ସମଗ୍ର ଭାରତ ଯାତ୍ରା ଆରମ୍ଭ କରିଛନ୍ତି ।

ତେବେ ସୋନପୁର ମହାବିଦ୍ୟାଳୟର ଏହିଏନସିସି କ୍ୟାଡେଟଙ୍କୁ ଗତକାଲି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ତଥା ସହରର ନାଗରିକ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଦେଇ ବିଦାୟ ଦିଆଯାଇଥିଲା । ଏକ ଭାରତ ଶ୍ରେଷ୍ଠ ଭାରତ ଭଳି ମହତ୍ତ୍ବପୂର୍ଣ୍ଣ ବାର୍ତ୍ତାର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଭାରତର ମହାନ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା, ସ୍ବଚ୍ଛତା ଅବଲମ୍ବନ କରିବା ଓ ଆଗାମୀ ସଧାରଣ ନିର୍ବାଚନରେ ଯୁବକ ଯୁବତୀ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ସଭିଏଁ ନିଜ ବହୂମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବା ଆଦି ବାର୍ତ୍ତା ପ୍ରଚାର କରିବେ ସତ୍ୟନାରାୟଣ । ଦୀର୍ଘ ତିନି ମାସ ଧରି ସାରା ଭାରତ ପରିଭ୍ରମଣ ପାଇଁ ପ୍ରସ୍ତୁତି କରିବା ପରେ ଏହି ଦୁଃସାହସିକ ଯାତ୍ରା ସେ ଆରମ୍ଭ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମାଲ୍ ସବୁଜ ପତାକା ଦେଖାଇ ସାଇକେଲ ଯାତ୍ରା ପାଇଁ ଶୁଭେଚ୍ଛା ପ୍ରଦାନ କରିବା ସହିତ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜନ୍ମମାଟିରେ ନନ୍ଦିଘୋଷ ଖମାରି: ବୁଲିଲେ କାଶ୍ମୀରରୁ କନ୍ୟାକୁମାରୀ, ଦେଶବାସୀଙ୍କୁ ଦେଲେ ପରିବେଶ ସୁରକ୍ଷା ବାର୍ତ୍ତା

ଜିଲ୍ଲାପାଳ ଫୁଲତୋଡା ଓ ଉପଢୌକନ ପ୍ରଦାନ କରିବା ସହିତ ଭାରତ ଭ୍ରମଣ ସମୟରେ ଯଦି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିବେ ବୋଲି ସତ୍ୟନାରାୟଣଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଆହୁରି ସଶକ୍ତ କରିବା ପାଇଁ ଶତ ପ୍ରତିଶତ ନିଶ୍ଚିତ ମତଦାନ କରିବାକୁ ସବୁଠି ନାଗରିକ ମାନଙ୍କୁ ସଚେତନ କରି ପ୍ରେରଣା ଦେବାକୁ ଜିଲ୍ଲାପାଳ ଓ ଏସପି ତାଙ୍କୁ ପରାମର୍ଶ ଦେଇଛନ୍ତି l ତେବେ ଯୁବକଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇଥିଲେ । ଏହା ସହିତ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକର୍ତ୍ତା ,ଆଇନଜୀଵୀଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇ ସତ୍ୟନାରାୟଣଙ୍କ ଯାତ୍ରାର ସଫଳ କାମନା କରିଥିଲେ । ଏହା ସହିତ ସୁବର୍ଣ୍ଣପୁରର ଗର୍ବ ଗୌରବ ବଢ଼ାଇ ସୁସ୍ଥ ଭାବରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଶୁଭ କାମନା ଜଣାଇଥିଲେ l

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.