ETV Bharat / state

ବାଲେଶ୍ବରରେ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି, ଗୁରୁମନ୍ତ୍ର ଦେଲେ ୫ଟି ଅଧ୍ୟକ୍ଷ - ମ୍ୟାଜିକ କାର୍ଡ

NUA O Scholarship Programme In Balasore: ବାଲେଶ୍ବର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ମିଳିଛି ନୂଆ-ଓ ବୃତ୍ତି । ଆୟୋଜିତ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇଥିଲେ । ଅଧିକ ପଢନ୍ତୁ

ବାଲେଶ୍ବରରେ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି, ଗୁରୁମନ୍ତ୍ର ଦେଲେ ୫ଟି ଅଧ୍ୟକ୍ଷ

author img

By ETV Bharat Odisha Team

Published : Feb 29, 2024, 10:25 PM IST

ବାଲେଶ୍ବରରେ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି, ଗୁରୁମନ୍ତ୍ର ଦେଲେ ୫ଟି ଅଧ୍ୟକ୍ଷ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ମିଳିଛି ନୂଆ-ଓ ବୃତ୍ତି । ବାଲେଶ୍ବର ପୋଲିସ ରିଜର୍ଭ ପଡ଼ିଆରେ ଆଜି (ଗୁରୁବାର) ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ପୂର୍ବ ଘୋଷଣା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏନେଇ ଆୟୋଜିତ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗଦେଇ ପିଲାମାନଙ୍କ ସାମଗ୍ରିକ ବିକାଶ କେମିତି ହୋଇ ପାରିବ ସେନେଇ ପରାମର୍ଶ ଦେଇଥିଲେ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ କଲେଜରୁ ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାର୍ଟିଫିକେଟ ଗ୍ରହଣ କରିଥିଲେ ।

ଏହାପରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭୋଗରାଇ ଶଙ୍ଖାରି ଅଞ୍ଚଳରେ ଉଦଘାଟିତ ହୋଇଥିବା ମନ୍ମଥ-ମନୋଜ ସ୍ମାରକୀ ପୀଠ ପରିଦର୍ଶନ କରିଛନ୍ତି । ବାଲେଶ୍ଵର ଜିଲ୍ଲାର ସମୁଦାୟ 74 ଟି କଲେଜର 31 ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଯେଉଁଥିରେ ଛାତ୍ର ମାନଙ୍କୁ 9 ହଜାର ଏବଂ ଛାତ୍ରୀମାନଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଛି । ଏହା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଡ୍ରପଆଉଟ ସଂଖ୍ୟା କମିବା ସହ ଆର୍ଥିକ ଅବସ୍ଥା ଭଲ ନଥିବା ପିଲା ମାନଙ୍କ ପାଠ ପଢିବାରେ ସହାୟକ ହେବ ଏହି ବୃତ୍ତି ।

ଏହା ମଧ୍ୟ ପଢନ୍ତୁ ... ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'

ତେବେ ଏହି ବୃତ୍ତି ଟଙ୍କା ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସେହିପରି ଛାତ୍ରଛାତ୍ରୀଙ୍କ କଳାର ବିକାଶ ଏବଂ ସେମାନଙ୍କ ପାଇଁ ନିଯୁକ୍ତିରେ ସୁବନ୍ଦୋବସ୍ତ କରାଇବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ପାଞ୍ଚ ତାରିଖ ପାଖରୁ ଆରମ୍ଭ ହେବାକୁ ଯାଉଛି ମ୍ୟାଜିକ କାର୍ଡ । ଯାହାର ଘୋଷଣା ଆଜି ଫାଇଭ ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ଏହି ମ୍ୟାଜିକ କାର୍ଡ ଜରିଆରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାର ବିକାଶ ହୋଇ ପାରିବ।

ଯେଉଁଥିରେ ସେମାନେ ପାଠ ପଢା ସାଙ୍ଗକୁ ନିଜ ଭିତରେ ଥିବା ପ୍ରତିଭା ପ୍ରତିପାଦନ କରି ପାରିବେ । ଏହାଦ୍ବାରା ସେମାନଙ୍କ ଭିତରର ପ୍ରତିଭା ଯେତେ ମାତ୍ରାରେ ପ୍ରସ୍ଫୁଟିତ ହେବ, ସେହି ଅନୁସାରେ ସେମାନଙ୍କ ପାରଦର୍ଶିତା ଅପଲୋଡ଼ ହେବ ଏବଂ ସେମାନଙ୍କୁ ସିଲଭର, ଗୋଲଡ଼, ପ୍ଲାଟିନମ କାର୍ଡ ଆଗାମୀ ଦିନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଆଗାମୀ ଦିନରେ କମ୍ପାନୀମାନେ କଲେଜରେ କ୍ୟାମ୍ପସ ସିଲେକ୍ସନ କରିବା ବେଳେ ଛାତ୍ରଛାତ୍ରୀ ପାଇଥିବା କାର୍ଡ ଅନୁସାରେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.