ETV Bharat / state

ନିମାପଡ଼ା ଏନ୍ଏସିରେ ହଜିଯାଇଛି କାଞ୍ଜିଆହୁଦା ଅସ୍ଥିତ୍ଵ, ରାସ୍ତାରେ ବୁଲୁଛନ୍ତି ଗାଈପଲ - STRAY COW MENACE ON NIALI ROAD

ନିମାପଡ଼ା ଏନ୍ଏସିରେ କଞ୍ଜିଆ ହୁଦା ନ ଥିବାରୁ ପୌରାଞ୍ଚଳ ମୁଖ୍ୟ ବଜାର ଓ ଛକ ରାସ୍ତାରେ ବୁଲା ଗାଈଗୋରୁମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 21, 2024, 5:30 PM IST

ନିମାପଡ଼ା ଏନ୍ଏସିରେ ନାହିଁ କାଞ୍ଜିଆ ହୁଦା
ନିମାପଡ଼ା ଏନ୍ଏସିରେ ନାହିଁ କାଞ୍ଜିଆ ହୁଦା
ନିମାପଡ଼ା ଏନ୍ଏସିରେ ନାହିଁ କାଞ୍ଜିଆ ହୁଦା

ନିମାପଡା: ପୁରୀ ଜିଲ୍ଲା ନିମାପଡ଼ା ଏନଏସି ପକ୍ଷରୁ ହାଟ ଛକଠାରେ ବୁଲା ଗାଈ ଗୋରୁଙ୍କୁ ସାମୟିକ ଓ ସୁରକ୍ଷିତ ଭାବେ ରଖାଯିବା ପାଇଁ କାଞ୍ଜିଆ ହୁଦା ବ୍ୟବସ୍ଥା ହୋଇଥିଲା । ରାସ୍ତାରେ ବୁଲୁଥିବା ଗୋରୁମାନଙ୍କୁ ଧରି ଆଣି ଏହି କାଞ୍ଜିଆ ହୁଦାରେ ସାମୟିକ ଭାବେ ରଖାଯାଉଥିଲା । ଆଉ ପରେ ଗୋରୁ ମାଲିକ ଏନଏସିକୁ ଆସି ଧାର୍ଯ୍ୟ ଦେୟ ଦେଇ ସେମାନଙ୍କ ଗୋରୁଙ୍କୁ ନେଉଥିଲେ । ହେଲେ 1994 ମସିହାଠାରୁ ଅର୍ଥାତ୍ 29 ବର୍ଷ ହେଲା ଏହି କାଞ୍ଜିଆ ହୁଦା ଅସ୍ଥିତ୍ଵ ହଜିଯାଇଛି । ସମ୍ପୃକ୍ତ ସ୍ଥାନରେ ଏନଏସିର କଲ୍ୟାଣ ମଣ୍ଡପ ଗଢ଼ି ଉଠିଛି । କିନ୍ତୁ ନୂଆ କାଞ୍ଜିଆ ହୁଦା ପାଇଁ ଆଉ କେଉଁଠି ଜାଗା ଦିଆଯାଇନାହିଁ । ଫଳରେ ନିମାପଡ଼ା ଏନଏସିରେ କଞ୍ଜିଆ ହୁଦା ନ ଥିବାରୁ ପୌରାଞ୍ଚଳ ମୁଖ୍ୟ ବଜାର ଓ ଛକ ରାସ୍ତାରେ ବୁଲା ଗାଈ ଗୋରୁମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ।

ବିଶେଷ କରି ଦୋଳବେଦୀ ଓ କୁଶଭଦ୍ରା ନଦୀ ବ୍ରିଜି ଉପରେ ଗାଈଗୋରୁ ଓ ଷଣ୍ଢ ଶୋଇବା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ମାନେ କୋଣାର୍କ, କାକଟପୁର ଯିବା ପାଇଁ ଘଣ୍ଟା ଘଣ୍ଟା ଟ୍ରାଫିକରେ ଫସି ରହିବାକୁ ବାଧ୍ୟ ହେଉଛନ୍ତି । ରାସ୍ତାରେ ଷଣ୍ଢ, ଗାଈଗୋରୁ ଶୋଇ ରହିବା ଓ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହ ଯାନବାହାନ ଚଳାଚଳରେ ବାଧା ଉପୁଜୁଛି । ବୁଲା ଗୋରୁ ଓ ଷଣ୍ଢମାନଙ୍କ ଉପଦ୍ରଵରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ନୂତନ କାଞ୍ଜିଆ ହୁଦା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ପୌରପରିଷଦର ଖାମଖିଆଲି ମନୋଭାବ, କାମରେ ଲାଗୁନି କାଞ୍ଜିଆ ହୁଦା

ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ଯେ, ନିମାପଡ଼ା ଏନଏସିରେ 42 ବର୍ଷ ପୂର୍ବେ କାଞ୍ଜିଆ ହୁଦା ହୋଇଥିଲା ଯାହା ଏବେ ନିଶ୍ଚିହ୍ନ ହୋଇଯାଇଛି । ବୁଲା ଗାଈଗୋରୁମାନଙ୍କ ପାଇଁ ପର୍ଯ୍ୟଟକ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଅଟକି ରହୁଥିବାରୁ ନିମାପଡ଼ା ଏନଏସିକୁ ଭର୍ତ୍ସନା କରିବା ସହିତ ଖରାପ ମନଭାବ ନେଇ ଯାଇଥାନ୍ତି । ତେଣୁ ଖୁବଶୀଘ୍ର କଞ୍ଜିଆହୁଦା କରନ୍ତୁ ନଚେତ୍ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବା ସହିତ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛି ସ୍ଥାନୀୟ ବୁଦ୍ଧିଜୀବୀ ତଥା ବରିଷ୍ଠ ସାମ୍ବାଦିକ ।

ସେପଟେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାର ସତ୍ୟତା ଅନୁଭବ କରି କହିଛନ୍ତି ଯେ, 1994 ମସିହାରେ କାଞ୍ଜିଆ ହୁଦା ଥିଲା ମାତ୍ର ଏବେ ନାହିଁ । ଏବେ ବୁଲା ଗାଈ ଗୋରୁ ମାଲିକମାନଙ୍କୁ ସଚେତନ କରିବା ସହିତ ଜୋରିମାନା ଆଦାୟ କରାଯିବ । ଯଥାଶୀଘ୍ର ପୁନର୍ବାର କାଞ୍ଜିଆ ହୁଦା କରିବା ପାଇଁ ପଦକ୍ଷେପ ନିଆଯିବା କହିଛନ୍ତି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.