ETV Bharat / state

ନିଆରା ଶିଳ୍ପୀ ପ୍ରଣବ, ପଥର ଦେହରେ ଭରୁଛନ୍ତି ପ୍ରାଣ - Stone Artist Pranab

Stone Artist Pranab Kumar Dash: ହାତରେ ହାତୁଡି ଓ ସେଣା ଧରି ପଥରକୁ ଜୀବନ୍ତ କରୁଛନ୍ତି ଶିଳ୍ପୀ ପ୍ରଣବ କୁମାର ଦାଶ । ତାଙ୍କ ହାତର ସ୍ପର୍ଶ ନିର୍ଜୀବ ପଥର ଦେହରେ ପ୍ରାଣ ଭରିଯାଉଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 12, 2024, 9:35 PM IST

Stone Artist Pranab Kumar Dash
Stone Artist Pranab Kumar Dash (ETV Bharat Odisha)

କୋରାପୁଟ: ବୟସ ପାଖାପାଖି ୫୪ ବର୍ଷ । ହାତରେ ହାତୁଡି ଓ ସେଣା ଧରି ପଥର ଖୋଦେଇ କରି ଗଢ଼ି ତୋଳୁଛନ୍ତି ଜୀବନ୍ତ ମୂର୍ତ୍ତି । ତାଙ୍କ ହାତର ସ୍ପର୍ଶ ବାଜିବା ପରେ ଲାଗୁଛି ଯେମିତି ନିର୍ଜୀବ ପଥର ମୂର୍ତ୍ତି ଗୁଡିକ ଦେହରେ ପ୍ରାଣ ଭରି ଯାଉଛି । ପ୍ରଭୁ ଗଜାନନ, ଶହୀଦ ଲକ୍ଷ୍ମଣ ନାୟକଙ୍କ ସହ ଏମିତି ଏନେକ ପଥର ମୂର୍ତ୍ତି ତିଆରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କୋରାପୁଟର ହସ୍ତଶିଳ୍ପୀ ପ୍ରଣବ କୁମାର ଦାଶ ।

କୋରାପୁଟ ଜିଲ୍ଲା ଜୟପୁରର ଶ୍ରୀରାମ ନଗର ଅଞ୍ଚଳ ହସ୍ତଶିଳ୍ପୀ ପ୍ରଣବ କୁମାର ଦାଶ । ପରିବାର କହିଲେ ସ୍ତ୍ରୀ ହେମାବତୀ ଦାଶ ଓ ଗୋଟିଏ ଝିଅ । ପ୍ରଣବଙ୍କୁ ଯେତେବେଳେ ୨୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ବଡ ଭାଇ ପ୍ରତାପ ଚନ୍ଦ୍ର ଦାଶଙ୍କ ମାଟି ତିଆରି ଗଣେଶ ମୂର୍ତ୍ତୀକୁ ଦେଖି ଜଣେ ହସ୍ତଶିଳ୍ପୀ ହେବାକୁ ମନସ୍ଥ କରିଥିଲେ । ପ୍ରେମେନ୍ଦ୍ର ପଟ୍ଟନାୟକ ଓ ହରିହର ମହାରାଣାଙ୍କ ଠାରୁ ସେ ପଥର ଖୋଦେଇ ମୂର୍ତ୍ତି ତିଆରି ଶିଖିଥିଲେ । ଭୁବନେଶ୍ଵରରେ ହରିଶ୍ଚନ୍ଦ୍ର ସିହ୍ନାଙ୍କ ଠାରୁ ଚିତ୍ର କରିବା କଳା ଶିଖିଥିଲେ । ସେବେଠାରୁ ମୁଗୁନି ପଥରରେ ଖୋଦେଇ କରି ଜୀବନ୍ତ ମୂର୍ତ୍ତି ତିଆରି କରୁଛନ୍ତି । ବର୍ତ୍ତମାନ ପ୍ରଣବ ପାଖାପାଖି ୫୪ ବର୍ଷ । ହେଲେ ଏବେ ବି ତାଙ୍କ ହାତର ଯାଦୁରେ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ତିଆରି କରୁଛନ୍ତି । ଏହି ପଥର ଶିଳ୍ପ ଓ ଚିତ୍ରକାର କାମକୁ ପତ୍ନୀ ହେମାବତା ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।

ତେବେ ପ୍ରଣବ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ବିଧାୟକ, ମନ୍ତ୍ରୀ ଓ ସାଂସଦ ଆଦିଙ୍କ ଅନୁରୋଧରେ ସେ ଶହୀଦ ଲକ୍ଷ୍ମଣ ନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ସଦାଶିବ ତ୍ରିପାଠୀଙ୍କ ପୂର୍ଣ୍ଣ ଅବୟବ ସହ ଶ୍ରୀମା, ଶ୍ରୀଅରବିନ୍ଦ ଓ ବିଭିନ୍ନ ଦେବାଦେବୀ ପ୍ରତିମୂର୍ତ୍ତି ତିଆରି କରିଛନ୍ତି । ବର୍ତ୍ତମାନ ସେ ଗଣେଷଙ୍କ ୩ଫୁଟର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି ।

ଏନେଇ ପ୍ରଣବ କହିଛନ୍ତି,"ଶରୀରରେ ପ୍ରାଣ ଥିବା ଯାଏଁ ପଥରକୁ ପ୍ରାଣବନ୍ତ କରି ଚାଲିଥିବି । ସରକାର ସ୍ବୀକୃତି ଦିଅନ୍ତୁ ବା ନଦିଅନ୍ତୁ, ମୋତେ କଳାକାର ଭତ୍ତା ଦିଅନ୍ତୁ ବା ନ‌ଦିଅନ୍ତୁ କିନ୍ତୁ ମୁଁ କରିଥିବା କାରୁକାର୍ଯକୁ ଦେଖି ଲୋକେ ମନେ ପକାଇବେ । ଏଥିରୁ ବିଶେଷ ଲାଭ ମିଳୁନାହିଁ, କିନ୍ତୁ ଆତ୍ମସନ୍ତୋଷ ମିଳୁଛି । ମୁଁ ତିଆରି କରିଥିବା ପ୍ରତିମୂର୍ତ୍ତି ମଧ୍ୟରେ ନୂଆ ବସଷ୍ଟାଣ୍ଡରେ ଲାଗିଥିବା ହାନିମେନ୍ ଜଗନ୍ନାଥ ସାଗର କୁଳର ଆଦିବାସୀ ମହିଳା ଏବଂ ରାଧାକୃଷ୍ଣ ବିଶ୍ବାସରାୟଙ୍କ ପ୍ରତିମୂର୍ତ୍ତି ରହିଛି । ବଡ ମୂର୍ତ୍ତିକୁ ଦେଢ଼ ଲକ୍ଷ ଓ ସାନ ମୂର୍ତ୍ତିକୁ ୩୫ହଜାର ଟଙ୍କା ରଖିଥିଲେ ହେଁ ସ୍ଥଳ ବିଶେଷରେ ଦର ଧାର୍ଯ୍ୟ କରିଥାଏ । ସରକାରୀ ପ୍ରୋସାହନ ଓ ଉତ୍ତମ ବଜାର ମିଳିଲେ ଏହା ଅଧିକ ପ୍ରଚାର ଓ ପ୍ରସାର ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ରଦ୍ଦି କାଗଜରୁ ସୁନ୍ଦର ମୁଖା, ପ୍ରମୋଦଙ୍କୁ ଦେଇଛି ପରିଚୟ - Mask Craft From Used Paper

ତେବେ ପ୍ରଣବ କିଛି ସମୟରେ ସ୍ଥାନୀୟ ହୋଟେଲକୁ ଯାଇ ଲୋକଙ୍କ ଫଟୋଚିତ୍ର ଆଙ୍କି ତାହାକୁ ଦେଉଛନ୍ତି । ସେଥିରୁ ମିଳୁଥିବା ସ୍ବଳ୍ପ କିଛି ଟଙ୍କାରେ ପରିବାରର ଗୁଜରାଣ ମେଣ୍ଟୁଛି । ବଣ ମଲ୍ଲି ବଣରେ ଝଡିଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କଳାକାରଙ୍କୁ ପ୍ରତ୍ସାହନ ଦେଲେ ଆଗାମୀ ପିଢ଼ି ଏହି କଳା ପ୍ରତି ଆକୃଷ୍ଟ ହୋଇପାରିବେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.