ETV Bharat / state

ନିଶା ବେପାରୀଙ୍କ ନୂଆ ଚାଲ୍: ଅଫିମ ଚାଲାଣ କରି ହେଉଛନ୍ତି ମାଲାମାଲ, ରାଉରକେଲାରୁ ୨ଜଣଙ୍କୁ ଧରିଲା STF

Opium Smuggling: ଅଫିମ ଚାଲାଣବେଳେ ରାଉଲକେଲା ପାନପୋଷରୁ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 9, 2024, 11:06 PM IST

ଅଫିମ ଚାଲାଣ
ଅଫିମ ଚାଲାଣ
ଅଫିମ ଚାଲାଣ

ଭୁବନେଶ୍ବର/ରାଉରକେଲା: ବଦଳିଲାଣି ନିଶା ବେପାରୀଙ୍କ ଚାଲ । ଏବେ ବ୍ରାଉନସୁଗାର ବଦଳରେ ଚାଲୁଛି ଅଫିମ ଚାଲାଣ । ଅଫିମ ଚାଲାଣବେଳେ ରାଉଲକେଲା ପାନପୋଷରୁ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ସେମାନଙ୍କଠାରୁ ୧୦କିଲୋ ୫୦୮ଗ୍ରାମ ଅଫିମ ଜବତ କରାଯାଇଛି । ଏସଟିଏଫ ଏସପିଙ୍କ ସୂଚନା ମୁତାବକ, ଅଫିମ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଏସଟିଏଫ । ଏନେଇ ରାଉଲକେଲା ପୋଲିସ ସହାୟତାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଛି । ଅଭିଯୁକ୍ତ ବିପୁଳ ସିଂ ମୁଣ୍ଡା ଓ ରୋହିତ ମୁଣ୍ଡା ଝାଡ଼ଖଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ବିଶେଷ କରି କିଛି ସୀମିତ ଦେଶରେ ଅଫିମ ଚାଷ ପାଇଁ ଅନୁମତି ରହିଛି । ଭାରତରେ ମଧ୍ୟପ୍ରଦେଶ,ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି କେବଳ 3 ଟି ରାଜ୍ୟରେ ଅନୁମତି ରହିଛି । କିନ୍ତୁ ଏସଟିଏଫ ସନ୍ଦେହ କରୁଛି ଏଭଳି ଅଫିମ ଲିଗାଲ ଫାର୍ମରୁ ଚୋରା ଚାଲାଣ କରାଯାଇଛି । ଯାହାକୁ ନେଇ ମଧ୍ୟପ୍ରଦେଶର ପୋଲିସ ଓ ଲିଗାଲ ଲାଇସେନ୍ସପ୍ରାପ୍ତ ଫାର୍ମ ସହ ଯୋଗାଯୋଗ କରୁଛି । କିନ୍ତୁ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ସେମାନେ‌ ରାଜସ୍ଥାନରୁ ଝାଡଖଣ୍ଡ ଦେଇ ରାଉରକେଲା ପହଞ୍ଚିଥିବା ପୋଲିସ ସମ୍ମୁଖରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବ୍ୟାଟେରି ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ, ବିହାର ଚାଲାଣ ବେଳେ ଭୁବନେଶ୍ବରରୁ ଟ୍ରକ ଜବତ

ଏହା ମଧ୍ୟ ପଢନ୍ତୁ...ହତ୍ୟାକାରୀକୁ କୋର୍ଟ ଚାଲାଣ କଲା ପୋଲିସ, ପରିତ୍ୟକ୍ତ ଘରୁ ମିଳିଥିଲା ମହିଳାଙ୍କ ମୃତଦେହ

ଏହା ମଧ୍ୟ ପଢନ୍ତୁ...ଅବକାରୀ ଆଖିରେ ଧୂଳି ଦେଇ ନଡ଼ିଆ ବୋଝେଇ ଟ୍ରକରେ ଚାଲିଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ଏତେ ପରିମାଣର ଅଫିମ ଏସଟିଏଫ ଦ୍ବାରା ଜବତ ହେବା ଘଟଣା ପୋଲିସର ଚିନ୍ତା ବଢାଇଛି । ଏହି ଅଫିମ ବ୍ରାଉନସୁଗର ବ୍ୟବହାରରେ ମଧ୍ୟ ବ୍ୟବହୃତ ହୋଇଥା ଏ। ତେଣୁ ଅଫିମକୁ ବ୍ରାଉନସୁଗର ବା ହିରୋଇନ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ଉଦ୍ଦେଶ୍ୟରେ ଚାଲାଣ କରାଯାଉଥିବା ପୋଲିସ ସନ୍ଦେହ କରୁଛି । ପୂର୍ବରୁ ବ୍ରାଉନସୁଗର‌ ପୂର୍ବରୁ ମୁର୍ଶିଦାବାଦ ଓ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସୁଥିଲା । ଏଭଳି ସପ୍ଲାଏ ପରେ ଅଫିମ ଚାଲାଣରେ ନେଟୱର୍କ ଏବେ ସକ୍ରିୟ ଥିବା ସନ୍ଦେହ କରୁଛି ଏସଟିଏଫ। ତେବେ ଏସଟିଏଫର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୨୦ରୁ ଏଯାବତ୍ ୭୫ କିଲୋଗ୍ରାମ ବ୍ରାଉନସୁଗର ସହ ୨୦୨ ଗ୍ରାମର କୋକେନ ସମେତ ୧୨୩ କ୍ବିଣ୍ଟାଲ ଗଞ୍ଜେଇ, ୧୪କିଲୋଗ୍ରାମରୁ ଉର୍ଦ୍ଧ୍ବ ଅଫିମ ଜବତ ହୋଇଛି। ୧୯୩ ଜଣଙ୍କୁ ନିଶା କାରବାର ମାମଲାରେ ଗିରଫ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.