ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା । 'ନୂଆ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଅଧିନରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ବିଭିନ୍ନ ବର୍ଗରେ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀ ଏଥିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସରକାରଙ୍କ ତରଫରୁ' ନୂଆ- ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ରାଜ୍ଯସ୍ତରୀୟ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ତ୍ରୀ ସାରଦା ନାୟକ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମନ୍ତ୍ରୀ କହିଥିଲେ , "ରାଜ୍ୟ ସରକାରଙ୍କ ପ୍ରୟାସରେ ରାଜ୍ୟରେ କ୍ରୀଡ଼ା ତଥା କ୍ରୀଡ଼ାବିତମାନଙ୍କ ନିମନ୍ତେ ଉତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ତିଆରି କରାଯାଉଛି । ଏହା ଯୋଗୁଁ ଖେଳାଳି ମାନେ ଭଲ ପରିବେଶ ରେ ଅଭ୍ଯାସ କରି ପାରୁଛନ୍ତି । ଆଶା କରୁଛି ଆଗାମୀ ଦିନରେ ଆମ ରାଜ୍ଯରୁ ତଥା ସୁନ୍ଦରଗଡ ମାଟିରୁ ଅନେକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଓ ଲାଜରୁସ ବାର୍ଲା ପରି ଅନେକ ଖେଳାଳି ବାହାରିବେ ଓ ଦେଶ ପାଇଁ ଗୌରବ ଆଣିବେ । ଏହା ଆମର ଆଶା ଓ ବିଶ୍ବାସ । ''
ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳରେ ନୂଆ-ଓ କାର୍ଯ୍ୟକ୍ରମ, ଯୋଗଦେଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ଏହି ରାଜ୍ଯ ସ୍ତରୀୟ ହକି ପ୍ରତିଯୋଗିତାର ପ୍ରଥମ ଦିନରେ 30ଟି ଜିଲ୍ଲାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବାଳିକା ହକି ଦଳ ମଧ୍ଯରେ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆସନ୍ତା ସାତ ତାରିଖ ଯାଏ ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କ୍ରୀଡା ପ୍ରତିଯୋଗିତା ହେବ । ପ୍ରଥମ ଦିନରେ କଳାହାଣ୍ଡି ବାଳିକା ହକି ଦଳ କେନ୍ଦୁଝର କୁ ୨- ୦ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଥିଲା । ସେହିପରି ନବରଙ୍ଗପୁର ଟିମ ବାଲେଶ୍ଵର କୁ ୬-୦ ରେ ପରାସ୍ତ କରିଥିଲା । , ନୟାଗଡ ଦଳ ପୁରୀକୁ ୫-୦ ରେ, ଢେଙ୍କାନାଳ ଭଦ୍ରକକୁ ୧୪-୦ରେ, ଯାଜପୁର ରାୟଗଡାକୁ , ଗଞ୍ଜାମ ଅନୁଗୁଳକୁ , ବରଗଡ଼ ମାଲକାନଗିରିକୁ, ବଲାଙ୍ଗୀର କନ୍ଧମାଳକୁ, ଝାରସୁଗୁଡା ମୟୂରଭଞ୍ଜକୁ ୬- ୧ ଗୋଲରେ ପରାସ୍ତ କରିଥିଲା ।
ଉଦଘାଟନ କାର୍ଯ୍ୟକ୍ରମରେ ହକି ଆସୋସିଏସନ ଓଡିଶାର ସଚିବ ସନାତନ ସାହୁ, ହକି ତାରକା ଲାଜରୁସ ବାର୍ଲା, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଜିତ ମହାନ୍ତ, କାଲୁ ଚରଣ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ଥିଲେ। ବାର୍ଥୋଲୋମି କେରକେଟା ମଞ୍ଚ ପରିଚାଳନା କରିଥିଲେ।
ଇଟିଭି ଭାରତ, ସୁନ୍ଦରଗଡ