ETV Bharat / state

କେବେ ଖୋଲିବ ରତ୍ନ ଭଣ୍ଡାର ? କଣ କହିଲେ ଆଇନ ମନ୍ତ୍ରୀ - Puri Ratna Bhandar Open Issue

author img

By ETV Bharat Odisha Team

Published : Jun 23, 2024, 12:57 PM IST

Puri Ratna Bhandar Open Issue: କେବେ ଖୋଲିବ ରତ୍ନ ଭଣ୍ଡାର ? ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଉତ୍ତର ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

Puri Ratna Bhandar Open Issue
Puri Ratna Bhandar Open Issue (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କେବେ ରତ୍ନଭଣ୍ଡାର ଖୋଲାଯିବ ତାହା ଉପରେ ସମସ୍ତଙ୍କ ନଜର ରଖିଛି । ତେବେ ଏହା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 'ରଥଯାତ୍ରା ସମୟରେ ଖୋଲିବନି ରତ୍ନ ଭଣ୍ଡାର ।' ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ଖୁବଶୀଘ୍ର ରାଜ୍ୟ ସରକାର ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର କେବେ ଖୋଲିବ ? କେବେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହେବ ? ବର୍ତ୍ତମାନ ରାଜ୍ୟବାସୀଙ୍କ ମଧ୍ୟରେ ଏହା ବଡ ପ୍ରଶ୍ନ । ତେବେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ ଓ ରତ୍ନ ଅଳଙ୍କାର ଗଣତି ଖୁବଶୀଘ୍ର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ କେବେ ଖୋଲିବ ସେ ନେଇ ଆଇନମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି । ସରକାର ଏନେଇ ପ୍ରକ୍ରିୟା ଜାରି ରଖିଛନ୍ତି ଓ ସଠିକ୍ ସମୟ ହେଲେ ଭକ୍ତଙ୍କୁ ଜଣାଇ ଦିଆଯିବ ବୋଲି ଆଇନ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ସକାଳେ ହଁ ସନ୍ଧ୍ୟାରେ ନାଁ ! ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ଆଇନ ମନ୍ତ୍ରୀଙ୍କ ବଡ ବୟାନ - Srimandir Ratna Bhandar

ରଥ ଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବା ପ୍ରକୃଷ୍ଟ ସମୟ ବୋଲି କୁହାଯାଉଥିବା ବେଳେ ଆଇନମନ୍ତ୍ରୀ କହିଛନ୍ତି, "ପୂର୍ବ ଥର ରତ୍ନ ଭଣ୍ଡାର ଖୋଲିବା ଓ ଅଳଙ୍କାର ଗଣତି ପାଇଁ 70 ଦିନ ସମୟ ଲାଗିଥିଲା । ଏଣୁ ଏହା ଏକ ଲମ୍ବା ପ୍ରକ୍ରିୟା । ଏ ନେଇ ସରକାର ସଚେତନ ଅଛନ୍ତି । ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆସନ୍ତା ଜୁଲାଇ 7 ତାରିଖରେ ଖୋଲାହେବ ବୋଲି ଏଏସଆଇ ଅଧିକ୍ଷକ ମିଡ଼ିଆରେ ପ୍ରତିକ୍ରିୟା ରଖିଥିଲେ । ତେବେ ପରେ ଆଇନମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଥିଲେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ରାଜ୍ୟ ସରକାର ନେବେ । ଏଏସଆଇର ଏନେଇ କୌଣସି ଅଧିକାର ନାହିଁ । ତେବେ ଏଏସଆଇ ଅଧିକାରୀ ରାଜ୍ୟ ସରକାରଙ୍କୁ ଅବଗତ ନ କରେଇ ଯେଭଳି ଏକତରଫା ଭାବେ ରତ୍ନ ଭଣ୍ଡାର ଖୋଲିବା ଘୋଷଣା କଲେ ଏହା ଏକ ଶୃଙ୍ଖଳା ଉଲ୍ଲଂଘନ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.