ETV Bharat / state

ଦକ୍ଷିଣାଞ୍ଚଳର ନିର୍ବାଚନୀ ସ୍ଥିତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - election Review meeting - ELECTION REVIEW MEETING

ELECTION REVIEW MEETING: ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କିଭଳି ରହିଛି ନିର୍ବାଚନୀ ସ୍ଥିତି ତାହା ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । କିଭଳି ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେନେଇ ୪ଟି ଜିଲ୍ଲାର ପ୍ରଶାସନ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

ଦକ୍ଷିଣାଞ୍ଚଳର ନିର୍ବାଚନୀ ସ୍ଥିତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

author img

By ETV Bharat Odisha Team

Published : Apr 13, 2024, 9:35 AM IST

ଦକ୍ଷିଣାଞ୍ଚଳର ନିର୍ବାଚନୀ ସ୍ଥିତି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଗଞ୍ଜାମରେ ଦକ୍ଷିଣାଞ୍ଚଳର ଚାରି ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଗଞ୍ଜାମ, ଗଜପତି,କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ କିଭଳି ରହିଛି ସ୍ଥିତି, ତାହାକୁ ବୈଠକରେ ସମୀକ୍ଷା କରାଯାଇଥିଲା । ମେ ମାସରେ ନିର୍ବାଚନ ରହିଥିବା ବେଳେ ସମସ୍ତଙ୍କୁ ଗରମର ଦାଉରୁ ରକ୍ଷା ପାଇବା ପାଇଁ ନିର୍ବାଚନ କମିଶନଙ୍କ ଅଧିକ ଗୁରୁତ୍ବ ଦେଇଛନ୍ତି ।

ଏହି ଚାରୋଟି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । କିପରି ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହକାରେ ପାଳନ କରାଯିବ ସେ ନେଇ କମିଶନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।

ଚଳିତ ବର୍ଷର ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ମୁକ୍ତ ନିର୍ବାଚନ ହୋଇପାରିବ ସେଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ତଥା ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କୁ ପ୍ରସ୍ତୁତ ହେବାକୁ ଅବଗତ କରାଇଥିଲେ । ଚଳିତ ବର୍ଷ ମେ ମାସରେ ଅନୁଷ୍ଠିତ ହେବାକୁ ରହିଥିବା ନିର୍ବାଚନ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗରମ ପବନ, ବାତ୍ୟା ଭଳି ବିପଦ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଅବଗତ କରାଯାଇଥିଲା । ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ କୌଣସି କ୍ଷୟକ୍ଷତି ହେବ ନାହିଁ, ଜନଜୀବନ ସୁରକ୍ଷିତ ରହିବ ସେଥିପାଇଁ ପୂର୍ବ ପ୍ରସ୍ତୁତି ସହ ଅଧିକ ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଶେଷକରି ଭୋଟର, ପୋଲିସ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ନିର୍ବାଚନ ଅଧିକାରୀ, କର୍ମଚାରୀ ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଭିତ୍ତିରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ, ପାନୀୟଜଳ, ବିଶ୍ରାମ ଦେବା ଦିଗରେ ଯତ୍ନବାନ ହେବା ପାଇଁ କହିଥିଲେ । ଏହି ସଚେତନତା ବିଷୟରେ ନିର୍ବାଚନ ଅଧିକାରୀମାନଙ୍କ ପ୍ରଶିକ୍ଷଣ ସମୟରେ ଏହି ଦିଗରେ ସଚେତନ ରହିବାକୁ ନିର୍ଦ୍ଦେଶ ଦେବାକୁ ପ୍ରବର୍ତ୍ତାଇଥିଲେ । ଭୋଟଗ୍ରହଣ ଦିନ ସେକ୍ଟର ଅଫିସର ମାନେ ଯେତେବେଳେ ଇଭିଏମ୍ ମେସିନ୍ ନେଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବେ ସେମାନଙ୍କ ସହିତ ଜଣେ ଲେଖାଏଁ ଆର୍ମଡ୍ ପୋଲିସ୍ ଏବଂ ପାରାମେଡିକାଲ ଷ୍ଟାଫ୍ ନିଜ ସହିତ ସମସ୍ତ ଔଷଧ, ଓ.ଆର୍.ଏସ୍. ପ୍ୟାକେଟ ନେଇଯିବେ । ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ଭୋଟର, ଭିନ୍ନକ୍ଷମ ଭୋଟର ଯେଉଁମାନେ ଭୋଟଗ୍ରହଣ କେନ୍ଦ୍ରକୁ ନଯାଇ ଭୋଟ ଦେବାକୁ ଇଚ୍ଛା ପ୍ରକାଶ କରନ୍ତି ତେବେ ନିର୍ଦ୍ଧାରିତ ଫର୍ମ ୧୨ (ଖ) ପୂରଣ କରି ବି.ଏଲ୍.ଓ.ଙ୍କୁ ଦେଲେ ସେମାନଙ୍କର ଗୃହକୁ ଯାଇ ଭୋଟ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ.....ବ୍ରହ୍ମପୁରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ - Election 2024

ଚଳିତବର୍ଷ ଅନୁଷ୍ଠିତ ହେବାକୁ ରହିଥିବା ନିର୍ବାଚନ ଦିନ ଏହିଭଳି ବ୍ୟକ୍ତିବିଶେଷଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଭୋଟ ଦେବା ନିମନ୍ତେ ସରକାରୀ ସୁବିଧାରେ ଯାନବାହାନରେ ନେବା ଆଣିବା କରାଯିବ । ଯେଉଁ ପୋଲିଂ ଅଧିକାରୀ, ପୋଲିସ୍ ଅଧିକାରୀ, ଡ୍ରାଇଭର ମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ଭୋଟ ଦେଇପାରିବେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ.ଆର୍.ଏସ୍. ପ୍ୟାକେଟ, ପ୍ରଚୁର ପାନୀୟ ଜଳର ବ୍ୟବସ୍ଥା ପ୍ରତି ବୁଥରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଗଣମାଧ୍ୟମ ନିର୍ବାଚନ କମିଶନଙ୍କ ଆଖି ଆଉ କାନ ବୋଲି କହିବା ସହିତ ଯେଉଁଠି ଯାହା କୈାଣସି ଘଟଣା ଘଟୁଛି ତାହାର ପ୍ରକୃତ ତଥ୍ୟ ପ୍ରକାଶ କରିବା ପାଇଁ ଆହ୍ବାନ କରିଥିଲେ ।

ଭୋଟର ଗଣ ଯେଭଳି ଭୟ ଓ ପ୍ରଲୋଭନ ଠାରୁ ଦୂରରେ ରହି ଅଧିକ ସଂଖ୍ୟାରେ ଭୋଟର ଭୋଟ ଦେବାକୁ ଯିବେ ସେଥି ନିମନ୍ତେ ସଚେତନ କରାଇବାକୁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ । ଭୋଟମାନେ ବିଫୁଳ ମାତ୍ରାରେ ଭୋଟ ଦିଅନ୍ତୁ ଓ ଗଣତନ୍ତ୍ରକୁ ବଞ୍ଚାଇ ରଖନ୍ତୁ ବୋଲି ଆହ୍ବାନ ଦେଇଥିଲେ । କୌଣସି ଠାରେ ନିର୍ବାଚନ ସମ୍ପର୍କିତ ଅପ୍ରିତିକର ପରିସ୍ଥିତି କିମ୍ବା ମଡେଲ କୋଡ ଅଫ୍ କଣ୍ଡକ୍ଟ ନିୟମ ଉଲ୍ଲଘଂନ ହେଉଥିଲେ ଇ-ଭିଜିଲ ଆପ୍ ମାଧ୍ୟମରେ କିମ୍ବା ୧୯୫୦ ହେଲ୍ପ ଲାଇନରେ ନିଃଶୁଳ୍କ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ ।

ଏହି ସମୀକ୍ଷା ବୈଠକରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, ସେମାନଙ୍କ ପ୍ରଶିକ୍ଷଣ, ଇଭିଏମ୍ ପରିଚାଳନା,ଡିସ୍ପୋଜାଲ ସେଣ୍ଟର, ରିସିଭିଂ ସେଣ୍ଟର, ଭୋଟ ଗ୍ରହଣ କେନ୍ଦ୍ରର ସ୍ଥିତି, ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି ଇତ୍ୟାଦି ସମସ୍ତ ବିଷୟରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ତିରୁମାଲା ନାୟକ, ଦକ୍ଷିଣାଞ୍ଚଳ ଆଇ. ଜି. ଅଫ୍ ପୋଲିସ୍ ଜୟ ନାରାୟଣ ପଙ୍କଜ, ଡି.ଆଇ.ଜି. ଅଫ୍ ପୋଲିସ୍ ତଥା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ,କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ବର ପାଟିଲ, ଗଜପତି ଜିଲ୍ଲାପାଳ ସ୍ମତି ରଞ୍ଜନ ପ୍ରଧାନ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍. କୁମାର, ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.