ETV Bharat / state

ନବରଙ୍ଗପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା - Sec on Nabarangpur visit - SEC ON NABARANGPUR VISIT

SEC Review On General Election: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନବରଙ୍ଗପୁରରେ ନିର୍ବାଚନୀ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଅବାଧ ଓ ନିରପେକ୍ଷ ମତଦାନ ସମ୍ପର୍କରେ ସମସ୍ତଙ୍କୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

author img

By ETV Bharat Odisha Team

Published : Mar 23, 2024, 8:24 PM IST

ନବରଙ୍ଗପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ନବରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏଥିପାଇଁ ତତ୍ପର ହୋଇ ଉଠିଛି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ କିଭଳି ନିର୍ବାଚନ ପରିଚାଳନା ହେବ ସେନେଇ ସମୀକ୍ଷା କରୁଛି ନିର୍ବାଚନ ଆୟୋଗ ।ଏହି ଅବସରରେ ଆଜି (ଶନିରାବ) ଦିନ ନବରଙ୍ଗପୁର ଜିଲ୍ଲାଗସ୍ତରେ ଆସିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ ନବରଙ୍ଗପୁର ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଏହି ଅବସରରେ ସେ ଅବାଧ ଓ ନିରପେକ୍ଷ ଭୋଟ ଦାନ ସହ ବହୁ ସଂଖ୍ୟାରେ ଲୋକମାନେ କିଭଳି ଭୋଟ ଦେଇ ପାରିବେ ସେ ସମ୍ପର୍କରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାକୁ ଲାଗି ପଡୋଶୀ ରାଜ୍ୟ ଛତିଶଗଡ ରହିଥିବା ବେଳେ ସେଠାରେ ନକ୍ସଲମାନଙ୍କ ଦବଦବା ଜାରି ରହିଛି । ତେଣୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ପଡ଼ୋଶୀ ରାଜ୍ୟର ସୀମାରେ ସୁରକ୍ଷା କଡାକଡ଼ି କରାଯିବା ନେଇ ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମତଦାନ ସମୟରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଚଳିତ ନିର୍ବାଚନରେ ଅଧିକରୁ ଅଧିକ ଯୁବ ଓ ନୂତନ ଭୋଟର ଯେପରି ମତଦାନ ପ୍ରକ୍ରିୟାରେ ସାମିଲ ହେବ ସେଥିପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ ।

ଏହା ମଧ୍ୟ ପଢନ୍ତୁ.....ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ

ଏହା ମଧ୍ୟ ପଢନ୍ତୁ ...ନିର୍ବାଚନ ହାଲଚାଲ୍‌: କଳାହାଣ୍ଡିରେ କଣ ରହିଛି ଯୁବ ଭୋଟରଙ୍କ ମୁଡ, ପରଖିଲା ଇଟିଭି ଭାରତ

ସେହିପରି ଭୋଟ ଷ୍ଟ୍ରଙ୍ଗ ରୁମ, ଭୋଟର ଓ ପ୍ରାର୍ଥୀମାନଙ୍କ ସୁରକ୍ଷା ଓ ପୋଷ୍ଟାଲ ବଲ୍ଲୋଟ ଉପରେ ଆଲୋଚନା କରିଥିଲେ ।ତେବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ସହ ଜିଲ୍ଲାର ସମସ୍ତ ରିଟର୍ନିଙ୍ଗ ଅଫିସର, ଅତିରିକ୍ତ ରିଟର୍ନିଙ୍ଗ ଅଫିସର, ଜିଲ୍ଲାର 10ଟି ବ୍ଲକ ଓ 2ଟି ପୌରପାଳିକାର ବିଡ଼ିଓ, ତହସିଲଦାର, ଜିଲ୍ଲା ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହା ପରେ ସେ ଇଭିଏମ ଓ ଭିଭିପାଟର ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଏହି ଗସ୍ତ କାଳରେ ପୋଲିସ ଡିଆଇଜି ଚରଣ ସିଂ ମୀନା, ଅତିରିକ୍ତ DGP ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.