ETV Bharat / state

କଂଗ୍ରେସ ଭବନ ଆଗରେ ଧାରଣା ଦେଲେ ବହିଷ୍କୃତ ନେତ୍ରୀ ଶ୍ରୀୟାସ୍ମିତା, ଆତ୍ମାହୁତିର ଦେଲେ ଚେତାବନୀ - SRIYA SMITA PANDA PROTEST

author img

By ETV Bharat Odisha Team

Published : Jun 23, 2024, 8:21 PM IST

Expelled Congress Worker Protest: କଂଗ୍ରେସ ଦଳରୁ ବହିଷ୍କାର ପରେ ଧାରଣାରେ ବସିଲେ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡା । କହିଲେ ବହିଷ୍କାରର କାରଣ ଦର୍ଶାଅ ନଚେତ୍ ପିସିସି ସଭାପତିଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ସହ ଆତ୍ମାହୁତି ଦେବି । ଅଧିକ ପଢନ୍ତୁ

SRIYA SMITA PANDA PROTEST
SRIYA SMITA PANDA PROTEST (ETV Bharat Odisha)

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ବହିଷ୍କୃତ ହୋଇଛନ୍ତି । ଦଳରୁ ବହିଷ୍କାର ପରେ ଧାରଣାରେ ବସିଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା । ବହିଷ୍କାରର କାରଣ ଦର୍ଶାଅ ନହେଲେ ପିସିସି ସଭାପତିଙ୍କ ସମେତ ୩ ଜଣକ ନାଁରେ ଥାନରେ ଅଭିଯୋଗ କରି ଆତ୍ମାହୁତି ଦେବି ବୋଲି ଦେଇଛନ୍ତି ଧମକ ।

କୋହଭରା କଣ୍ଠରେ କାନ୍ଦି କାନ୍ଦି ଶ୍ରୀୟାସ୍ମିତା ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ସବୁବେଳେ ଜଣେ ସକ୍ରିୟ ମହିଳା କର୍ମୀ ଭାବେ ଦଳ ପାଇଁ କାର୍ଯ୍ୟ କରିଥାଏ । ମୁଁ କେବେ ବି କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ପିସିସି ସଭାପତିଙ୍କୁ କାଳି ମାଡ଼ ଘଟଣାରେ ସମ୍ପୃକ୍ତ ନାହିଁ । ଏଭଳି ସ୍ଥିତିରେ ବିନା କାରଣ ଦର୍ଶାଇ ମୋତେ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି । କାହିଁକି ଏଭଳି ହୋଇଛି ? ଯେ ପର୍ଯ୍ୟନ୍ତ ସଠିକ କାରଣ ମୋତେ ଦଳର ଶୀର୍ଷ ନେତୃବୃନ୍ଦ ଦେଇ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ ଭାବନ ସମ୍ମୁଖରେ ବସି ରହିବି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କାରଣ କୁହାନଯିବ ତେବେ ପିସିସି ସଭାପତି ଶରତ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଓ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ଵରଞ୍ଜନ ମହାନ୍ତିଙ୍କ ନାଁରେ ଏଫଆଇର ଦେଇ ଆତ୍ମହୁତି ଦେବେ । ବହିଷ୍କାରର ପ୍ରକୃତ କାରଣ ଦିଅ ବୋଲି ସେ ଦାବି କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି, "ଏଠି ଯିଏ ଦଳ ବିରୋଧୀ କାର୍ଯ୍ୟ କରୁଛି, ସେ ପୂଜା ପାଉଛି । ହେଲେ ବାସ୍ତବିକ ଯିଏ ଦଳ ପାଇଁ କାମ କରୁଛି ବା ସକ୍ରିୟ କର୍ମୀ ତାଙ୍କୁ ଦଳରୁ ବାହାର କରି ଦିଆଯାଉଛି । ଏହା କେବଳ ଦଳକୁ ବୁଡ଼େଇବାର ଚକ୍ରାନ୍ତ । ଆଉ ନିଜର ଭୁଲ ମନ୍ତବ୍ୟରୁ ବଞ୍ଚିବା ପାଇଁ ଅନ୍ୟକୁ ବଳି ପକାଇ ନିଜେ ବଞ୍ଚିବାର ଚକ୍ରାନ୍ତ ।" ଖାଲି ସେତିକି ନୁହେଁ, ମହିଳା କାର୍ଯ୍ୟାଳୟକୁ ବନ୍ଦ କରିବା ଚକ୍ରାନ୍ତ ସହ ମାନସ ଚୌଧୁରୀଙ୍କ ଭଉଣୀ ବୋଲି ତାଙ୍କୁ ଉଦେଶ୍ୟମୂଳକ ଭାବେ ବହିଷ୍କାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, 5 ଜଣଙ୍କୁ ବହିଷ୍କାର କଲା ଦଳ - PCC Expels Congress Workers

ପ୍ରକାଶଯୋଗ୍ୟ, ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଚାମ୍ବରରେ ପଶି ତାଙ୍କୁ କାଳିମାଡ଼ କରାଯାଇଥିଲା । ଘଟଣା ଘଟିବା ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଘଟଣାରେ କଂଗ୍ରେସରୁ 6 ବର୍ଷ ପାଇଁ 5 ଜଣ କର୍ମୀଙ୍କୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ହୋଇଥିବା ବ୍ୟକ୍ତିମାନେ ହେଲେ ପ୍ରକାଶ ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ଅମରେଶ ପରିଡା, ସନ୍ଦୀପ ରାଉତରାୟ ଓ ଆର୍ୟନ ସାସମଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.