ETV Bharat / state

ଆସିଲା ଶୁଭବେଳା; ଏତିକି ବେଳେ ଖୋଲିବ ରତ୍ନଭଣ୍ଡାର, ପ୍ରବେଶ କରିବେ 11 ସଦସ୍ୟ - Ratna Bhandar opening

author img

By ETV Bharat Odisha Team

Published : Jul 14, 2024, 8:06 AM IST

Updated : Jul 14, 2024, 11:59 AM IST

Jagannath temple Ratna Bhandar opening: ଆଜି ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଲକ୍ଷ୍ମୀ-ଲୋକନାଥ-ବିମଳାଙ୍କ ପୂଜାର୍ଚ୍ଚନା କରାଯିବ । ରତ୍ନଭଣ୍ଡାରକୁ କିଏ କିଏ ପ୍ରବେଶ କରିବେ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ଅଧିକ ପଢନ୍ତୁ

Ratna Bhandar opening
Ratna Bhandar opening (ETV BHARAT ODISHA)
RATNA BHANDAR OPENING (ETV BHARAT ODISHA)

ପୁରୀ: ଦୀର୍ଘ 4 ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିବ । ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ସେହି ଦିବ୍ୟ ମୁହୁର୍ତ୍ତକୁ ବେଶ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି ଜଗନ୍ନାଥପ୍ରେମୀ । ରାଜ୍ୟବାସୀ ଦେଖିବେ କାଳିଆର ମହଣ ମହଣ ସୁନା । ଦିନ 1ଟା 28 ସମୟରେ ରତ୍ନଭଣ୍ଡାର ଖୋଲାଯିବ । ଏହାପୂର୍ବରୁ ପ୍ରଭୁ ଲୋକନାଥ, ମା' ବିମଳା ଓ ଦେବୀ ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ସେହିପରି ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯିବ । ରତ୍ନଭଣ୍ଡାର ଖୋଲା କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେନେଇ ସବୁ ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି ।

RATNA BHANDAR (ETV BHARAT ODISHA)

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ: ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ, ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଏସପି ପିନାକ ମିଶ୍ର, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଗତକାଲି (ଶନିବାର) ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ । ରତ୍ନଭଣ୍ଡାର ଅଳଙ୍କାର ଗଣତି ରାଜ୍ୟ ସରକାରଙ୍କ SOP ଆଧାରରେ ହେବ । କେଉଁ ସ୍ଥାନରେ ଏହି କାର୍ଯ୍ୟ ହେବ ସେନେଇ ସ୍ଥାନ ନିରୂପଣ କରାଯାଇଛି । ପ୍ରଥମେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ହେବ, ପରେ ରତ୍ନ ଅଳଙ୍କାର ଗଣତି ହେବା ନେଇ କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ।

RATNA BHANDAR
RATNA BHANDAR (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-46 ବର୍ଷ ପ୍ରତୀକ୍ଷାର ଘଟିବ ଅନ୍ତ; ଆଜି ଖୋଲିବ ରତ୍ନଭଣ୍ଡାର - RATNA BHANDAR TO OPEN Today

ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ ବୈଠକ: ରତ୍ନଭଣ୍ଡାରକୁ କିଏ କିଏ ପ୍ରବେଶ କରିବେ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ଏନେଇ ଆଜି ଏକ ବୈଠକ ବସିବ, ସେଥିରେ ନିଷ୍ପତ୍ତି ନିଆଯିବ । ଦିନ 1ଟା ପରେ ଶୁଭ ମୁହୂର୍ତ୍ତ ଦେଖାଯାଇ ରତ୍ନ ଭଣ୍ଡାର ଖୋଲାଯିବ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ କିଛି କାର୍ଯ୍ୟ ହେବ । ପ୍ରଥମେ ପ୍ରଭୁ ଲୋକନାଥଙ୍କୁ ପୂଜାର୍ଚ୍ଚନା କରାଯିବ । ପରେ ମା' ବିମଳାଙ୍କ ନିକଟରେ ଗୁଆ ଟେକାଯିବା ପରେ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବ । ଏହାପରେ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ହେବ । ତେବେ ମହାପ୍ରଭୁଙ୍କ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେନେଇ ସବୁ ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି ।

ବାପାଙ୍କ ସମୟରେ ଗଣତି ହୋଇଥିଲା, ଏବେ ପୁଅ ସମୟରେ ହେବ: ଦୀର୍ଘ 45 ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ । 1978 ମସିହା ଜୁଲାଇ 14 ଶେଷ ଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ସେହି ସମୟରେ ରାଜ୍ୟର ଆଇନ ମନ୍ତ୍ରୀ ଥିଲେ ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବର୍ତ୍ତମାନ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି ।

ଇଟିଭି ଭାରତ, ପୁରୀ

Last Updated : Jul 14, 2024, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.