ETV Bharat / state

ସତର୍କ କଲେ SRC; ତୃଣମୂଳ ସ୍ତରରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିୟୋଜନକୁ ଗୁରୁତ୍ୱ - SRC Orders All Collectors

author img

By ETV Bharat Odisha Team

Published : May 29, 2024, 11:04 PM IST

SRC Orders All Collectors: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୌଳିକ ସ୍ୱାସ୍ଥ୍ୟ ସେବାର ସମୀକ୍ଷା ନିର୍ଦେଶ ଦେଇଛନ୍ତି ଏସଆରସି । ଅଧିକ ପଢନ୍ତୁ

SRC Orders All Collectors
SRC Orders All Collectors (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି । ଆଗାମୀ କିଛି ଦିନ ମଧ୍ୟ ଏହି ଅବସ୍ଥା ଜାରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ମର୍ମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓ ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ କହିଛନ୍ତି ଯେ, ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ଆଗାମୀ ଦିନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ।

ଚଳିତ ସପ୍ତାହରେ ଉପକୂଳ ଓଡ଼ିଶାରେ ପ୍ରବଳ ଆର୍ଦ୍ରତା ଲାଗି ରହିଛି । ଗ୍ରୀଷ୍ମଜନିତ ସମସ୍ୟାର ମୁକାବିଲା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୌଳିକ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବାକୁ ଏସଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିୟୋଜନର ସମୀକ୍ଷା କରିବାକୁ ଏସଆରସି ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି । ସୂଚନା ଯୋଗ୍ୟ ଯେ ରେମାଲ ବାତ୍ୟାର ପ୍ରଭାବ ଓଡିଶାରୁ ଚାଲିଯିବା ପରେ ଶୁଷ୍କ ବାୟୁ ଓ ନିର୍ମଳ ବା ମେଘମୁକ୍ତ ଆକାଶକୁ ନେଇ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ତାତି ସହ ଗରମ ଅନୁଭୂତ ହେଉଛି । ସେହିପରି ୭୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ୪୫ ଡିଗ୍ରୀ ଓ ୧୧ଟି ସ୍ଥାନରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ଏହିକ୍ରମରେ ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ରେକର୍ଡ ଭାଙ୍ଗିଛି ରାଜଧାନୀ ଦିଲ୍ଲୀର ତାପମାତ୍ରା । ଦିଲ୍ଲୀରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାପମାତ୍ରାରେ ଏହା ଦିଲ୍ଲୀର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବରୁ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିସାରିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତ ଜନିତ ମାମଲା ମଧ୍ୟ ବଢିବାରେ ଲାଗିଛି । ଅନ୍ୟପଟେ ମେ ୩୧ ବା ଜୁନ ୧ ତାରିଖ ସୁଦ୍ଧା ଅର୍ଥାତ ଆଉ ୪ ଦିନ ପରେ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ । କାରଣ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.