ETV Bharat / state

ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘଗୃହ ଉଦଘାଟନ କଲେ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚା !

author img

By ETV Bharat Odisha Team

Published : Feb 19, 2024, 11:01 PM IST

Prasanna Acharya may contest from Redhakhol: ଓଡିଶା ରାଜ୍ୟ ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ନୂତନ ସଙ୍ଘଗୃହର ଉଦଘାଟନ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ତେବେ ସେ ଏଥର ରେଢାଖୋଲରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ରେଢ଼ାଖୋଲରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ !
ରେଢ଼ାଖୋଲରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ !
ରେଢ଼ାଖୋଲରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ !

ସମ୍ବଲପୁର: ସୋମବାର ଓଡିଶା ରାଜ୍ୟ ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ନୂତନ ସଙ୍ଘଗୃହର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ CDMPHO ଅଫିସ ପାଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାର ହୋଇଥିବାବେଳେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ସେ ରେଢ଼ାଖୋଲ ବିଧାନସଭା ସିଟରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଅବସରରେ ମେଡିକାଲ ପରିସରରେ ଓଡିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଚୌଦ୍ବାର-କଟକର ପୂର୍ବତନ ବିଧାୟକ ତଥା ଓଡିଶା ମେଡିକାଲ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ଡଃ ପ୍ରଭାତ ବିଶ୍ବାଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ହୀରାକୁଦ, ବୁର୍ଲା, ରାଉରକେଲା ସହିତ ବିଭିନ୍ନ ସ୍ଥାନର ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଏହି ଅବସରରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, "ରାଜ୍ୟର ହସ୍ପିଟାଲ ଗୁଡିକରେ ସ୍ବାସ୍ଥ୍ୟସେବାରେ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି । କେବଳ ଡାକ୍ତରମାନଙ୍କ ଦ୍ବାରା ସ୍ବାସ୍ଥ୍ୟସେବା ଯୋଗାଇ ହେବ ନାହିଁ । ସ୍ବାସ୍ଥ୍ୟସେବାରେ ବିଭିନ୍ନ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ପ୍ରମୁଖ ଭୂମିକା ରହିଛି । ତେଣୁ ଚତୁର୍ଥ ଶ୍ରେଣୀର କର୍ମଚାରୀ ଏହି ସଂଘରେ ରହି ନିଜର ନ୍ୟାର୍ଯ୍ୟ ଦାବି ସରକାରଙ୍କ ଆଗରେ ଉପସ୍ଥାପନ କରନ୍ତୁ । ମୁଖ୍ୟମନ୍ତ୍ରୀ ଜଣେ ସମ୍ବେଦନଶୀଳ ବ୍ୟକ୍ତି ।" ସେ ଏହି କର୍ମଚାରୀଙ୍କ ସମସ୍ୟାର ସମାଧାନ ଉପରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି କହିଥିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ସଂଘ ପକ୍ଷରୁ ଏହି ସଂଘ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା । ଏହି ସଂଘ କାର୍ଯ୍ୟାଳୟ ଗୃହରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ ସୁବିଧା ରହିବ, ଯେଉଁଠି ଚା' ଜଳଖିଆର ବ୍ୟବସ୍ଥା ରହିବ । ଏଠାରେ ସାଧାରଣ ରୋଗୀଙ୍କ ସମ୍ପର୍କୀୟ ମାନେ ମଧ୍ୟ ଏହି ସେବା ପାଇପାରିବେ । ଆଗକୁ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସଂଘର କାର୍ଯ୍ୟାଳୟ ନିର୍ମାଣ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ପାଇଁ ୫୮ କୋଟିର କାର୍ଯ୍ୟ ପାଇଁ ମଞ୍ଜୁରୀପତ୍ର ବଣ୍ଟନ; ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ତେବେ ପୂର୍ବତନ ସାଂସଦଙ୍କ ଘର ବରଗଡ଼ ଜିଲ୍ଲା ହୋଇଥିବା ବେଳେ ବର୍ତ୍ତମାନ ସେ ସମ୍ବଲପୁର ସହର ଓ ରେଢ଼ାଖୋଲ ଅଞ୍ଚଳରେ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ତେଣୁ ସେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ରେଢ଼ାଖୋଲରୁ ନିର୍ବାଚନ ଲଢ଼ିବେ କି ବୋଲି ପଚରାଯିବାରୁ ସେ ସ୍ପଷ୍ଟ ଭାବେ ସିଧା ସଳଖ କିଛି କହିନଥିଲେ । ତେବେ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ଯେଉଁଠି ଚାହିଁବ ସେଇଠୁ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.