ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

author img

By ETV Bharat Odisha Team

Published : May 28, 2024, 10:06 PM IST

IPS DS Kutey Suspended: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ନିଲମ୍ବିତ । ମେଡିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ଅଧିକ ପଢ଼ନ୍ତୁ

IPS DS Kutey Suspended
IPS DS Kutey Suspended (ETV Bharat Odisha)

ଭୁବନେଶ୍ବର: ବିଳମ୍ବିତ ସନ୍ଧ୍ୟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେ ଓରଫ ଡିଏସ୍‌ କୁଟ୍ଟେ ନିଲମ୍ବିତ । ସେହିପରି ମେଡିକାଲ ଗ୍ରାଉଣ୍ଡରେ ଛୁଟିରେ ଥିବା ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ଏମ୍ସର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ଚଳିତ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିବା ଅଭିଯୋଗରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ବାଚନ କମିଶନ ।

ଡିଏସ୍‌ କୁଟ୍ଟେ ନିଲମ୍ବିତ: ଓଡିଶା କ୍ୟାଡର ବରିଷ୍ଠ ଅଧିକାରୀ ତଥା ୧୯୯୭ ବ୍ୟାଚ୍‌ର ଅଫିସର ଡିଏସ୍‌ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ ଅୟୋଗ । ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଅୟୋଗ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଡିଏସ୍‌ କୁଟ୍ଟେଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ସସପେଣ୍ଡ କରାଯାଇଛି । ସସପେଣ୍ଡ୍‌ କାଳରେ ସେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ । ବୁଧବାର ଅପରାହ୍ନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କ ନାଁରେ ତୁରନ୍ତ ଅଭିଯୋଗ ଫର୍ଦ୍ଦ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ନିର୍ବାଚନ ଆୟୋଗ ।

ଏହା ମଧ୍ୟ ପଢ଼ନ୍ତୁ...ଭାଇରାଲ ହେଲା ଅଡିଓ, ନିଲମ୍ବିତ ହେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ - Debi Prasad Mishra suspended

ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ: ସେହିପରି ୨୦୧୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ ୩୦ ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ନିର୍ବାଚନ ଆୟୋଗ । ଯାଞ୍ଚ ରିପୋର୍ଟ ମେ' ମାସ ୩୧ ତାରିଖ ସୁଦ୍ଧା ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଆଶିଷ ମେ' ୪ ତାରିଖରୁ ମେଡିକାଲ ଲିଭ୍‌ରେ ଅଛନ୍ତି । ପୂର୍ବରୁ ଓଡିଶା ସେଣ୍ଟ୍ରାଲର ଆଇଜି ଭାବେ କାର୍ଯ୍ୟ କରୁଥିଲେ ଆଶିଷ । ନିର୍ବାଚନ ପରିଚାଳନାରେ ପକ୍ଷପାତିତା ଲାଗି ତାଙ୍କୁ ଜାତୀୟ ନିର୍ବାଚନ ଆୟୋଗ ବଦଳି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.