ETV Bharat / state

ରୋକାଯିବ ରାଜନୈତିକ ହିଂସା, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ - political violence - POLITICAL VIOLENCE

COMMISSIONERATE POLICE: ଚ୍ୟାଲେଞ୍ଜ ହେବ କି ରାଜନୈତିକ ହିଂସା ? ନିର୍ବାଚନକୁ ଅବାଧ ଓ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ତରଫରୁ ତିଆରି ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ । ଅଧିକ ପଢନ୍ତୁ

ରୋକାଯିବ ରାଜନୈତିକ ହିଂସା, ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍

author img

By ETV Bharat Odisha Team

Published : Apr 27, 2024, 7:20 AM IST

ରୋକାଯିବ ରାଜନୈତିକ ହିଂସା, ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍

ଭୁବନେଶ୍ବର: ପାଖେଇ ଆସୁଛି ନିର୍ବାଚନ । ଆରମ୍ଭ ହୋଇଛି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାର । ଏହା ଭିତରେ ରାଜନୈତିକ ହିଂସା ରୋକିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । କାରଣ ବିଗତ ଦିନରେ ଦେଖିବାକୁ ମିଳିଛି ଅନେକ ଘଟଣା । ଏଥର ନିର୍ବାଚନକୁ ଅବାଧ ଓ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରସ୍ତୁତ କରିଛି ରୋଡମ୍ୟାପ୍ । ଏନେଇ ପୋଲିସ ଆଜି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି," ଯେଉଁ ବୁଥଗୁଡ଼ିକ ଆମେ ସମ୍ବେଦନଶୀଳ ବୋଲି କହୁ ତାର ଅତିତ ରେକର୍ଡ ଦେଖୁ । ଶେଷ ଥର ନିର୍ବାଚନ ସମୟରେ କ'ଣ ହୋଇଥିଲା ।ସେସବୁ ଦେଖି ବୁଥ ଗୁଡ଼ିକୁ କ୍ଲାସିଫାଏ ବା ଚିହ୍ନଟ କରାଯାଇ ଥାଏ । ସେନେଇ ଯେଉଁ ସବୁ ବୁଥଗୁଡ଼ିକ କ୍ରିଟିକାଲ ଥିଲେ । ସେସବୁକୁ ଅଧିକ ଫୋକସ ଦିଆଯାଉଛି ।ଅଧିକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ରହୁଛି । ଏନେଇ ଆମର ନିର୍ବାଚନ ପାଇଁ ଓ୍ବେବକାଷ୍ଟ ସହ ସିଏପିଏଫ ବା ସେଣ୍ଟ୍ରାଲ ଫୋର୍ସ ଡିପ୍ଲୋଏମେଣ୍ଟ ସହ ଫ୍ଲାଗ ମାର୍ଚ୍ଚ ଜାରି ରହିଛି ।ଏଥି ସହ ଯଥା ସମ୍ଭବ ପୋଲିସ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନ ଜାରି ରଖିଛି ।"

ସେ ଆହୁରି ମଧ୍ୟ ହିଛନ୍ତି ଯେ, ଭୁବନେଶ୍ବରରେ ୫ଟି ନିର୍ବାଚନ ମଣ୍ଡଳୀଳର୧୧୧୭ଟି ବୁଥରୁ ୧୪୯ଟି ବୁଥ ସମ୍ବେଦନଶୀଳ ରହିଛି । ଯେଉଁଥିରୁ କେବଳ ଜଟଣୀ ନିର୍ବାଚନ ମଣ୍ଡଳୀର ୨୦୫ଟି ବୁଥ ରହିଛି । ସେଥିମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ ରହିଛି ‌।ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀର ୧୯୯ଟି ବୁଥ ରହିଛି ସେଥି ମଧ୍ୟରୁ ୩୨ଟି ସମ୍ବେଦନଶୀଳ ବୁଥ ରହିଛି । ସେହିପରି ଉତ୍ତର ନିର୍ବାଚନ ମଣ୍ଡଳୀର ୨୪୯ଟି ବୁଥରୁ ୨୭ଟି ବୁଥ ସମ୍ବେଦନଶୀଳ ବୁଥ ରହିଛି ।ଏକାମ୍ର ନିର୍ବାଚନ ମଣ୍ଡଳୀରେ ୨୨୮ବୁଥ ଭିତରୁ ୨୯ଟି ବୁଥ ସମ୍ବେଦନଶୀଳ ରହିଛି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀର ୨୩୬ଟି ବୁଥରୁ ୨୬ଟି ସମ୍ବେଦନଶୀଳ ବୁଥ ରହିଛି ।

ତେବେ ଅତିତର ରେକର୍ଡ ଦେଖିଲେ କମିଶନରେଟ ପୋଲିସର ଅନେକ ଥାନା ଅଞ୍ଚଳରେ ରାଜନୈତିକ ଛକାପଞ୍ଝା ଆଗରୁ ନଜିର ରହିଛି । ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୋମାମାଡ ଭଳି ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ଏଥର ମଧ୍ୟ ଏସବୁ ଦିଗକୁ ଦୃଷ୍ଟିରେ ରଖି ଫ୍ଲାଗ ମାର୍ଚ୍ଚ, ଅପ୍ରିତିକର ସୃଷ୍ଟିକାରି ଅପରାଧିଙ୍କୁ ଗିରଫଦାରୀ ସହ ଆଗୁଆ ପେସାଗତ ଅପରାଧ ଓ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଗିରଫଦାରି ଜାରି ରଖିଛି । ଏନେଇ ଥାନା ଅଞ୍ଚଳରେ ଥାନାଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ପ୍ରତି ଦିନ ଗୁଇନ୍ଦା ତଥ୍ୟ ସଂଗ୍ରହ ହେଉଛି । କେଉଁ ନେତା କେଉଁ ଅଞ୍ଚଳ ବୁଲୁଛନ୍ତି ସେହି ଅଞ୍ଚଳରେ କିଭଳି ସୁରକ୍ଷା ପଦକ୍ଷେପ ନିଆଯାଇଛି ।ସ୍ଥାନୀୟ ଥାନାଧିକାରୀଙ୍କ ଦ୍ବାରା ନିୟମିତ ବ୍ୟବଧାନରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏଥର ନିର୍ବାଚନ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ.... ଭୁବନେଶ୍ୱରରୁ ଧରାପଡିଲେ ଇରାନୀ ଗ୍ୟାଙ୍ଗ୍, ପୋଲିସ ପରିଚୟ ଦେଇ ବାଟରୁ ଲୁଟୁଥିଲେ - Irani Robbers Gang Busted

ଅତିତର ରାଜନୈତିକ ହିଂସା ......

ସେପ୍ଟେମ୍ବର ୧ ତାରିଖ ୨୦୨୩ରେ ମଞ୍ଚେଶ୍ବର ଥାନା ପଦ୍ମ କେଶରପୁରରେ ଦେଖା ଦେଇଥିଲା ରାଜନୈତିକ ଛକାପଞ୍ଝା । ପୂର୍ବତନ ସରପଞ୍ଚ ଗୋଷ୍ଠୀ ଏବେକାର ସରପଞ୍ଚ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନେଇଥିଲା ଉଗ୍ରରୂପ । ଯାହାକୁ ନେଇ ଏକାଧିକ ଲୋକ ଗିରଫ ହୋଇଥିଲେ । ସେହିପରି ଗତ ୨୯ ଜୁନ ୨୦୨୩ରେ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ କର୍ପୋରେଟର ଶ୍ରୀଧର ଜେନାଙ୍କ ବଡଭାଇ ଶିଖର ଜେନାଙ୍କୁ ଓ ତାଙ୍କ ପୁଅଙ୍କୁ ଅନ୍ୟ ଏକ ରାଜନୈତିକ ଦଳର କିଛି ନେତା ଖୁଲମଖୁଲା ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ତଥାପି ସେହି ଅଞ୍ଚଳରେ ରାଜନୈତିକ ଛକାପଞ୍ଝା ଜାରି ରହିଛି ।

ସେହିପରି ୨୭ଅଗଷ୍ଟ ୨୦୨୩ରେ ଭୁବନେଶ୍ବର ସାଂସଦଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ଅଞ୍ଚଳରେ ଏକ ଦଳୀୟ କାର୍ଯକ୍ରମ ବେଳେ ମଧ୍ୟ ବିରୋଧୀ ପକ୍ଷରୁ ମଧ୍ୟ ଉତ୍ତେଜନା ପରିସ୍ଥିତି ସାମ୍ନା କରିଥିଲେ । ପୋଲିସ ଉପସ୍ଥିତିରେ ସାଂସଦଙ୍କ ଉପରକୁ ଟେକା ପଥର ଓ ଅଣ୍ଡା ମାଡ଼ ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ଜିଲ୍ଲା ପ୍ରଶାସନ ଓ କମିସନରେଟ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ଅପରାଜିତା ।୧୩ ମାର୍ଚ୍ଚ ୨୦୨୩ରେ ମୈତ୍ରିବିହାର ଥାନା ଅଞ୍ଚଳରେ ଦେଖାଦେଇଥିଲା ରାଜନୈତିକ ଗୋଷ୍ଠୀ ସଂଘର୍ଷ । କିଛି କର୍ପୋରେଟର ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇ ଥାନା ଘେରାଉ ଭଳି ପରିସ୍ଥିତି ଉପୁଜିଥିଲା ।ଏପରିକି ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ୨୦ନମ୍ବର କର୍ପୋରେଟରଙ୍କ ସହଯୋଗୀ ଜିତୁ ବେହେରା ଓରଫ୍ ଚିଆଁଙ୍କୁ ଗିରଫ କରାଯାଇଥିଲା। ।

ସେହିପରି ୧୧ମାର୍ଚ୍ଚ ୨୦୨୨ରେ ପୌର ନିର୍ବାଚନ ସମୟରେ ଲକ୍ଷ୍ମୀ ସାଗର ଥାନା ପାଖରେ‌ ଜଣେ କର୍ପୋରେଟ ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ଆକ୍ରମଣ ହୋଇଥିଲା । ୨୫ନଭେମ୍ବର‌ ୨୦୨୧ରେ ସହିଦ‌ ନଗର‌ ଥାନା ଆଚାର୍ଯ୍ୟବିହାର ପାଣି ଟାଙ୍କିର ନିକଟରେ ଏକ ସଭାରେ ଭୁବନେଶ୍ୱର ସାଂସଦଙ୍କ କାର୍ଯକ୍ରମ ବେଳେ‌ ଗେଟ୍ ତାଲା ପକାଇ ଦେଇଥିଲେ ବିରୋଧୀ । ଫଳରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ସହ ଦୀର୍ଘ ସମୟ ଧରି ଛକାପଞ୍ଛା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.