ETV Bharat / state

ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ: 'ବେକାରୀ ହାଟ' କରି ବିକିଲେ ମୁଢ଼ି, ଚିକେନ ଓ ପିଠା - ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ

Unemployed Market By Special Educator: ରାଜଧାନୀରେ ରାଜରାସ୍ତାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ 'ବେକାରୀ ହାଟ'। ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ଅଧିକ ପଢନ୍ତୁ

ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ
ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Feb 9, 2024, 4:14 PM IST

ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ରାଜରାସ୍ତାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ 'ବେକାରୀ ହାଟ'। ରାସ୍ତାରେ ବିକିଲେ ମୁଢ଼ି, ଚିକେନ, ପିଠା । ଲୋୟର ପିଏମଜି ଧାରଣାସ୍ଥଳରେ ବସିଛି ଏହି ବେକାରୀ ହାଟ । ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ଅଭିନବ ଢଙ୍ଗରେ ପ୍ରତିବାଦ କରିଛି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ପିଠା ଦହିବରା, ମିଠା, ଲୁହା, ଟିଣ, କବାଡ଼ିଆ ଗୋଟାଳି, ଶାଢ଼ୀ ଦୋକାନ, ଶୁଖୁଆ ଦୋକାନ ଓ ମୁଢ଼ି ଚିକେନ ଦୋକାନ ଲଗାଇ ପ୍ରତିବାଦ କରୁଛନ୍ତି ଆଶାୟୀ ।

ରାଜ୍ୟର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି । ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ସମାବେଶ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ପ୍ରତି ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ରହିବାର ନିୟମ ରହିଛି । ସେହିପରି ପ୍ରତି ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଜଣେ ଲେଖାଏଁ ସ୍ବତନ୍ତ୍ର ଶିକ୍ଷକ ନିୟୋଜିତ ହେବାର ନିୟମ ରହିଛି ।

ଯେଉଁ ବିଦ୍ୟାଳୟରେ ଜଣେ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବ ସେହି ବିଦ୍ୟାଳୟରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ RPWD ଆକ୍ଟ 2016, RTE ଆକ୍ଟ 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ୨ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରୁଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟଜନକ । ଫଳରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ ସ୍ବରୂପ ଆଜି ପ୍ରତ୍ୟେକ ଜିଲ୍ଲାରୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବେକାରୀ ହାଟ ବସିଛି । ଏହାସହ କଳାହାଣ୍ଡି ଜିଲ୍ଲାର ବଜାସାଲ ଓ ଅନ୍ୟ ଜିଲ୍ଲାରେ ପାରମ୍ପରିକ ପ୍ରଣାଳୀରେ ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନ କରାଯାଇଛି ।"

ଏହା ବି ପଢନ୍ତୁ...ଗୋଟିଏ ସ୍କୁଲରେ ସର୍ବନିମ୍ନ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କର: ସୁପ୍ରିମକୋର୍ଟ

"ରାଜ୍ୟର ସମସ୍ତ ସାଧାରଣ ବିଦ୍ୟାଳୟରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଥିବାବେଳେ ୭ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରି ବେକାରୀ ହୋଇବସିଛନ୍ତି । ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରିନାହାନ୍ତି । ସେପର୍ଯ୍ୟନ୍ତ ଭୁବନେଶ୍ଵରର ଲୋୟର ପିଏମଜି ଠାରେ ଧାରଣା ଜାରି ରହିବ" ବୋଲି ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.