ETV Bharat / state

ବିଜେଡିରେ ମିଶିଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା, ଏକାଧିକ ବିଜେପି ନେତା ବି ସାମିଲ

author img

By ETV Bharat Odisha Team

Published : Mar 19, 2024, 10:04 PM IST

Madhab Dhada joins BJD: ବିଜେପି ଛାଡ଼ି ବିଜେଡିରେ ମିଶିଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା । ତାଙ୍କ ସହିତ ଅନେକ ବିଜେପି କର୍ମୀ ମଧ୍ୟ ଆଜି ଶଙ୍ଖଭବନରେ ଶଙ୍ଖ ଫୁଙ୍କିଛନ୍ତି । ଅଧିକ ପଢ଼ନ୍ତୁ

Madhab Dhada joins BJD
Madhab Dhada joins BJD
Madhab Dhada joins BJD

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ବଢ଼ାଉଛି ବିଜୁ ଜନତା ଦଳ । ଆଜି ବିଜେଡିରେ ସାମିଲ ହୋଇଛନ୍ତି ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା । ମାଧବ ବିଜେପି ଛାଡି ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ତାଙ୍କ ସହିତ ଅନେକ ବିଜେପି କର୍ମୀ ମଧ୍ୟ ଆଜି ଶଙ୍ଖଭବନରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଉଭୟ ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି ।

ମେଣ୍ଟ ଚର୍ଚ୍ଚା ଭିତରେ ଜୋର ଧରିଛି ଦଳ ଡିଆଁ ପର୍ବ । ବିଜେଡିରେ ସାମିଲ ହେଉଛନ୍ତି ବିଜେପି ନେତା । ସଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବାରେ ଲାଗିଛି ଶାସକ ବିଜେଡି । ଏହାରି ଭିତରେ ଆଜି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ଓ ତାଙ୍କ ସମର୍ଥକ । ମାଧବଙ୍କ ସହିତ ବରିଷ୍ଠ ବିଜେପି ନେତା ଶେଖ ଲିଆକତ ଅଲ୍ଲୀ, ଦିଲ୍ଲୀପ କୁମାର କର, ଜନ୍ମେଜୟ ପଣ୍ଡା ଓ ତାଙ୍କ ସମର୍ଥକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ବିଜେପି ଛାଡିଥିବା ନେତାଙ୍କୁ ଆଜି ଶଙ୍ଖ ଭବନରେ ଦଳରେ ସାମିଲ କରାଯାଇଛି । ବିଜେଡିରେ ବିଜେପି ନେତାଙ୍କ ଯୋଗଦାନ ଫଳରେ ବିଶେଷ କରି ସୋର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଓ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡ଼ା ।

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

ବିଜେଡିରେ ସାମିଲ ହୋଇଥିବା ମାଧବ ଧଡ଼ା କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ସୋର ନିର୍ବାଚନ ମଣ୍ଡଳୀକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଦଳରେ ମୋତେ ଓ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।" ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.