ETV Bharat / state

ଅଯୋଧ୍ୟା ରାମଲାଲାଙ୍କ ମନ୍ଦିରରେ ଶୋଭା ବଢାଇବ ଗୁରୁଜଙ୍ଗର ସୋଲ ଫୁଲ - ରାମ ମନ୍ଦିର

Sola Flower: ଅଯୋଧ୍ୟା ଯିବ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ପ୍ରସ୍ତୁତ ସୋଲଫୁଲ ଆଉ ଟାହିଆ । ଗୁରୁଜଙ୍ଗର ବୀର କିଶୋର ଓ ରାଜ କିଶୋରଙ୍କ ପରିବାର ଲୋକ ଏହି ସୋଲଫୁଲ ଓ ଟାହିଆ ପ୍ରସ୍ତୁତ କରିଛନ୍ତି । ଅଧିକ ପଢ଼ନ୍ତୁ

ସୋଲ ଫୁଲ
ସୋଲ ଫୁଲ
author img

By ETV Bharat Odisha Team

Published : Feb 10, 2024, 9:37 PM IST

ସୋଲ ଫୁଲ

ଖୋର୍ଦ୍ଧା: ରାମଲାଲାଙ୍କ ସେବାରେ ଲାଗିବ ସୋଲ ଫୁଲ । ଅଯୋଧ୍ୟା ଯିବ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ପ୍ରସ୍ତୁତ ସୋଲ ଫୁଲ ଆଉ ଟାହିଆ । ଗୁରୁଜଙ୍ଗର ବୀର କିଶୋର ଓ ରାଜ କିଶୋରଙ୍କ ପରିବାର ଲୋକ ଏହି ସୋଲ ଫୁଲ ଓ ଟାହିଆ ପ୍ରସ୍ତୁତ କରିଛନ୍ତି । ସେମାନେ ପ୍ରସ୍ତୁତ କରିଥିବା ଏହି ସୋଲ ଫୁଲ ଓ ଟାହିଆ ଶ୍ରୀରାମଙ୍କ ସେବାରେ ଲାଗିବାକୁ ଯାଉଥିବାରୁ ଏହାକୁ ନେଇ ସମ୍ପୁର୍ଣ୍ଣ ପରିବାର ଖୁସିରେ ବିଭୋଗ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗର ସୋଲ ଫୁଲ ଆଉ ଟାହିଆ ସର୍ବଦା ଚର୍ଚ୍ଚାରେ ରହିଆସିଛି । ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ପ୍ରତ୍ୟେକ ରଥଯାତ୍ରାରେ ଟାହିଆ ବ୍ୟବହୃତ ହେଉଥିବା ବେଳେ ରଥରେ ସଜା ହୋଇଥାଏ ସୋଲ ଫୁଲ । ଏହି ଫୁଲ ଏବେ ଅଯୋଧ୍ୟା ଯିବ ଏବଂ ରାମଲାଲାଙ୍କ ସେବାରେ ଲାଗିବ । ଗୁରୁଜଙ୍ଗ ଭୋଇ ସାହିର ବୀର କିଶୋର ଓ ରାଜ କିଶୋରଙ୍କ ପରିବାର ପ୍ରସ୍ତୁତ କରିଛନ୍ତି ଏହି ସୋଲ ଫୁଲ । ସୋଲରେ ସେବତୀ ଆଉ କଦମ୍ବ ଫୁଲ ପ୍ରସ୍ତୁତ କରିଛନ୍ତି ଏହି ପରିବାର । ନିଷ୍ଠାର ସହ ବିଭିନ୍ନ ଅଞ୍ଚଳ ବୁଲି ସୋଲ ସଂଗ୍ରହ କରି ଏହାକୁ ଶୁଖାଇବା ପରେ ସେହି ଶୁଖିଲା ସୋଲରୁ ଫୁଲ ପ୍ରସ୍ତୁତି କରନ୍ତି । ଏହି ଫୁଲ ପ୍ରସ୍ତୁତ କରିବା ପାଇଁ ଏହି ପରିବାରକୁ ୧୮ ଦିନ ସମୟ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ.....ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା

ଏହି ପରିବାର ନିଜ ହାତ ପ୍ରସ୍ତୁତ କରିଥିବା ସୋଲଫୁଲ ରାମ ମନ୍ଦିରରେ ଲଗିବ, ଯାହା ଏହି ପରିବାରର ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି । ଅଯୋଧ୍ୟା ରାମ ମନ୍ଦିର ପାଇଁ ସୋଲଫୁଲ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଅନୁମତି ମିଳିଥିବା କହିଛନ୍ତି ପରିବାର । ଏଥିପାଇଁ ମନରେ ନାହିଁ ନଥିବା ଖୁସି ଆଉ ଉତ୍ସାହ । 23 ବର୍ଷ ଧରି ଏହି ପରିବାର ଜଗନ୍ନାଥଙ୍କ ରଥ ପାଇଁ ସୋଲଫୁଲ ପ୍ରସ୍ତୁତ କରିଆସୁଥିବା ବେଳେ ଏବେ ରାମଲାଲାଙ୍କ ପାଇଁ ଏହାକୁ ପ୍ରସ୍ତୁତ କରିବାର ସୁଯୋଗ ପାଇଛନ୍ତି । ତେବେ ଆଜି ଏହି ଫୁଲ ନେଇ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି ବୀରକିଶୋର । ଏଥିପାଇଁ ଦୁଇ ଶହଟି ସୋଲ ଫୁଲ ପ୍ରସ୍ତୁତ ହୋଇଛି । ଆଜି ଏହି ସୋଲ ଫୁଲ ଅଯୋଧ୍ୟା ଯିବ । ବୀରକିଶୋର ହିନ୍ଦୁ ଜାଗରଣ ମଞ୍ଚ ସଦସ୍ୟଙ୍କ ଅନ୍ୟ ୧୫ ଜଣ ଭକ୍ତଙ୍କ ସହ ଏହି ଫୁଲ ନେଇ ଅଯୋଧ୍ୟା ଯାତ୍ରା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.