ETV Bharat / state

ଚାକିରି ନାଁରେ ଠକି ନେଲେ ଟଙ୍କା: ଜୀବନ ହାରିଲେ ଯୁବତୀ, ପ୍ରେମିକ ଅଟକ

ରାଜଧାନୀରେ ଜୀବନ ହାରିଲେ ଯୁବତୀ । ଥାନାରେ ମାମଲା ରୁଜୁ । ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

author img

By ETV Bharat Odisha Team

Published : 5 hours ago

women died by suicide
women died by suicide (ETV BHARAT ODISHA)

ଭୁବନେଶ୍ବର: ନାମିଦାମୀ କମ୍ପାନୀରେ ଚାକିରି ଦେବା ନାଁରେ ଯୁବତୀଙ୍କ ଠାରୁ ଟଙ୍କା ଠକେଇ । ଟଙ୍କା ପାଇଁ ଯୁବତୀଙ୍କୁ ଚାପ ପକାଉଥିଲେ ପୁରୁଷ ବନ୍ଧୁ । ଚାପରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିଲେ ସଫ୍ଟଓ୍ବେୟାର କମ୍ପାନୀ‌ କର୍ମଚାରୀ । ଏଭଳି ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ବେହେରା ସାହିରେ । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୋରତାଲର 22 ବର୍ଷିୟ ରଶ୍ମିତା ଦାସ । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଉକ୍ତ ଯୁବକଙ୍କୁ ଅଟକ ରଖିଛି ।

ଚାପରେ ରହି ଜୀବନ ହାରିଲେ ଯୁବତୀ, ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ :

ନୟାପଲ୍ଲୀର ଦେବରାୟ କଲେଜ ପାଖରେ ଥିବା ଏକ ଘରେ ଭଡ଼ା ନେଇକି ରହୁଥିଲେ ରଶ୍ମିତା ଦାସ । ଗତ କିଛି ଦିନ ତଳେ ସେ ଏକ ସଫ୍ଟଓ୍ବେୟାର କମ୍ପାନୀରେ ଚାକିରି ପାଇବା ପରେ ସେଠାରେ ଟ୍ରେନିଂ ପିରିୟଡରେ ଥିଲେ । ଗତକାଲି ଅପରାହ୍ନ ସମୟରେ ତାଙ୍କର ମୃତଦେହ ଦେଖି ପଡୋଶୀ ଲୋକେ ପୋଲିସକୁ ଖବର ଦେଇଥିଲେ‌ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜୀବନ ହାରିବା ନେଇ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନା ଅଧିକାରୀ ଦମ୍ପତି

ଏହା ମଧ୍ୟ ପଢନ୍ତୁ-ଜୀବନ ହାରିଲେ ଯୁବ ଇଞ୍ଜିନିୟର, ବ୍ରେକ ଅପ୍ ନା ଟଙ୍କା କାରଣ ?

ଚାକିରି ପାଇଁ ଟଙ୍କା ମାଗୁଥିଲା ପ୍ରେମିକ:

ପରିବାର ଲୋକଙ୍କ କହିବା କଥା, କୁମାର ପୂର୍ଣ୍ଣିମା ପାଇଁ ଘରକୁ ଆସିଥିଲା ରଶ୍ମିତା । ଓଷା ସରିବା ପରେ ଅଫିସ ଥିବାରୁ ସେ ଘରୁ ଭୁବନେଶ୍ବରକୁ ପଳାଇ ଆସିଥିଲେ । ଗତକାଲି ସକାଳେ ମଧ୍ୟ ସେ ଅଫିସ ଯାଇଥିଲେ । ୧୧ଟା ପରେ ରୁମକୁ ଫେରି ପରିବାର ସହ କଥା ହୋଇଥିଲେ । କିନ୍ତୁ ଅପରାହ୍ନ ସମୟରେ ପରିବାର ଲୋକଙ୍କୁ ଖବର ଆସିଥିଲେ ତାଙ୍କ ଝିଅର ମୃତ୍ୟୁ ହୋଇଛି । ଏହାପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ମୃତକଙ୍କ ମାଆ କହିଛନ୍ତି, ''ମୃତ୍ୟୁର ପୂର୍ବଦିନ ଜଣେ ଯୁବକ ତାଙ୍କ ବାପାଙ୍କ ମୋବାଇଲକୁ ଫୋନ କରିଥିଲୋ । ସେ ନିଜକୁ ଝିଅର ପ୍ରେମିକ ବୋଲି କହିଥିଲେ । ଏପରିକି ଝିଅର ଭଲ ଚାକିରି କରିବା ପାଇଁ ସେ ବୁଝିଛନ୍ତି ସେଥିପାଇଁ ଟଙ୍କା ମଧ୍ୟ ଦରକାର ବୋଲି କହିଥିଲେ । କିଛି ଟଙ୍କା ଝିଅ ଦେଇଛି ହେଲେ ଆଉ ଦେଉନାହାନ୍ତି, ଟଙ୍କା ଦେବାକୁ ଝିକୁ ବୁଝାନ୍ତୁ ବୋଲି କହିଥିଲେ । ଶେଷ ଥର ରଶ୍ମି ଘରକୁ ଯାଇ ପୋଷ୍ଟାଲରୁ ଟଙ୍କା ଉଠାଇ ତାକୁ ଦେଇଥିଲେ । ହେଲେ ସେ ଆଉ ଟଙ୍କା ମାଗୁଛି । ଏତେ ଟଙ୍କା କେଉଁଠୁ ଆସିବ ତେଣୁ ଟଙ୍କା ପାଇଁ ଚାପ ମୋ ଝିଅ ଉପରେ ସେ ଚାପ ପକାଉଥିଲା । ଯେଉଁଥି ପାଇଁ ମୋ ଝିଅ ଜୀବନ ହାରିଛି । ''

ଚାକିରି ନାଁରେ ଟଙ୍କା ମାଗୁଥିଲା ପ୍ରେମିକ:

କମର୍ସ ପାଠ ପଢିଥିବା ରଶ୍ମିତା ଛଅ ମାସ ତଳେ ଭୁବନେଶ୍ୱର ଆସି ବଡ଼ ଚାକିରି ପାଇଁ ସ୍ବପ୍ନ ଦେଖୁଥିଲା । ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତି କରିବା ସହ ଏକ ସଫ୍ଟଓୟାର କମ୍ପାନୀରେ କିଛି ଦିନ ହେବ ଚାକିରି ପାଇଥିଲେ । ବଡ ଚାକିରି କରାଇଦେବା ନାଁରେ ତାଙ୍କ ପୁରୁଷ ବନ୍ଧୁ ଟଙ୍କା ମାଗୁଥିଲେ, ଯାହାକୁ ନେଇ ସେ ଚିନ୍ତାରେ ରହି ଜୀବନ ହାରିଥିବା କୁହାଯାଉଛି । ଏନେଇ ନୟାପଲ୍ଲୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.