ETV Bharat / state

ମିଥ୍ୟା ଖବର ଓ ଅପ୍ରଚାର ପଡିବ ମହଙ୍ଗା, ନଜର ରଖିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍ - Social media Monitoring Cell

author img

By ETV Bharat Odisha Team

Published : Mar 22, 2024, 7:33 AM IST

Social media and fake news monitored by special cell: କ୍ରାଇମବ୍ରାଞ୍ଚକୁ ମିଳିଲା ଗୁରୁଦାୟିତ୍ବ । ସୋସିଆଲ ମିଡିଆ ମନିଟର କରିବ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ସେଲ । ନିର୍ବାଚନ ସମ୍ବନ୍ଧୀୟ ଖବର ଉପରେ ନଜର ରଖିବ ପୋଲିସ । ମିଥ୍ୟା ଖବର କିମ୍ବା ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

SOCIAL MEDIA MONITORING CELL
SOCIAL MEDIA MONITORING CELL
SOCIAL MEDIA MONITORING CELL

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ନେଇ କ୍ରାଇମବ୍ରାଞ୍ଚକୁ ଗୁରୁଦାୟିତ୍ୱ । ନିର୍ବାଚନୀ ଖବର ଉପରେ ରଖିବ ନଜର ପୋଲିସ । ମିଥ୍ୟା ଖବର ଓ ଅପପ୍ରଚାର କଲେ ପଡିବ ଭାରି । ସୋସିଆଲ ମିଡିଆ ମନିଟର କରିବ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲ୍ । ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ କେଙ୍କୁ ଦାୟିତ୍ବ ମିଳିଛି । ନିର୍ବାଚନ ନୋଡାଲ ଅଫିସର ଭାବେ ସୋସିଆଲ ମିଡ଼ିଆ ଓ ଫେକ ନ୍ୟୁଜ ମନିଟର କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଇଜି ।

ମିଳିଥିବା ସୁଚନା ମୁତାବକ, ନିର୍ବାଚନ ସମୟରେ ରାଜ୍ୟର ସୋସିଆଲ ମିଡ଼ିଆ ଓ ଅପପ୍ରଚାର ଜନିତ ଖବର ଓ ଖବର ପରିବେଷଣ କରାଯାଇଥିବା ଖବର ସତ୍ୟତା ଓ ପ୍ରଭାବିତ ହେଲାଭଳି ଖବର ଗୁଡିକୁ ଯାଞ୍ଚ କରି ଉପଯୁକ୍ତ ଆକ୍ସନ ନେବା ପାଇଁ ଫୋକସ ଦିଆଯାଇଛି । ଏନେଇ ଆଇଜି ସଫିନ ଅହମ୍ମଦ କେଙ୍କ ନେତୃତ୍ବର ଭୁବନେଶ୍ୱର ସ୍ଥିତ ସାଇବର ଭବନରୁ ଏହି ସେଲ ମନିଟର କରାଯାଇଛି । ତେବେ ଡିଏସପି ରାଙ୍କର ଅଫିସର ସମ୍ପଦ ଦାସଙ୍କୁ ଏହି ସେଲର ଦାୟିତ୍ବ ଦିଆଯାଇଛି । ଏହି ସେଲରେ ୧୦ରୁ ୧୨ଜଣ ଆଇଟି ଏକ୍ସପର୍ଟ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି‌ ।

ଆଉ ମଧ୍ୟ ସମସ୍ତ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟରେ ମଧ୍ୟ DPO ସେଲ ଖୋଲାଯାଇଛି । ଏହି ଡିପିଓ ସହ ସାଇବର‌ ଭବନ ସ୍ବତନ୍ତ୍ର ମନିଟରିଂ ସେଲ ସହ ଯୋଗାଯୋଗରେ ରହିବେ। DPOରେ ମଧ୍ୟ ତିନିରୁ ଚାରି ଜଣ ଆଇଟି ଅଭିଜ୍ଞତା ଥିବା ପୋଲିସ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି । ନିୟୋଜିତ କର୍ମଚାରୀମାନେ ସେମାନଙ୍କ ଜିଲ୍ଲାକୁ ନେଇ ପ୍ରତିଦିନ ପରିବେଷଣ ହେଉଥିବା ଖବର ଉପରେ ନଜର ରଖିବେ । ଟିଭି ବ୍ରେକିଂ ନ୍ୟୁଜ ଠାରୁ ସୋସିଆଲ ମିଡିଆ ନ୍ୟୁଜ ପୋଷ୍ଟ ସହ ପ୍ରତିଦିନ ହେଉଥିବା ଖବରକାଗଜରେ ପରିବେଶିତ ଖବର ଉପରେ ରଖିବେ ନଜର ।

ଏହାମଧ୍ୟ ପଢନ୍ତୁ.. ECIଙ୍କ ନିର୍ଦ୍ଦେଶ; ବଦଳିଲେ ୫ ବରିଷ୍ଠ OAS ଅଫିସର - OAS Officer Transfer

ଯେଉଁ ଖବର ନିର୍ବାଚନୀ ଜନିତ ମିଥ୍ୟା ଖବର କିମ୍ବା ସମ୍ବେଦନଶୀଳ ଖବର ତାର ତର୍ଜମା କରାଯିବ ଓ ତାର ସ୍କ୍ରିନ ସଟ୍ ବା ପେପର କଟିଂ ଆଧାରରେ ତୁରନ୍ତ ଆକ୍ସନ ନିଆଯିବ । ସେହିପରି ସୋସିଆଲ ମିଡିଆରେ ପୋଲିସକୁ ଟ୍ୟାଗ କରି ପୋଷ୍ଟ କରାଯାଉଥିବା ସୂଚନା ବା ତଥ୍ୟ ଆଧାରରେ ମଧ୍ୟ ଯାଞ୍ଚ ଓ ତର୍ଜମା କରାଯିବ । କୌଣସି ଖବର ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲା ଭଳି ଖବର ହୋଇଥିଲେ ତାକୁ ତୁରନ୍ତ ଜିଲ୍ଲା ଏସପିଙ୍କ ଦ୍ବାରା ତଦନ୍ତ କରାଯିବ ଓ ମିଥ୍ୟା ଖବର ହୋଇଥିଲେ ପୋଷ୍ଟକୁ ଡିଲିଟ କରାଯିବା ସହ ତୁରନ୍ତ ଆକ୍ସନ ନିଆଯିବ । ଏନେଇ ଫେସବୁକ, ୟୁଟ୍ୟୁବ, ଏକ୍ସ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ ଓ ବିଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ସହ ମଧ୍ୟ ଏହି ସେଲ ଯୋଗାଯୋଗରେ ରହିବ । ନିର୍ବାଚନକୁ ପ୍ରଭାବିତ କଲା ଭଳି ଅତି ସମ୍ବେଦନଶୀଳ ଖବର‌ ହୋଇଥଲେ ତୁରନ୍ତ ଡିଲିଟ କରାଯିବ ।

ଅନ୍ୟପଟେ କେବଳ ସୋସିଆଲ ମିଡିଆ ନୁହେଁ ବରଂ ଟିଭି, ଖବରକାଗଜ ଓ ଡିଜିଟାଲ ପୋର୍ଟାଲ ମାନଙ୍କରେ ପ୍ରକାଶିତ ନ୍ୟୁଜ ଗୁଡିକର ମଧ୍ୟ ମନିଟର ହେବ । ଡିପ୍ ଫେକ ଭିଡିଓ କରି ଉଦ୍ଦେଶ୍ୟମୂଳକ ଭାବେ ନେତାମାନଙ୍କୁ ଅପମାନିତ କଲା ଭଳି ଭିଡିଓ ଉପରେ ମଧ୍ୟ ନଜର ରଖାଯିବ । ଏନେଇ ଡିସିପି ପ୍ରତୀକ ସିଂହ କହିଛନ୍ତି, " ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ସାଇବର‌ ସେଲ ଅଫିସରଙ୍କୁ ତାଲିମ ଦିଆଯାଇଛି । ସୋସିଆଲ ମିଡ଼ିଆ ସେଲ ସହ ଯୋଗାଯୋଗ କରାଯାଇ ମନିଟର କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.