ETV Bharat / state

ସରକାର ରଖୁନାହାଁନ୍ତି ନିଜ ପଟ୍ଟା ପ୍ରତିଶୃତି, ବିରୋଧରେ ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳ ଅଫିସ ଘେରାଉ - Puri

Slum Dwellers Protest: ସ୍ଥାୟୀ ପଟ୍ଟା ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବିଜୟ ନଗର ବସ୍ତି ବାସିନ୍ଦା । ଯୁବ କଂଗ୍ରେସ ନେତା ଆଲୋକ ଦାଶଙ୍କ ନେତୃତ୍ଵରେ ଶହ ସହ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ଭିଆଇପି ରୋଡକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଅଧିକ ପଢନ୍ତୁ

ସରକାର ରଖୁନାହାନ୍ତି ନିଜ ପଟ୍ଟା ପ୍ରତିଶୃତି, ବିରୋଧରେ ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳ ଅଫିସ ଘେରାଉ

author img

By ETV Bharat Odisha Team

Published : Mar 4, 2024, 8:52 PM IST

ସରକାର ରଖୁନାହାନ୍ତି ନିଜ ପଟ୍ଟା ପ୍ରତିଶୃତି, ବିରୋଧରେ ବସ୍ତି ବାସିନ୍ଦାଙ୍କ ଜିଲ୍ଲାପାଳ ଅଫିସ ଘେରାଉ

ପୁରୀ: ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାର ବେଶ୍ ଗୁରୁତ୍ଵ ଦେଉଥିବା ପ୍ରଚାର କରୁଛନ୍ତି । ସ୍ଥାୟୀ ପଟ୍ଟା ସହିତ ସବୁ ମୌଳିକ ସୁବିଧା ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତ ଏହି ଯୋଜନାର ସୁଫଳ ବସ୍ତି ବାସିନ୍ଦାଙ୍କ ନିକଟ ରେ ପହଞ୍ଚି ପାରୁନି । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ପୁରୀ ବଳିଆ ପଣ୍ଡାର ବିଜୟ ନଗର ବସ୍ତି । ୨୦୧୭ ମସିହାରେ ଜମି ଅଧିକାର ଅଧିନିୟମ ଅନୁସାରେ ସରକାର ପଟ୍ଟା ଯୋଜନା ଆଣିଥିଲେ । ମାତ୍ର ୨୦୧୭ରୁ ୨୦୨୪ ଯାଏଁ ଦୀର୍ଘ ଦିନ ହେବ ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ଦେବା ପାଇଁ କହି ଆସୁଥିଲେ ମଧ୍ୟ ପଟ୍ଟା ଦେଉନାହାନ୍ତି ।

ଏହାର ପ୍ରତିବାଦରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ବିଜୟ ନଗର ବସ୍ତି ବାସିନ୍ଦା । ଯୁବ କଂଗ୍ରେସ ନେତା ଆଲୋକ ଦାଶଙ୍କ ନେତୃତ୍ଵରେ ଶହ ସହ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ଭିଆଇପି ରୋଡକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଯାତାୟତରେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ । ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ଆଲୋକ ଦାଶ କହିଛନ୍ତି ଗତ 2017 ମସିହାରୁ ସରକାର ବିଜୟ ନଗର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏନେଇ ଆଇନ ମନ୍ତ୍ରୀଙ୍କୁ ଭେଟିବା ସହ ନବୀନ ନିବାସରେ ସାକ୍ଷାତ ଓ ସଚିବାଳୟ ଘେରାଉ କରାଯାଇଥିଲା । ହେଲେ ସ୍ଥାନୀୟ ଅଞ୍ଚଳ ଜମି ମଧୁର ଜଳ ଥିବା ସ୍ଥାନ ହୋଇଥିବାରୁ ଏଥିରେ ଥିବା କଟକଣା ପାଇଁ ସ୍ଥାୟୀ ପଟ୍ଟା ସରକାର ଦେଇ ନଥିଲେ ।

ଏହା ମଧ୍ୟ ପଢନ୍ତୁ ... ଢେଙ୍କାନାଳରେ ନାବାଳିକା ହତ୍ୟା ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ପରେ କଟକଣା ହଟିଥିଲେ ମଧ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନରେ ଟାଳଟୁଳ ନୀତି ଗ୍ରହଣ କରିଆସୁଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ଏନେଇ ସ୍ଥାନୀୟ ଜିଲ୍ଲାପାଳ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ଏବଂ ବିଧାୟକ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଯୁବ କଂଗ୍ରେସ ନେତା ଆଲୋକ ଦାସ କହିଛନ୍ତି । ଏଥି ସହିତ ଫେବୃଆରୀ ୨୦୨୪ରେ ସବ୍ କମିଟି ଦ୍ବାରା ଏ ପ୍ରସ୍ତାବ ପାସ୍ ହୋଇଥିଲେ ମଧ୍ୟ ପଟ୍ଟା ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ବିଜୟ ନଗର ବସ୍ତି ବାସିନ୍ଦାଙ୍କୁ ସରକାର ସାବତ ପୁଅ ଭଳି ବ୍ୟବହାର କରୁଥିବାରୁ ସ୍ଥାୟୀ ପଟ୍ଟା ନ ମିଳିଲେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଯୁବ କଂଗ୍ରେସ ନେତା ଆଲୋକ ଦାସ କହିଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.