ETV Bharat / state

ଶୌଚାଳୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତିବାସିନ୍ଦା - ଶୌଚାଳୟ ପାଇଁ ଦାବି

Slum Dwellers demands for Toilet in Puri: ଶୌଚାଳୟ ନଥିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପେଣ୍ଠକଟା ଅଞ୍ଚଳର ମହିଳା । ଅଧିକ ପଢ଼ନ୍ତୁ,

ଶୌଚାଳୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତି ବାସିନ୍ଦା

author img

By ETV Bharat Odisha Team

Published : Feb 15, 2024, 9:07 PM IST

ଶୌଚାଳୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ବସ୍ତି ବାସିନ୍ଦା

ପୁରୀ: ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ଏହିଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ପେଣ୍ଠକଟାର ବସ୍ତି ବାସିନ୍ଦା । ଶୌଚାଳୟ ନଥିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପେଣ୍ଠକଟା ଅଞ୍ଚଳର ମହିଳା । ତେବେ ଅଞ୍ଚଳର ସମସ୍ତ ଘରେ ଶୌଚାଳୟ ନିର୍ମାଣ କରାଇବା ପାଇଁ ଦାବିରେ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଅଞ୍ଚଳବାସୀ ।

ସୂଚନା ଅନୁଯାୟୀ, ପେଣ୍ଠକଟା ଅଞ୍ଚଳର 3ଟି ବସ୍ତିରେ ପ୍ରାୟ ଦେଢ଼ ହଜାର ଲୋକ ବାସ କରୁଛନ୍ତି । ଦୁର୍ଭାଗ୍ୟ ବସତଃ ସେମାନଙ୍କ ପାଇଁ କେବଳ ଗୋଟିଏ ଶୌଚାଳୟ ରହିଛି । ସେପୁଣି ବସ୍ତି ଠାରୁ ପାଖାପାଖୀ ଏକ କିଲୋମିଟର ଦୂରରେ ରହିଛି । ଫଳରେ ମହିଳା ମାନେ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲକୁ ଶୌଚ ହେବାକୁ ଯାଉଛନ୍ତି । ଅନେକ ସମୟରେ ମହିଳାଙ୍କୁ ଜଙ୍ଗଲରେ ଥିବା ଜନ୍ତୁଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ଅନ୍ୟପଟରେ ନିକାଞ୍ଚନର ସୁଯୋଗ ନେଇ କେତେକ ଅସାମାଜିକ ବ୍ୟକ୍ତି ମହିଳାଙ୍କୁ ଅସଦାଚରଣ ମଧ୍ୟ କରୁଛନ୍ତି । ପେଣ୍ଠକଟା ବସ୍ତି ବାସିନ୍ଦାଙ୍କୁ ଶୌଚାଳୟ ଯୋଗାଇ ଦେବା ଦାବିରେ ବସ୍ତି ବାସିନ୍ଦା ପୁରୀ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଶୀଘ୍ର ପ୍ରତ୍ୟେକ ଘରେ ଶୌଚାଳୟ ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବିରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ପ୍ରଶାସନର ପ୍ରତିଶୃତି ପାଣିର ଗାର, ମଶାଣି ପାଇଁ ପଞ୍ଚପାଇକ ପୀଠରେ ପ୍ରତିବାଦ

ରାଜ୍ୟବାସୀଙ୍କୁ ପାନୀୟ ଜଳ, ବାସଗୃହ, ଶୌଚାଳୟ, ବିଦ୍ୟୁତ୍ ଭଳି ମୌଳିକ ସୁବିଧା ରାଜ୍ୟ ସରକାର ଯୋଗାଇବା ପାଇଁ ମାଳ ମାଳ ଯୋଜନା କରିଛନ୍ତି । ହେଲେ ପୁରୀ ଜିଲ୍ଲା ପ୍ରଶାସନର କେତେକ ଅପାରଗ ଅଧିକାରୀଙ୍କ ଯୋଗୁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ବସ୍ତି ବାସିନ୍ଦା ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା । ଏନେଇ ସମାଜସେବୀ ବିସ୍ମୟ ମିଶ୍ର କହିଛନ୍ତି ‘‘ରାଜ୍ୟ ସରକାର ମହିଳାଙ୍କୁ ସର୍ବାଧିକ ଗୁରୁତ୍ଵ ଦେଇ ଆସିଥିବା ପ୍ରଚାର କରୁଛନ୍ତି । ବସ୍ତିରେ ବାସ କରୁଥିବା ମହିଳାଙ୍କ ସମସ୍ୟା ଦୂର କରି ପାରୁନାହାନ୍ତି ସରକାର । ପେଣ୍ଠ କଟାରେ ଦେଢ଼ ହଜାର ବସ୍ତି ବାସିନ୍ଦାଙ୍କ ପାଇଁ ମାତ୍ର ଦୁଇଟି ଶୌଚାଳୟ ହୋଇଛି । ତାହା ପୁଣି ବସ୍ତି ଠାରୁ ଏକ କିଲୋମିଟର ଦୂରରେ । ଯାହା ଫଳରେ ହଠାତ୍ ଶୌଚ ଲାଗିଲେ ମହିଳାଙ୍କୁ ଯିବା ପାଇଁ ସମସ୍ୟା ହେଉଛି । ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ପରେ ମଧ୍ୟ ଶୌଚାଳୟ ଭଳି ସର୍ବନିମ୍ନ ମୌଳିକ ସୁବିଧା ପ୍ରଶାସନ ଯୋଗାଇ ପାରୁ ନାହାନ୍ତି ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.