ETV Bharat / state

ଯୁବକ ଯୁବତୀଙ୍କ ଦକ୍ଷତା ବଢ଼ାଯିବ, ୩୦ ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ହେବ ୩୦ଟି ସ୍କିଲହବ; ମନ୍ତ୍ରୀ - minister sampad swain review

author img

By ETV Bharat Odisha Team

Published : Jun 28, 2024, 2:02 PM IST

Minister Sampad Swain Review Meeting: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୋମବାର ଖାରବେଳ ଭବନରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୟରେ ସେ ରାଜ୍ଯରେ କିପରି ଯୁବକ ଯୁବତୀଙ୍କ ଦକ୍ଷତା ବଢ଼ାଇବାକୁ ପ୍ରୟାସ କରାଯିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି । ଅଧିକ ପଢନ୍ତୁ,

ଯୁବକ ଯୁବତୀଙ୍କ ଦକ୍ଷତା ବଢ଼ାଯିବ, ୩୦ ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ହେବ ୩୦ଟି ସ୍କିଲ୍; ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଯୁବକ ଯୁବତୀଙ୍କ ଦକ୍ଷତା ବଢ଼ାଯିବ, ୩୦ ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ହେବ ୩୦ଟି ସ୍କିଲ୍; ମନ୍ତ୍ରୀ ସମ୍ପଦ ସ୍ୱାଇଁ (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଗଠନ ପରେ ଆକ୍ସନ ମୋଡରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ବିଭାଗର ପରିଚାଳନା ଏବଂ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ରାଜ୍ଯରେ କିପରି ଯୁବକ ଯୁବତୀଙ୍କ ଦକ୍ଷତା ବଢ଼ାଇବାକୁ ପ୍ରୟାସ କରାଯିବ ସେନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଆବଶ୍ୟକ । ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ଦକ୍ଷ କରିବା ଆବଶ୍ୟକ।

କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବା ନିହାତି ଜରୁରୀ ଅଟେ। ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। କମ୍ପାନୀ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ଯ ଉପ‌ଯୁକ୍ତ ଟ୍ରେନର ଓ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ। ଯେଉଁ ଅଞ୍ଚଳରେ ଦକ୍ଷତା ବିକାଶ ଯେତେ ଉନ୍ନତ ସେ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକ ସେତିକି ଦକ୍ଷ ହେବ। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରି ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନ ଶକ୍ତି ସହ ଯୋଡ଼ିବା ଆବଶ୍ୟକ। ମହାବିଦ୍ୟାଳୟ ଗଡ଼ିକରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ।

ବର୍ତ୍ତମାନ ୩୦ଟି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ୩୦ଟି ସ୍କିଲ୍ - ହବ ପରିଚାଳନା କରା‌ଯିବ। ଏଥିରେ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରାଯିବା ସହ ପ୍ରଶିକ୍ଷଣ ଦିଆଯିବ। ତେବେ ଜୁଲାଇ ୧୫ ତାରିଖରେ ‘‘ବିଶ୍ଵ ଯୁବ ବକ୍ଷତା ଦିବସ” ଅବସରରେ କୌଶଳ ରଥ ଦୁଇଗୋଟି ବସ୍ ଦ୍ଵାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ । ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୌଶଳ ରଥ ଆରମ୍ଭ କରିବାକୁ ପ୍ରସ୍ତାବ ଅଛି ଯେଉଁଥରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯନ୍ତ୍ର ଅନୁଷ୍ଠାନ, ପିରିଟିଳ (ପ୍ରାଚୀନ ଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ। ୭ ଗୋଟି ଦକ୍ଷତା ଉପରେ ସଚେତନତା ପାଇଁ ସରକାରଙ୍କ ବିଭିନ୍ନ ବିବରଣୀ, ରୋଲ ମଡେଲ୍ ଓ ଉଚ୍ଚ ଶିକ୍ଷା ସ୍କିମ୍ ଏହି କୌଶଳ ଅନ୍ ହୁଇଲ୍ ରେ ଫୋକସ୍ ହେବ।

ଏହା ମଧ୍ୟ ପଢନ୍ତୁ: ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ

ଏହା ସହ ଯୁବକମାନଙ୍କୁ ଆତିଥେୟଳା ପ୍ରଶିକ୍ଷଣ ପାଇଁ ବିଶ୍ଵ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଇଛି । ନିର୍ମାଣ ହେଳାକୁ ଥୁବା ୧୦ ଗୋଟି କୌଶଳ ଭବନ ମଧ୍ୟରୁ ପ୍ରଥମେ ଗୋଟିଏ ନିର୍ମାଣ ହେବ । ଏହି ଭବନରେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି । ଏହି ଭବନରେ ରୋଷେର ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ ଅଫିସ୍ ଆସୋସିଏଟ୍ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ । ଏହି ଭବନରେ ବାର୍ଷିକ ୪୦୫ ଜଣ ଯୁବକଙ୍କୁ ଦକ୍ଷ କରିବାର କ୍ଷମତା ରହିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.