ETV Bharat / state

ବାଲେଶ୍ବରରେ ଖୋଲିଲା ସ୍କୁଲ କଲେଜ, ଇଣ୍ଟରନେଟ ସେବା ସ୍ୱାଭାବିକ, ଶାନ୍ତି ପାଇଁ ରାଜନୈିତିକ ଦଳଗୁଡ଼ିକର ପ୍ରୟାସ - INTERNET SERVICE RESUME IN BALASORE

author img

By ETV Bharat Odisha Team

Published : Jun 24, 2024, 11:02 AM IST

Updated : Jun 24, 2024, 3:55 PM IST

Balasore group clash matter: ବାଲେଶ୍ୱର ଗୋଷ୍ଠୀ ବିବାଦ ଘଟଣା । ସ୍ୱାଭାବିକ ସ୍ଥିତିକୁ ଫେରୁଛି ଜିଲ୍ଲା । ଆଜିଠୁ ଖୋଲିଲା ସ୍କୁଲ କଲେଜ । ଇଣ୍ଟର ନେବା ଚାଲୁ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ସ୍କୁଲ ଗୁଡିକ 10 ଟାରୁ ଆରମ୍ଭ ହୋଇଥିବା ବେଳେ ଟାଉନ ଥାନାରେ ସକାଳୁଆ ସ୍କୁଲ ହୋଇଛି । ଅଧିକ ପଢନ୍ତୁ

Balasore group clash
Balasore group clash (ETV Bharat Odisha)

ବାଲେଶ୍ୱର: ସ୍ବାଭାବିକ ସ୍ଥିତିକୁ ଫେରୁଛି ବାଲେଶ୍ୱର । ଆଜିଠୁ (ସୋମବାର) ଜିଲ୍ଲାରେ ଇଣ୍ଟରନେଟ ସେବା ପୁନଃଚାଲୁ କରାଯାଇଛି । ଏଥିସହ ସ୍କୁଲ, କଲେଜ ଗୁଡିକ ମଧ୍ୟ ଖୋଲିଛି । ଇଦରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ ଲାଗୁ ହେବା ସହ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ତେବେ ଧିରେ ଧିରେ ସ୍ଥିତି ସୁଧୁରୁଥିବା ବେଳେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କର୍ଫ୍ୟୁ କୋହଳ କରାଯିବା ସହ ଇଣ୍ଟରସେବା ସେବା ପୁନଃଚାଲୁ କରାଯାଇଛି ।

ଗତ ସୋମବାର ବାଲେଶ୍ୱରରେ ହୋଇଥିବା ଗୋଷ୍ଠୀ ବିବାଦକୁ ନେଇ ମଙ୍ଗଳବାରଠାରୁ ପୌରାଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିଥିଲା । ଏହାସହ ସ୍କୁଲ କଲେଜ ମଧ୍ୟ 19 ତାରିଖ ଖୋଲିବାକୁ ଥିବା ବେଳେ ତାହା କର୍ଫ୍ୟୁ ଜାରି ଯୋଗୁଁ ବନ୍ଦ ରହିଥିଲା । ସପ୍ତାହେ ପରେ ସ୍ଥିତିରେ ସୁଧାର ଆସିଛି । ଏଥିପାଇଁ ଆଜିଠାରୁ ସ୍କୁଲ କଲେଜ, ଶିକ୍ଷାନୁଷ୍ଠାନ ଆଦି ଖୋଲିଥିବା ଦେଖିବାକୁ ମିଳିଛି । ବିଶେଷ କରି ବାଲେଶ୍ୱର ପୌରାଞ୍ଚଳରେ ତିନୋଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ସହଦେଖୁଣ୍ଟା ଥାନା ଅଞ୍ଚଳରେ ସକାଳ 5ରୁ ରାତି 9ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ସ୍କୁଲଗୁଡିକ 10ଟାରୁ ଆରମ୍ଭ ହୋଇଛି ।

ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ 5ରୁ ଅପରାହ୍ନ 2ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । ଉକ୍ତ ଅଞ୍ଚଳରେ ଥିବା ସ୍କୁଲ କଲେଜ ଗୁଡିକ କର୍ଫ୍ୟୁ କୋହଳ ମଧ୍ୟରେ ଚାଲିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ସକାଳୁଆ ସ୍କୁଲ ହୋଇଥିବା ଦେଖିବାକୁ ମିଳିଛି । ଛୁଟି ଏବଂ କର୍ଫ୍ୟୁ ପରେ ସ୍କୁଲ ଖୋଲିଥିବା ବେଳେ ପ୍ରଥମ ଦିନରେ ପିଲାମାନଙ୍କ ସଂଖ୍ୟା କମ ଥିବା ଦେଖିବାକୁ ମିଳିଛି ।

ସ୍ବାଭାବିକ ହେଉଛି ସାଧାରଣ ଜୀବନଯାପନ:-

ବାଲେଶ୍ୱରର ସ୍ଥିତି ଯେତିକି ଯେତିକି ସୁଧୁରୁଛି ସାଧାରଣ ଜୀବନ ଯାପନ ମଧ୍ୟ ସେହିଭଳି ସୁଧୁରିବାରେ ଲାଗିଛି । ଅନ୍ୟପଟେ ଗତ ମଙ୍ଗଳବାରଠାରୁ ପୌରାଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିଥିଲା । ପରେ କେବଳ ଲିଜ ଲାଇନ ଇଣ୍ଟରନେଟ ସୁବିଧା ପ୍ରଦାନ କରାଯାଇଥିଲା । ରବିବାର ଠାରୁ ବ୍ରଡ଼ବ୍ୟାଣ୍ଡ, ଲ୍ୟାଣ୍ଡ ଲାଇନ ଇଣ୍ଟରନେଟ ସୁବିଧା ପ୍ରଦାନ କରାଯାଇଥିଲା । ରବିବାର ଜିଲ୍ଲା ପ୍ରଶାସନ ସ୍ଥିତି ସମୀକ୍ଷା କରିବା ପରେ ଆଜିଠାରୁ ପୋୖରାଞ୍ଚଳରେ ସବୁ ପ୍ରକାର ଇଣ୍ଟରନେଟ ସୁବିଧା ପ୍ରଦାନ କରାଯାଇଛି । ଇଣ୍ଟରନେଟ ସୁବିଧା ପ୍ରଦାନ ପରେ ଏବେ ପୋଲିସ ପ୍ରଶାସନ ଏବଂ ସାଇବର ଟିମ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ କର୍ଫ୍ୟୁ ବଳବତ୍ତର, ପରିସ୍ଥିତି ନିୟନ୍ତ୍ରଣରେ, ସନ୍ଧ୍ୟାରେ ବସିପାରେ ବୈଠକ

ମିଥ୍ୟା ପ୍ରଚାର ଏବଂ ଗୁଜବ ସୃଷ୍ଟି କରୁଥିବା ପୋଷ୍ଟ ଉପରେ କଡ଼ା ନଜର ରଖା ଯାଇଥିବା ବେଳେ ସମ୍ପୃକ୍ତ ପୋଷ୍ଟ କରିଥିବା ସୋସିଆଲ ମିଡିଆ ୟୁଜରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଗୁଜବ ଠାରୁ ଦୂରେଇ ରହିବା ପାଇଁ ଆହ୍ୱାନ ଦିଆଯାଇଛି । ଗୋଷ୍ଠୀ ସଙ୍ଘର୍ଷର ସମାଧାନ ରାସ୍ତା ଧିରେ ଧିରେ ବାହାରିବାରେ ଲାଗିଛି । କେମିତି ପୁଣିଥରେ ଶାନ୍ତି ଫେରାଇ ଆଣିହେବ ସେନେଇ ସବୁ ବର୍ଗର ଲୋକମାନେ ଚେଷ୍ଟା ଜାରି ରଖିଛନ୍ତି । ଜିଲ୍ଲାପାଳ ଏବଂ ଏସପି ଏନେଇ ଉଦ୍ୟମ ଜାରି ରଖିଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନ, ଓକିଲ ସଂଘ, ରାଜନୈତିକ ଦଳ ସହ ଆଲୋଚନା କରି କେମିତି ଶାନ୍ତି ଫେରିବ ସେନେଇ ପ୍ରଚେଷ୍ଠା ଜାରି ରଖିଛନ୍ତି ।

ଶାନ୍ତି ଫେରିବା ପାଇଁ ରାଜନୈତିକ ଦଳର ପ୍ରୟାସ:-

ଏହାରି ମଧ୍ୟରେ ଇଣ୍ଡିଆ ମେଣ୍ଟ ତରଫରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଥିବା ବେଳେ ବିଜେପି ଏବଂ ବିଜେଡି ମଧ୍ୟ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଛି । ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଶାନ୍ତି ଫେରିବା ନେଇ ଆଲୋଚନା କରିବା ପରେ ଯେଉଁ ଅଞ୍ଚଳରେ ପ୍ରଥମେ ଏମିତି ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା ଉକ୍ତ ଅଞ୍ଚଳର ଗୁରୁଜନମାନେ ଶାନ୍ତି ଫେରାଇବା ପାଇଁ ନିଜେ ଦାୟିତ୍ୱ ନେବାକୁ ସେ ଅନୁରୋଧ କରିଛନ୍ତି । ସମସ୍ତଙ୍କ ସହଯୋଗରେ ବାଲେଶ୍ୱର ପୁଣି ଶାନ୍ତ ପରିବେଶ ମଧ୍ୟରେ ଗତି କରିବ ବୋଲି ସେ କହିଛନ୍ତି । ଆବଶ୍ୟକ ପଡ଼ିଲେ ନିଜେ ବିଧାୟକ ଏହି ଦାୟିତ୍ୱ ନେବେ ଏବଂ ଲୋକମାନଙ୍କୁ ବୁଝାଇବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବାଲେଶ୍ବର କର୍ଫ୍ୟୁ ଗାଇଡଲାଇନ; ଖୋଲିବ ସ୍କୁଲ ଓ କଲେଜ, ମିଳିବ ଇଣ୍ଟରନେଟ ସେବା

ସେହିପରି ବିଜେଡି ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଏବଂ ନେତାମାନେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ନିଜେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମାଧାନର ରାସ୍ତା ବାହାର କରିବା ପାଇଁ ଅନୁରୋଧ କରିଛି ବିଜେଡି । ଏହାସହ ରାଜନୈତିକ ଦଳମାନଙ୍କ ହସ୍ତକ୍ଷେପ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ନେଇ ଆଲୋଚନା କରାଯାଇଥିଲା । ସର୍ବଦଳୀୟ ନେତାମାନେ ଏଥିରେ ସାମିଲ ହୋଇ ଲୋକମାନଙ୍କୁ ବୁଝାସୁଝା କରିବାର ଦାୟିତ୍ୱ ନେବେ ବୋଲି ବିଜେଡି ପ୍ରବକ୍ତା ତଥା ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

Last Updated : Jun 24, 2024, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.