ETV Bharat / state

ବାଲେଶ୍ବରରେ ସୁଧୁରୁଛି ସ୍ଥିତି: 4 ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ, 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା - Curfew in Balasore - CURFEW IN BALASORE

Situation improves in Balasore: ବାଲେଶ୍ବରରେ ଆଜି ସକାଳୁ 4ଘଣ୍ଟା କୋହଳ ହେଲା କର୍ଫ୍ୟୁ । ଖୋଲିଲା ଦୋକାନ ବଜାର, ଲୋକେ କିଣିଲେ ଜିନିଷ । ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନେବ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ବାଲେଶ୍ବରରେ ସୁଧୁରୁଛି ସ୍ଥିତି: 4 ଘଣ୍ଟା କୋହଳ ପରେ ପୁଣି କର୍ଫ୍ୟୁ, ବଜାରରେ  ଭିଡ
ବାଲେଶ୍ବରରେ ସୁଧୁରୁଛି ସ୍ଥିତି: 4 ଘଣ୍ଟା କୋହଳ ପରେ ପୁଣି କର୍ଫ୍ୟୁ, ବଜାରରେ ଭିଡ (ETV Bharat Odisha)
author img

By ETV Bharat Odisha Team

Published : Jun 20, 2024, 11:41 AM IST

Updated : Jun 20, 2024, 2:32 PM IST

ବାଲେଶ୍ବର: ଗୋଷ୍ଠୀ ସଂଘର୍ଷରୁ ହିଂସା ହୋଇଥିବା ବାଲେଶ୍ବରରେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଗତକାଲିଠାରୁ ଜାରି ହୋଇଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଥିଲା । ସକାଳ 7ଟାରୁ ଦିନ 11ଟା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ଲୋକେ ଜିନିଷ କିଣାକିଣି କରିଥିଲେ । ପରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । ସ୍ଥିତି ଉପରେ ପ୍ରଶାସନର କଡା ନଜର ରହିଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି । ଲୋକଙ୍କ ସମସ୍ୟାକୁ ଦେଖି କର୍ଫ୍ୟୁ ସାମାନ୍ୟ କୋହଳ କରିବାକୁ ନିଷ୍ପତ୍ତି ଗତକାଲି ନେଇଥିଲା ଜିଲ୍ଲା ପ୍ରଶାସନ । ସାଂସଦ, ଜିଲ୍ଲାପାଳ ଓ ଏସପି ଓ ବରିଷ୍ଠ ଅଧିକାରୀମାନେ ଗତକାରି ଅପରାହ୍ନରେ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ଆଜି ଇଣ୍ଟରନେଟ ସେବା କଟକଣାକୁ ମଧ୍ୟ ବୃଦ୍ଧି କରାଯାଇଛି । ଆସନ୍ତା 48 ଘଣ୍ଟା ତଥା 22 ତାରିଖ ସକାଳ 10 ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସହ ଜଡିତ ସାମାଜିକ ଗଣମାଧ୍ୟମ ପରି ସମସ୍ତ ଯୋଗାଯୋଗ ମାଧ୍ୟମ ବନ୍ଦ ରହିବ । ଏନେଇ ଗୃହ ବିଭାଗ ଏକ ଲିଖିତ ବିଜ୍ଞପ୍ତିରେ ନିର୍ଦ୍ଦେଶ ଜାରି କରିଛି ।

ବାଲେଶ୍ବରରେ ସୁଧୁରୁଛି ସ୍ଥିତି: 4 ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ, ବଜାରରେ ଭିଡ (ETV Bharat Odisha)

ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ । ଗତକାଲି (ବୁଧବାର) ରାତି 12ଟାରୁ ବାଲେଶ୍ୱର ପୋୖରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ସକାଳ 7ରୁ 11 ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ଆଜି ସକାଳ ଠାରୁ ବଜାରରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ବାହାରକୁ ବାହାରି କିଣାକିଣି କରିଥିଲେ । ରାସନ ଓ ପନିପରିବା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ପୁଣି ଥରେ ବଜାର ବନ୍ଦ କରାଯାଉଛି ଓ କର୍ଫ୍ୟୁ ଜାରି କରାଯାଇଛି ।

4 ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ, 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା
4 ଘଣ୍ଟା କୋହଳ ପରେ ପୁଣି ଫେରିଲା କର୍ଫ୍ୟୁ, 48 ଘଣ୍ଟା ବଢିଲା ଇଣ୍ଟରନେଟ କଟକଣା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ବସିଲା ଉଚ୍ଚସ୍ତରୀୟ ବୈଠକ, ବାଲେଶ୍ବରରେ ଚାରି ଘଣ୍ଟା ପାଇଁ କୋହଳ ହେବ କର୍ଫ୍ୟୁ - Balasore Curfew Update

ଅନ୍ୟପଟେ ଏହି ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା ପ୍ରାୟ 40ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇସାରିଲେଣି । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାରା ମିଲାଟାରୀ ଫୋର୍ସ ମୁତୟନ ଥିବା ସହ ନିୟମିତ ପାଟ୍ରୋଲିଂ ମଧ୍ୟ ଜାରି ରହିଛି । ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରାଯାଇ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯଉଥିବା ସ୍ଥାନୀୟ ସାଂସଦ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ । ଏବେ କ୍ରମଶଃ ସ୍ଥିତିର ସୁଧାର ଆସୁଛି । ସେହି ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବ ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 20, 2024, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.