ETV Bharat / state

ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ସମ୍ପନ୍ନ, ଦେବ ଦମ୍ପତିଙ୍କ ଦରବାରରେ ଏକାଠି ହେଲେ ପ୍ରତିଦ୍ବନ୍ଦୀ ନେତା - Sital Sasthi 2024

Sital Sasthi 2024: ଆରମ୍ଭ ହୋଇଯାଇଛି ଶୀତଳ ଷଷ୍ଠୀ ପର୍ବର ପ୍ରଥମ ନୀତି । ଅକ୍ଷୟ ତୃତୀୟା ଅବସରରେ ଥାଳ ଉଠା ପର୍ବ ସମ୍ପନ୍ନ ହୋଇଛି । ସେପଟେ ସମ୍ୱଲପୁରରେ ଥାଳ ଉଠା ପର୍ବରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏକାଠି ନଜର ଆସିଛନ୍ତି । ଅଧିକ ପଢନ୍ତୁ

Sital Sasthi 2024
Sital Sasthi 2024 (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 10:57 AM IST

Sital Sasthi 2024 (ETV Bharat Odisha)

ସମ୍ବଲପୁର/ବଲାଙ୍ଗୀର: ପବିତ୍ର ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଆରମ୍ଭ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ" ଥାଳଉଠା " l ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୋଦିପଡା, ବାଲିବନ୍ଧା ସୋମନାଥ ବାବା, ଠାକୁର ପଡା, ବଡବଜ଼ାର, ବୁଢାରଜା ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା କମିଟି ମାନଙ୍କର ଥାଳଉଠା ନୀତି ସମ୍ପନ୍ନ ହୋଇଛି l ଏହାସହ ସମସ୍ତ ଯାତ୍ରା କମିଟିର କନ୍ୟା ପିତା-ମାତା ଚୟନ ହୋଇଥିବା ବେଳେ ସମସ୍ତ ଯାତ୍ରା କମିଟିର ଚୟନ ହୋଇଥିବା କନ୍ୟା ପିତାମାତା ଦମ୍ପତି ଥାଳ ଧରି ଶିବ ପାର୍ବତୀଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି l

ପ୍ରତ୍ୟେକ ବର୍ଷ ପରମ୍ପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଥାଳ ଉଠା ନୀତି ସମ୍ପନ୍ନ କରିବାର ପରମ୍ପରା ରହିଛି l ଚଳିତ ବର୍ଷ ନନ୍ଦପଡାର 'ବମ ବାରଡ଼ ବାଲୁଙ୍କେଶ୍ୱର ବାବା' ଶୀତଳ ଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତାମାତା ସୁମନ୍ତ ପଣ୍ଡା ଓ ନୀତିପ୍ରିୟା ଦେବୀ ହୋଇଥିବା ବେଳେ ଝାଡୁଆପଡା ଅରଣ୍ୟକ ଶୀତଳ ଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତାମାତା ଯଥାକ୍ରମେ ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି ଓ ତାଙ୍କ ପତ୍ନୀ ରୀତିମୁକ୍ତା ମହାନ୍ତି ହୋଇଛନ୍ତି l ସେହିପରି ମୋଦିପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତାମାତା ହୋଇଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା ଓ ଡାକ୍ତର ସଂଯୁକ୍ତା ପଣ୍ଡା l

ଏହାମଧ୍ୟ ପଢନ୍ତୁ.. ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି, ବର ଓ କନ୍ୟା ମାତାପିତାଙ୍କ ଚୟନ ପର୍ବ ସମ୍ପନ୍ନ - Preparation For Sital Sasthi

ଅନ୍ୟପଟେ ନନ୍ଦପଡା, ଝାଡୁଆପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିର ଥାଳଉଠା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ବିଧାନସଭା ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ । ଏପରିକି ନନ୍ଦପଡା ବମ ବାରଡ଼ ବାଲୁଙ୍କେଶ୍ୱର ବାବା ମନ୍ଦିର ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ଦର୍ଶନ କରିବା ସହ ପରସ୍ପରକୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା l ଏହି ଦୃଶ୍ୟ ଭାରତୀୟ ଗଣତନ୍ତ୍ରର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା l

ଅନ୍ୟପଟେ 2 ରାଜନୈତିକ ପ୍ରତିଦ୍ବନ୍ଦୀ ଜୟ ନାରାୟଣ ମିଶ୍ର ଓ ରୋହିତ ପୂଜାରୀ ମଧ୍ୟ ଏକାଠି ବସି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା l ଝାଡୁଆପଡା ଲୋକନାଥ ବାବାଙ୍କ ମନ୍ଦିର ରେ ଥାଳ ଉଠା କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଜୟନାରାୟଣ ମିଶ୍ର ଓ ରୋହିତ ପୂଜାରୀ ପୂଜାରେ ଏକାଠି ବସିଥିବାର ଦେଖିବାକୁ ମିଳିଛି l

ସେହିଭଳି ବଲାଙ୍ଗୀରେ ମଧ୍ୟ ଅକ୍ଷୟ ତୃତୀୟା ଶୁଭ ତିଥିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରଥମ ନୀତି ଥାଳ ଉଠା ସମ୍ପନ୍ନ ହୋଇଛି । ବାବା ବାଲୁଙ୍କେଶ୍ୱର ମନ୍ଦିର ସାଗରପଡାରେ ଥାଳ ଉଠା ନୀତି କରାଯାଇଛି । ଏହାପରେ ଆସନ୍ତା 22 ତାରିଖରେ ଦେବ ନିମନ୍ତ୍ରଣ ହେବ ଓ ଜୁନ 7 ତାରିଖରେ କଳ୍ପିତ ମାତା ପିତା ଘରକୁ ଦେବ ଦମ୍ପତ୍ତି ବିରାଜମାନ କରିବେ । ସେହିପର ଆସନ୍ତା 9 ତାରିଖରେ ନିର୍ବନ୍ଧ ଓ 10 ତାରିଖରେ ଦେବ ବିବାହ ଅନୁଷ୍ଠିତ ହେବ । 11 ତାରିଖରେ ଯୁଗଳ ମୂର୍ତ୍ତି ଦର୍ଶନ ଓ 12 ତାରିଖରେ ଘର ବାହୁଡା ଯାତ୍ରା ଅନୁଷ୍ଠିତ ହେବା ବୋଲି କହିଛନ୍ତି ଆୟୋଜକ ।

ଇଟିଭି ଭାରତ, ସମ୍ବଲପୁର/ ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.