ETV Bharat / state

ଆଜି କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗଦେବେ ବହୁ ବରିଷ୍ଠ ଅଧିକାରୀ - SIT Meeting Over Black Money

SIT Meeting Over Black Money: ଦେଶର କଳାଧନ କାରବାର ସମ୍ପର୍କରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଆଜି କଟକରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । ଅଧିକ ପଢନ୍ତୁ,

ଆଜି ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ, ଯୋଗଦେବେ ବହୁ ବରିଷ୍ଠ କର୍ମଚାରୀ

author img

By ETV Bharat Odisha Team

Published : Mar 11, 2024, 10:59 AM IST

କଟକ: ଆଜି ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ପୂର୍ବାହ୍ନ ୧୧ଟା ସମୟରେ ଏହି ବୈଠକ ବସିବାର ସୂଚନା ରହିଛି । ଏହି ଏସ୍‌ଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେବେ । କଟକ ତେଲେଙ୍ଗାବଜାରସ୍ଥିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏସଆଇଟିର ଏହି ବୈଠକ ବସିବ । ବୈଠକରେ ବିଶେଷ ଭାବେ ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ କଳାଧନ ସମ୍ପର୍କିତ ଆଲୋଚନା କରାଯିବ ବୋଲି ଜଣାପଡିଛି । ଏସ୍‌ଆଇଟିର ଏହି ବୈଠକରେ ପୋଲିସ ଡିଜିଙ୍କ ସିବିଡିଟି, ଇଡି, ସିବିଆଇ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗଦେବେ ବୋଲି ଜଣାପଡିଛି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗଦେବେ ।

ପୂର୍ବରୁ ଅନୁଷ୍ଠିତ ବୈଠକରେ ସମସ୍ତ ବିଭାଗକୁ ରିପୋର୍ଟ ଦାଖଲ କରିବା ପାଇଁ ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜିର ବୈଠକରେ ଦାଖଲ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା ହେବା ସହ କଳାଧନ ଗଚ୍ଛିତ କରିବାର ନୂଆ ନୂଆ ତରିକା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ବିଭାଗ କିଭଳି ଏ ସମ୍ପର୍କରେ ପଦକ୍ଷେପ ନେବେ ଏବଂ ଗତ ଦୁଇ ବର୍ଷ ମଧ୍ୟରେ ବିଭାଗ ଗୁଡିକୁ ମିଳିଥିବା ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ସୂଚନା ଥାଉ, ନିକଟରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ପାଇଁ ବସିଥିଲା ଏକ ଉଚ୍ଚସ୍ତରୀୟ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ଏବଂ ମରାମତି ନେଇ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପୂର୍ବତନ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚକୁ ଆଲୋଚନା କରାଯାଇଥିଲା । ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ୧୯୭୮ ମସିହାର ରତ୍ନ ଅଳଙ୍କାରର ତାଲିକା ଅନୁସାରେ କେତେ ଅଳଙ୍କାର ରହିଛି, କେତେ ଅଳଙ୍କାର ନାହିଁ ଏବଂ ୧୯୭୮ ମସିହା ପରେ କେତେ ଅଧିକ ଅଳଙ୍କାର ରତ୍ନଭଣ୍ଡାରରେ ରଖାଯାଇଛି । ତାହା ସମ୍ପୂର୍ଣ୍ଣ ଯାଞ୍ଚ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିସହ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ନଥିବା ସମୟରେ ରତ୍ନ ଅଳଙ୍କାର ଗଣତି ଏବଂ ମରାମତି ପାଇଁ ପ୍ରକୃଷ୍ଟ ସମୟ ବୋଲି ଜଷ୍ଟିସ ଅରଜିତ ପଶାୟତ ମତ ରଖିଥିଲେ । ୧୯୭୮ ମସିହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ତାଲିକା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଜଷ୍ଟିସ ଅରଜିତ ପଶାୟତ ।

ଏହା ମଧ୍ୟ ପଢନ୍ତୁ: ରଥଯାତ୍ରା ସମୟରେ ଯାଞ୍ଚ ହେବ ରତ୍ନଭଣ୍ଡାର !

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.