ETV Bharat / state

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଏହି ଦିନ ଖୋଲିବ - Similipal Sanctuary

author img

By ETV Bharat Odisha Team

Published : Jun 7, 2024, 10:55 PM IST

Similipal Tiger Reserve To Closed: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ ରହିବ । ଅଧିକ ପଢ଼ନ୍ତୁ

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ (ETV Bharat Odisha)

ରାଇରଙ୍ଗପୁର: ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ଆଗାମୀ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ରହିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ନୋଟିସ୍ ମିଳିଛି । ତେବେ ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ ରହିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ ଜୈବମଣ୍ଡଳ ଭାବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ବେଶ ପରିଚିତ । ଜୁନ ୧୨ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ସାଢେ 4 ମାସ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିବ । ପ୍ରତି ବର୍ଷ ବର୍ଷା ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ବନ୍ଦ ରହିଥାଏ । ତେବେ ଚଳିତ ବର୍ଷ ମୌସୁମୀ ପାଇଁ ୪ ଦିନ ପୂର୍ବରୁ ଶିମିଳିପାଳକୁ ବନ୍ଦ କରାଯାଉଛି । କାରଣ ଲଗାତାର ଭାବେ ବର୍ଷା ହେଲେ ରାସ୍ତା ଧୋଇ ଯିବାର ସମ୍ଭାବନା ରହିଥାଏ । ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିପଦ ସଙ୍କୁଳ ରାସ୍ତାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଶିମିଳିପାଳ ପ୍ରବେଶ ବାରଣ କରାଯାଇଥାଏ ।

ବର୍ଷାଦିନ ସରିବା ପରେ ପରିସ୍ଥିତିକୁ ଦେଖି ଅକ୍ଟୋବର ମାସ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି ଶିମିଳିପାଳ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଶିମିଳିପାଳ ବନ୍ଦ ଥିବା ସମୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ । ତେବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁଡୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । ଏଥି ସହିତ ପର୍ଯ୍ୟଟକମାନେ ସେଠାରେ ରହିବା ସହିତ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...'ସିକ୍ରେଟ ଅଫ୍ ଶିମିଳିପାଳ' ଓ 'ଆର୍ୟ୍ୟନ' ବହି କିଣିଲେ ମୁଖ୍ୟମନ୍ତ୍ରୀ - Naveen Purchases Books

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କିମି । ଏହା ମଧ୍ୟରୁ ୩୦୩ ବର୍ଗ କିମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ, ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳକଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ । ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଏଠାରେ ରହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.