ETV Bharat / state

ଦେବ ଦମ୍ପତିଙ୍କ ବିବାହ ପାଇଁ ଉତ୍ସବମୁଖର ବରଗଡ - Shitla Shashti Yatra

Shitla Shashti: ଦେବ ଦମ୍ପତିଙ୍କ ବିବାହ ପାଇଁ ବରଗଡରେ ଆରମ୍ଭ ହୋଇଛି ଶୀତଳ ଷଷ୍ଠୀ ଯାତ୍ରା । ଯାହା ପାଇଁ କନ୍ୟା ପକ୍ଷର ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 7, 2024, 9:49 PM IST

Shitla Shashti
Shitla Shashti (ETV Bharat Odisha)

ବରଗଡ଼: ଦୀର୍ଘ ବର୍ଷରୁ ପାଳିତ ହୋଇଆସୁଛି ବରଗଡ଼ର ଶୀତଳଷଷ୍ଠୀ ଯାତ୍ରା । ତେବେ ଚଳିତ ବର୍ଷ ଏହି ଯାତ୍ରା 25 ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ଧୁମ ଧାମରେ ପାଳିତ ହେବାକୁ ଯାଉଛି l ବରଗଡ଼ ରାଣୀବନ୍ଧ ପଡ଼ାରେ ଅବସ୍ଥିତ ଶ୍ରୀଶ୍ରୀ ଗୌରୀ ଶଙ୍କର ମନ୍ଦିର ଠାରେ ବଡ଼ ଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରାର ରୌପ୍ୟଜୟନ୍ତୀ ପାଳିତ ହେବାକୁ ଯାଉଛି । ଏଥିପାଇଁ ଶେଷ ହୋଇଯାଇଛି ସମସ୍ତ ପ୍ରକାରର ପ୍ରସ୍ତୁତି l ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଆଜି (ଶୁକ୍ରବାର) ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଶୀତଳ ଷଷ୍ଠୀ ମହୋତ୍ସବର ରୋପ୍ୟ ଜୟନ୍ତୀ ପଡ଼ୁଥିବାରୁ ଶୀତଳ ଷଷ୍ଠୀ ମହୋତ୍ସବ ଖୁବ୍ ଧୁମ୍ ଧାମରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି କମିଟି ସଦସ୍ୟ l

Shitla Shashti Yatra (ETV Bharat Odisha)

ବରଗଡ଼ ୱାର୍ଡ ନମ୍ୱର ୧୦ରେ ଅବସ୍ଥିତ ରାଣୀବନ୍ଧ, ବହୁତ ପୁରାତନ ଜଳାଶୟ ଅଟେ, ଯାହାକି ସମ୍ବଲପୁର ରାଜା ବଳରାମ ଦେବଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା । ରାଣୀବନ୍ଧ ସଂଲଗ୍ନରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ସ୍ୱର୍ଗତ ବିରଞ୍ଚି ପୁରୋହିତ ମନ ବଳାଇଥିଲେ ଓ ସେ ଏହି ଶିବ ମନ୍ଦିର ତିଆରି କଲେ, ଯାହାକି ୨୦୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ବରଗଡ଼ ସହରର ଏକ ପ୍ରସିଦ୍ଧ ଶିବ ମନ୍ଦିର ରୂପେ ଜନସାଧାରଣଙ୍କ ଦ୍ବାରା ଆଦୃତ ଲାଭ ହେଲା । ମନ୍ଦିର ପ୍ରତିଷ୍ଠା ହେବା ପରେ ୧୦ ନମ୍ୱର୍ ୱାର୍ଡର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଏକ ସଭାରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଶିବ ପାର୍ବତୀ ବିବାହ ଓ ଶିତଳଷଷ୍ଠୀ ମହୋତ୍ସବ ପାଳନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ.. ସମ୍ବଲପୁରରେ ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା, ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ନିର୍ବନ୍ଧ - Sitala Sasthi

ପ୍ରଥମ ବର୍ଷ ବରଗଡ଼ ସହରର ବିଶିଷ୍ଠ ଓକିଲ ସ୍ୱର୍ଗତ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଗତା ସତ୍ୟବତୀ ଦେବୀ କନ୍ୟା ପିତାମାତାର ଦାୟିତ୍ଵ ନେଇଥିଲେ ଓ ବିଶିଷ୍ଟ ଓକିଲ ତଥା ଗୌରୀଶଙ୍କର ମନ୍ଦିରର ପ୍ରତିଷ୍ଠାତା ସ୍ୱର୍ଗତ ବିରଞ୍ଚି ପୁରୋହିତ ବର ପିତାର ଦାୟିତ୍ଵ ନେଇ ଶିବ-ପାର୍ବତୀ ବିବାହର ମହତ କାର୍ଯ୍ୟ ସମାପନ କରିଥିଲେ । ତେବେ ଚଳିତ ବର୍ଷ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଶୀତଳ ଷଷ୍ଠୀ ମହୋତ୍ସବରେ ଉଭୟ କନ୍ୟା ପିତାମାତା ଓ ବର ପିତାମାତା ପକ୍ଷ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ବିବାହର ବିଭିନ୍ନ ସାମଗ୍ରୀ ବଜାରରୁ କ୍ରୟ କରିସାରିଛନ୍ତି l

ତେବେ ପ୍ରବଳ ରୌଦ୍ର ତାପରେ ଧରଣୀ ଉତ୍ତପ୍ତ ରହିଥିବା ବେଳେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପରେ ଦେବଗଣ ପ୍ରସନ୍ନ ହୋଇଥାନ୍ତି ଏବଂ ଇନ୍ଦ୍ରଦେବ ଧରାଣୀକୁ ଶୀତଳ କରିବାକୁ ବର୍ଷା କରାଇଥାନ୍ତି ବୋଲି ବିଶ୍ବାସ ରହିଆସିଛି l ଏଣୁ ପ୍ରତ୍ୟେକ ବର୍ଷ ଶୀତଳଷଷ୍ଠୀ ଯାତ୍ରା ପରେ ବର୍ଷା ହୋଇଥାଏ ଏବଂ ଧରଣୀ ଇତ୍ତାପରୁ ଶୀତଳ ହୋଇଥାଏ ବୋଲି କୁହାଯାଏ l ଏହାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ , ପୌର ପରିଷଦ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନି ବିଭାଗ ଓ ସମସ୍ତ ଜନସାଧାରଣଙ୍କ ସହଯୋଗ ସଭାପତି ନିଧୁ ବନ ବିହାରୀ ପ୍ରସାଦ ପଣ୍ଡା କାମନା କରିଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.