ETV Bharat / state

ଖୋର୍ଦ୍ଧାରେ ଛେଳି ଚାଷୀଙ୍କୁ ମିଳୁନି ସବସିଡି ଅର୍ଥ

Lone subsidy for SHG: ଛେଳି ଚାଷୀଙ୍କୁ ମିଳୁନି ସବସିଡି ଅର୍ଥ । ଯେଉଁଥିପାଇଁ ଚିନ୍ତାରେ ମହିଳା ଗୋଷ୍ଠୀ । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଛେଳି ଚାଷୀମାନଙ୍କୁ ଋଣରେ ସବସିଡି ଦେବା ନେଇ ଘୋଷଣା କରିଥିଲେ ମଧ୍ୟ ଏବେ ସେହି ସବସିଡି ଅର୍ଥ ମିଳୁନଥିବା ଅଭିଯୋଗ କରିଛନ୍ତି ମହିଳା ଛେଳି ଚାଷୀ । ଅଧିକ ପଢନ୍ତୁ

Lone subsidy for SHG
ଛେଳି ଚାଷୀଙ୍କୁ ମିଳୁନି ସବସିଡ ଅର୍ଥ
author img

By ETV Bharat Odisha Team

Published : Feb 13, 2024, 11:14 AM IST

Updated : Feb 13, 2024, 1:28 PM IST

ଖୋର୍ଦ୍ଧାରେ ଛେଳି ଚାଷୀଙ୍କୁ ମିଳୁନି ସବସିଡି ଅର୍ଥ

ଖୋର୍ଦ୍ଧା: ଛେଳି ଚାଷ ପାଇଁ ଋଣ ଆଣି ମିଳୁନି ସବସିଡି ଅର୍ଥ । ଆଉ ଯେଉଁଥିପାଇଁ ଚିନ୍ତାରେ ପଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି । ସେହିଭଳି ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଛେଳି ଚାଷୀମାନଙ୍କୁ ଋଣରେ ସବସିଡି ଦେବା ନେଇ ଘୋଷଣା କରିଥିଲେ ମଧ୍ୟ ଏବେ ସେହି ସବସିଡି ଅର୍ଥ ମିଳୁନଥିବା ଅଭିଯୋଗ କରିଛନ୍ତି ମହିଳା ଛେଳି ଚାଷୀ । କିପରି ଋଣ ସୁଝିବେ ତାକୁ ନେଇ ସେମାନେ ଚିନ୍ତାରେ ପଡି ଯାଇଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗରସିଂହ ଗ୍ରାମ ପଞ୍ଚାୟତ ଗୋଡିପୋଖରୀ ଗ୍ରାମ ଆଦିବାସୀ ସାହିର ଜୀବନ ଜ୍ୟୋତି ସ୍ଵୟଂ ସହାୟକ ସଂଘର 10 ଜଣ ଆଦିବାସୀ ମହିଳା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗରୁ 2022-23 ଆର୍ଥିକ ବର୍ଷରେ 2 ଲକ୍ଷ 30 ହଜାର ଟଙ୍କା ଋଣ ଆଣି ଛେଳି ଚାଷ ଆରମ୍ଭ କରିଥିଲେ । ଏଥିରେ ଛେଳି କିଣିବା ସହ ଗୁହାଳ ଘର କରିବା ପରେ 50 ପ୍ରତିଶତ ସରକାରୀ ସବସିଡି ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ସରକାରୀ ସବସିଡି ପାଇବା ପାଇଁ ଛଅ ମାସରୁ ଊର୍ଦ୍ଧ୍ୱ ସମୟ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି ମହିଳାମାନେ ।

ଏହାମଧ୍ୟ ପଢନ୍ତୁ... ଧାନ ଅମଳ କମିବାରୁ ଘାରିଲା ଋଣ ଚିନ୍ତା, ଜୀବନ ହାରିଲେ ଚାଷୀ

ଋଣ ଆଣିଥିବା ମହିଳା ଗୋଷ୍ଠୀର ସମ୍ପାଦିକା ହାଡ଼ିଆଣି ଦେହୁରୀ ଓ ଅନ୍ୟ ସଦସ୍ୟମାନଙ୍କ କହିବା ଅନୁଯାୟୀ, ଆମେ ଋଣ ଆଣି ଗୁହାଳ ଘର କରିବା ସହ ଛେଳି କିଣିଲୁ କିନ୍ତୁ ଆମକୁ ଟଙ୍କା ମିଳୁନି ଆମେ ଏବେ କିପରି ଋଣ ସୁଝିବୁ ବୋଲି କହିଛନ୍ତି । ସେପଟେ ଏହି ଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବଦତ୍ତ ମାଝୀ କହିଛନ୍ତି ଯେ, ଗୋଡିପୋଖରୀ ଆଦିବାସୀ ସାହି ଛେଳି ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସବସିଡ ଅର୍ଥ ମିଳିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ମିଳିନାହିଁ । ଏ ସମ୍ପର୍କିତ କାଗଜପତ୍ର ବେଗୁନିଆ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ରହିଛି ଏବଂ ସେମାନେ ଏବେ ଆନ୍ଦୋଳନରେ ଥିବାରୁ ସମସ୍ୟା ଉପୁଜିଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବା ସହ ସେମାନଙ୍କୁ ସବସିଡି ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଦେବଦତ୍ତ ମାଝୀ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Feb 13, 2024, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.