ETV Bharat / state

ହର ଘର ତ୍ରିରଙ୍ଗା: ୬୦ ହଜାରରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରାପଡାର ମହିଳା - Independence Day in Kendrapada

author img

By ETV Bharat Odisha Team

Published : Aug 11, 2024, 7:24 PM IST

Har Ghar Triranga programme in Kendrapada: ପ୍ରସ୍ତୁତ ହେଉଛି 60 ହଜାରରୁ ଅଧିକ ତ୍ରିରଙ୍ଗା । ଦିନରାତିରେ କାମରେ ଲାଗିଛନ୍ତି କେନ୍ଦ୍ରାପଡାର ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀର ସଦସ୍ୟାମାନେ । ଗୋଟିଏ ଛାତ ତଳେ ଏକାଠୀ କାମରେ ଲାଗିଛନ୍ତି ହିନ୍ଦୁ ଓ ସଂଖ୍ୟାଲଘୁ ମହିଳାମାନେ । ଅଧିକ ପଢନ୍ତୁ

‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରୁଛନ୍ତି ୬୦ ହଜାରରୁ ଅଧିକ ତ୍ରିରଙ୍ଗା
‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରୁଛନ୍ତି ୬୦ ହଜାରରୁ ଅଧିକ ତ୍ରିରଙ୍ଗା (ETV Bharat Odisha)

କେନ୍ଦ୍ରାପଡା: ଆଉ ଦିନ କେଇଟା ପରେ ଦେଶ ପାଳିବ 78ତମ ସ୍ବାଧୀନତା ଦିବସ । ଏନେଇ ପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ "ହର ଘର ତ୍ରିରଙ୍ଗା" ଆହ୍ୱାନରେ ପ୍ରତି ଘରେ ତ୍ରିରଙ୍ଗା ଉ଼ଡାଇବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଜିଲ୍ଲା ଅଧିନସ୍ଥ ୯ଟି ବ୍ଲକ ମିଶନ ଶକ୍ତି ସମେତ ଜିଲ୍ଲାସ୍ତରୀୟ ବଳଦେବଜୀଉ ମିଶନ ଶକ୍ତି ମହାସଂଘ ପାଖରୁ ୩ ଲକ୍ଷ ପତାକା ସଂଗ୍ରହ କରିବ । ଏଥିପାଇଁ ଡେରାବିଶ ବ୍ଲକର ‘ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ’ର ସଦସ୍ୟାମାନେ କାମରେ ଲାଗିଛନ୍ତି । ହାତରେ ଆଉ କମ ସମୟ । ପ୍ରସ୍ତୁତ କରିବାକୁ ହେବ ପ୍ରାୟ 60 ହଜାରରୁ ଅଧିକ ତ୍ରିରଙ୍ଗା । ଗୋଟିଏ ଛାତ ତଳେ କାମରେ ଲାଗିଛନ୍ତି ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ।

କାମରେ ଲାଗିଛନ୍ତି ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀର ସଦସ୍ୟାମାନେ

ଖୁବ କମ ସମୟରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଆବଶ୍ୟକୀୟ ପତାକା ପ୍ରସ୍ତୁତ କରିବାରେ ଯଦିଓ ବିଭିନ୍ନ କମ୍ପାନୀମାନେ ପ୍ରସ୍ତୁତ ଅଛନ୍ତି ତେବେ ‘ମିଶନ ଶକ୍ତି’ ଯୋଜନା ଅଧୀନରେ "ତ୍ରିରଙ୍ଗା" ତିଆରିରେ ବିଭିନ୍ନ ବ୍ଲକ ଫେଡରେସନ ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରାଯାଇଛି । କେନ୍ଦ୍ରାପଡ଼ା ଡେରାବିଶ୍ ଗୋଲରାହାଟ ପଞ୍ଚାୟତର "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ"ରେ ଅନ୍ୟୁନ ୬୦ରୁ ଊର୍ଦ୍ଧ୍ବ ସଂଖ୍ୟାଲଘୁ ଓ ହିନ୍ଦୁ ଯୁବତୀ ଏବଂ ମହିଳାମାନେ ତ୍ରିରଙ୍ଗା ତିଆରିରେ ଲାଗି ପଡିଛନ୍ତି । ନିର୍ଦ୍ଧାରିତ ସମୟରେ କାମ ସାରିବା ପରେ ପ୍ରତ୍ୟେକ ଦିନ ସକାଳ ୭ରୁ ରାତି ୧୦ ପର୍ଯ୍ୟନ୍ତ କାମ କରୁଛନ୍ତି ମହିଳାମାନେ ।

50 ହଜାରରୁ ଅଧିକ ତ୍ରିରଙ୍ଗା ପ୍ରସ୍ତୁତି ପାଇଁ ମିଳିଛି ଅର୍ଡର:-

ଜିଲ୍ଲା ‘ଓରମାସ’ ଓ ଓଡିଶା ଜୀବିକା ମିଶନ ସହ "ମିଶନ ଶକ୍ତି" ବିଭାଗ ପକ୍ଷରୁ ଏହି ଉତ୍ପାଦ ଗୋଷ୍ଠୀକୁ ୫୦ ହଜାରରୁ ଅଧିକ ପତାକା ତିଆରି ପାଇଁ କୁହାଯାଇଥିବା କୁହନ୍ତି ସମ୍ପାଦିକା । ୬୦ହଜାର ଜାତୀୟ ପତାକା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଗତ ୮ ଦିନ ତଳେ ଆସି ପହଞ୍ଚିବା ପରେ ଏହାକୁ କାଟିବା, ସିଲେଇ କରିବା ସହ ଏହାକୁ ଥାକ ମାରି ରଖିବାରେ ବ୍ୟସ୍ତ ରହୁଛନ୍ତି ଏହି ଉତ୍ପାଦ ଗୋଷ୍ଠୀର ସଦସ୍ୟା । ଜାତୀୟ ପତାକା ରାଷ୍ଟ୍ରର ମର୍ଯ୍ୟାଦା ହୋଇଥିବାରୁ ତିଆରି ସମୟରେ ଯେପରି ଏଥିରେ ଗୋଡ଼ ନବାଜେ ଏବଂ ଏହାକୁ ତଳେ ପକାଇ ଦିଆନଯାଏ ସେଥିପ୍ରତି ଦୃଷ୍ଟି ରଖିଛନ୍ତି ଏହି ସଦସ୍ୟାମାନେ । ୩୦ ଇଞ୍ଚ ଲମ୍ବ ଓ ୨୦ ଇଞ୍ଚର ପ୍ରସ୍ଥରର ଏକ ପତାକାର ବିକ୍ରି ମୂଲ୍ୟ ୨୫ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ପାଖାପାଖି ୨୩-୨୪ ଟଙ୍କା ପର୍ଯ୍ୟନ୍ତ ହେଉଛି ।

ଏହା ମଧ୍ୟ ପଢନ୍ତୁ :- ଦୂର ହେବ ଆଳୁ ସଙ୍କଟ; ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ, ଶାସକ-ବିରୋଧୀ ମୁହାଁମୁହିଁ - Mohan request Mamata patato crisis

ଖୁବ କମ ପାରିଶ୍ରମିକରେ ସଦସ୍ୟାମାନେ ଅର୍ଥର ଅଵଶ୍ୟକତାକୁ ନଦେଖି ଏହି ମହତ କାମରେ ନିୟୋଜିତ ଥିବାରୁ ଖୁସି ହେବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରାଷ୍ଟ୍ର କାର୍ଯ୍ୟରେ ଗୋଟିଏ ଛାତ ତଳେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ମହିଳା ବସି କାମ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ସତେ ଯେମିତି ପାରିବାରିକ ସମ୍ପର୍କ ଗଢି ଉଠିଛି କହିଲେ ଭୁଲ ହେବ ନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.