ETV Bharat / state

ନାଳ ସାଜିଛି କାଳ; ନିତିଦିନିଆ ରାସ୍ତା ଖୋଜୁଛନ୍ତି 4 ଖଣ୍ଡ ଗାଁର ଲୋକେ - Road Problem in Deogarh

author img

By ETV Bharat Odisha Team

Published : Jul 3, 2024, 7:56 PM IST

Villagers demanding bridge in Deogarh: ନାଳ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବାକୁ 12 ବର୍ଷ ହେଲା ଦାବି କରୁଛନ୍ତି 4 ଖଣ୍ଡ ଗ୍ରାମବାସୀ । ଦେଖନ୍ତୁ ପ୍ରଶାସନିକ ଉଦାସୀନତାର ନଗ୍ନଚିତ୍ର,

Villagers demanding bridge in Deogarh
Villagers demanding bridge in Deogarh (ETV Bharat Odisha)

ଦେବଗଡ଼: ନାଳ ଓ ଦୁର୍ଗମ ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ଗାଁକୁ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ନାଳ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବାକୁ ଗ୍ରାମବାସୀ ଦୀର୍ଘ 12 ବର୍ଷ ହେଲା ପ୍ରଶାସନ ନିକଟରେ ହାରିଗୁହାରି କରି ଆସୁଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ପ୍ରାଶାସନିକ ଉଦାସୀନତାର ଏଭଳି ନଗ୍ନଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର କାଳିଆକଟା ଗ୍ରାମରେ ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତର କାଳିଆକଟା ଗ୍ରାମ । ଏହି ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ 40ରୁ ଊର୍ଦ୍ଧ୍ବ ପରିବାର । ଏହି ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ଗାଁକୁ ଯାତାୟତରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଗାଁ ନିକଟରେ ପ୍ରବାହିତ ହେଉଥିବା ବାଲିଆପିଟା ନାଳ । ଗାଁ ଠାରୁ ଦେବଗଡ଼ ସହରକୁ ଦୂରତା ମାତ୍ର ତିନି କିଲୋମିଟର ପଡ଼ୁଥିବାରୁ ଦୁର୍ଗମ ଜଙ୍ଗଲ ରାସ୍ତା ଓ ବାଲିଆପିଟା ନାଳ ପାରିହୋଇ ପ୍ରତିଦିନ ଲୋକେ ବିଭିନ୍ନ କାର୍ଯ୍ୟରେ ସହରକୁ ଯାତାୟତ କରିଥାନ୍ତି । ମାତ୍ର ବର୍ଷାଋତୁରେ ଏହି ନାଳରେ ପ୍ରବଳ ବନ୍ୟାଜଳ ଆସିବା ଫଳରେ ନାଳ ପାରିହୋଇ ଯାତାୟତ କରିବା ଗ୍ରାମବାସୀଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ସେଥିପାଇଁ ସହରକୁ ଯାତାୟତ କରିବା ପାଇଁ ଗ୍ରାମବାସୀଙ୍କୁ ଦୀର୍ଘ 12 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଫଳରେ ଗ୍ରାମବାସୀ ବର୍ଷାଋତୁରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିତିଦିନିଆ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନାହିଁ କିମ୍ବା ବର୍ଷାଋତୁରେ ଗାଁର ଛାତ୍ରଛାତ୍ରୀ ଦେବଗଡ଼ରେ ଥିବା ସ୍କୁଲ କଲେଜକୁ ପହଞ୍ଚି ପାରନ୍ତି ନାହିଁ । ଏହା କେବଳ କାଳିଆକଟା ଗାଁର ସମସ୍ୟା ନୁହେଁ, କଲଣ୍ଡା ପଞ୍ଚାୟତରେ ଥିବା କାଳିଆକଟା ସମେତ ଚଡକମରା, ଆମ୍ବୁଲପାଣି, ପଥୁରିସାହି ଆଦି ଚାରିଖଣ୍ଡ ଗ୍ରାମର ପାଖାପାଖି 200ରୁ ଊର୍ଦ୍ଧ୍ବ ପରିବାର ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ।

ଦେବଗଡ଼ ସହରକୁ ସଂଯୋଗ କରୁଥିବା ବାଲିଆପିଟା ନାଳ ଉପରେ ଖଣ୍ଡିଏ ପୋଲ ଓ ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ଏହି ଚାରିଖଣ୍ଡ ଗ୍ରାମର ଲୋକେ ଦୀର୍ଘ 12 ବର୍ଷ ହେଲା ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ପାଖରେ ହାରିଗୁହାରି କରି ଆସୁଛନ୍ତି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ଜଳକଷ୍ଟ ଭୋଗୁଛନ୍ତି ୧୦୦ରୁ ଉର୍ଦ୍ଧ୍ୱ ପରିବାର - Drinking Water Problem

ଗ୍ରାମ୍ୟ ରାସ୍ତାକୁ ସହରର ମୁଖ୍ୟ ରାସ୍ତା ସହିତ ସଂଯୋଗ କରି ଯାତାୟତ ବ୍ୟବସ୍ଥା ସୁଗମ କରିବା ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହୁଥିବା ଉକ୍ତ ଚାରିଖଣ୍ଡ ଗ୍ରାମର ଲୋକଙ୍କ ଦୂରାବସ୍ଥା ଦେଖିଲେ, ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଯେ କେତେ ସଚେତନ, ତାହା ଜଳଜଳ ହୋଇ ଦିଶୁଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.