ETV Bharat / state

ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଫେଲ ହେବାକୁ ଛାତ୍ରଙ୍କୁ ଦେଉଛନ୍ତି ଅଭିଶାପ - Headmaster Torturing Students

Student Complaint Against Teacher: ବିଦ୍ୟାଳୟରେ ଛାତ୍ରଙ୍କୁ ଫେଲ ହେବା ଅଭିଶାପ ଦେଉଛନ୍ତି ଶିକ୍ଷକ । ପଦ୍ମଗିରି ଏସ୍ଏସଡି ହାଇସ୍କୁଲର ପ୍ରଧାନଶିକ୍ଷକ ବିରୋଧରେ ଏପରି ଅଭିଯୋଗ ଆଣିଲେ ଛାତ୍ର । ଅଧିକ ପଢନ୍ତୁ

Student Complaint Against Teacher
Student Complaint Against Teacher
author img

By ETV Bharat Odisha Team

Published : Mar 15, 2024, 11:36 AM IST

ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ମାଲକାନଗିରି: ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ସ୍କୁଲ ସହ ସ୍ମାର୍ଟ କ୍ଲାସ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ସ୍କୁଲରେ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଛୋଟ ଛୋଟ ଭୁଲ କଲେ ଭଗବାନଙ୍କ ନା ନେଇ ଛାତ୍ରଙ୍କୁ ଫେଲ ହେବା ଅଭିଶାପ ଦେଉଛନ୍ତି ଶିକ୍ଷକ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଏସ୍ଏସଡି ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ । ଖାଲି ଏତିକି ନୁହଁ ପିଲାଙ୍କୁ ହଷ୍ଟେଲରୁ ବାହାରି ଯିବାକୁ କହିବା ସହ ଟିସି ଦେଇ ସ୍କୁଲରୁ ବାହାର କରିଦେବାର ଧମକ ମଧ୍ୟ ଦେଉଛନ୍ତି । ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଶିକ୍ଷକ ଏପରି କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ର ମାନେ ।

ଏହା ମଧ୍ୟ ପଢନ୍ତୁ-ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ, ନବୀନ ନିବାସ ଘେରିଲା ଦଳ

ପ୍ରଧାନ ଶିକ୍ଷକ ଓ ସ୍କୁଲର ଅନ୍ୟ ଜଣେ ଶିକ୍ଷକ ବିଜୟ କୁମାର ଜେନାଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଗୁରୁବାର ୫୦ରୁ ଊର୍ଦ୍ଧ୍ବ ଛାତ୍ର ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବେ ବୋଲି ବାହାରିଥିଲେ । ସ୍କୁଲରୁ ଲକ୍ଷ୍ମୀ ବସରେ ବସି ସମସ୍ତ ଛାତ୍ର ୧୮ କିଲୋମିଟର ଯାତ୍ରା କରି ମାଲକାନଗିରି ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ । ଏହି ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାର୍ଯ୍ୟ ଜାଣିବା ପରେ ଅଧା ରାସ୍ତାରୁ ଛାତ୍ର ମାନଙ୍କୁ ବୁଝାସୁଝା କରି ବିଦ୍ୟାଳୟକୁ ପଠାଇଥିଲେ । ବିଦ୍ୟାଳୟରେ ପହଞ୍ଚି ଘଟଣାର ସତ୍ୟତା ତଦନ୍ତ କରିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଏ ବାବଦରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଏହାର ଉଚିତ ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ।

ଜଣେ ଛାତ୍ର ଅଭିଯୋଗ କରିଛନ୍ତି, ''ଛୋଟ ଛୋଟ ଭୁଲ କଲେ ପ୍ରଧାନଶିକ୍ଷକ ପ୍ରାୟ ସବୁ ସମୟରେ ବିଭିନ୍ନ ଦେବାଦେବୀଙ୍କ ନାଁ ନେଇ ରାଣ ଦେଇ ପରୀକ୍ଷାରେ ଫେଲ ହେବାକୁ ଅଭିଶାପ ଦେଉଛନ୍ତି । ଏପରି ସ୍କୁଲ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଉଛନ୍ତି । ନଚେତ ଟିସି ଦେଇ ବାହାର କରିଦେବି କହି ଧମକାଉଛନ୍ତି ।'' ଗୋଟିଏ ଛାତ୍ରର ଭବିଷ୍ୟତ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । କିନ୍ତୁ ପଦ୍ମଗିରି ଏସ୍ଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଏପରି ବ୍ୟବହାର ପରେ ଛାତ୍ରଙ୍କ ଭବିଷ୍ୟତ କଣ ହେବ ସେନେଇ ଚିନ୍ତାରେ ସେମାନଙ୍କ ଅଭିଭାବକ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.