ETV Bharat / state

ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ, ଗୋଟିଏ ପରିବାରର ଛଅ ଗୁରୁତର

author img

By ETV Bharat Odisha Team

Published : Feb 10, 2024, 10:29 PM IST

Gas Tragedy: ଟିଭି ଦେଖୁଥିବା ସମୟରେ ନିଆଁରେ ପୋଡ଼ି ହୋଇ ଛଅ ଗୁରୁତର । ସେମାନଙ୍କ ମଧ୍ୟରେ ପାଞ୍ଚ ମହିଳା ଏବଂ ଜଣେ ପୁରୁଷ ରହିଥିବା ସୂଚନା । ସମସ୍ତେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ , ଗୋଟିଏ ପରିବାରର ଛଅ ଗୁରୁତର

ବଲାଙ୍ଗୀର: ରୋଷେଇ କରିବା ହେଲା କାଳ । ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଛଅ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବେଳପଡ଼ା ବ୍ଲକ କାନୂଟ ଗ୍ରାମରେ । ତେବେ ଗୁରୁତରଙ୍କୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି ।

ସୂଚନାଯୋଗ୍ୟ କାନୂଟ ଗ୍ରାମର ଅଦବାରିଆ ପରିବାର ଘରେ ଜାଳେଣି ଗ୍ୟାସରେ ନିଆଁ ଲାଗି ଘରର ପାଞ୍ଚ ଜଣ ମହିଳା ସମେତ ଜଣେ ପୁରୁଷ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଆହତଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଆଜି ସବୁ ଦିନ ପରି ତାଙ୍କ ପରିବାରର ସମସ୍ତେ ଘରେ ଟିଭି ଦେଖୁଥିଲେ । ଟିଭି କୋଠରୀ ସମାନରେ ଥିବା ତାଙ୍କ ରୋଷେଇ ଘରେ ଥିବା ଜାଳେଣି ଗ୍ୟାସରେ ହଠାତ୍ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ସବୁ ଆଡ଼େ ବ୍ୟାପି ଯାଇଥିଲା ।

ତେବେ କେହି କିଛି ବୁଝିବା ପୂର୍ବରୁ ଟିଭି ଦେଖୁଥିବା ପାଞ୍ଚ ଜଣ ମହିଳା ଗୁରୁତର ଭାବରେ ପୋଡ଼ି ଯାଇଥିଲେ । ସେହିପରି ନିଆଁ ଲିଭାଇବାକୁ ଯାଇ ଘରର ଜଣେ ଯୁବକ ମଧ୍ୟ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ସେପଟେ ଏହି ଘଟଣା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇଥିଲ । ପ୍ରଥମେ ସମସ୍ତଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀରର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଅବସରପ୍ରାପ୍ତ ଯବାନ

ଏହା ମଧ୍ୟ ପଢନ୍ତୁ ....ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ

ତେବେ ଆହତ ମଧ୍ୟରେ ଭାଗ୍ୟବତୀ ଅଦାବରିଆ, ଭାନୁମତି ଅଦାବରିଆ, ଭୈରବୀ ଅଦାବରିଆ, ମାଲତି ମହାକୁଡ଼, ପ୍ରୀତି ଅଦାବରିଆ, ସଂଜୁ ଅଦାବରିଆ ଓ ଜଣେ ଯୁବକ ପୋଡି ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ସମ୍ପର୍କୀୟ ଟିକେଶ୍ୱର ଜାଲ ଓ ନିରଞ୍ଜନ ଅଦାବରିଆ କହିଛନ୍ତି ଯେ ସେମାନେ ସବୁ ଦିନ ପରି କାମରେ ଯାଇଥିଲେ । ଏହି ଖବର ହଠାତ ପାଇବା ପରେ ସେମାନେ ଘରକୁ ଆସିଥିଲେ । ତେବେ ତାଙ୍କ ଅନୁପସ୍ଥିତିରେ ସବୁ ଦିନ ଭଳି ଘର ଲୋକ ଟିଭି ଦେଖୁଥିବାବେଳେ ହଠାତ ଗ୍ୟାସରୁ ନିଆଁ ଲାଗିଥିଲା । ଯାହା ଫଳରେ ସମସ୍ତେ ପୋଡ଼ି ଯାଇଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.