ETV Bharat / state

ମାଣିକ ପାଟଣାରେ ଅଜଣା ରୋଗ ଆତଙ୍କ; ଜ୍ଵର ହେବା ପରେ କଳା ପଡିଯାଉଛି ନାକ, ଭୟରେ ଗାଁ ଛାଡୁଛନ୍ତି ଲୋକେ - Unknown disease fear - UNKNOWN DISEASE FEAR

Unknown disease fear: କେନ୍ଦ୍ରାପଡା ମାଣିକପାଟଣା ପଞ୍ଚାୟତରେ ଅଜଣା ରୋଗ ଆତଙ୍କ । ଜ୍ଵର ହେବା ସହିତ ଆଣ୍ଠୁଗଣ୍ଠି ଦରଜ,ଗୋଡ଼ ହାତ ଫୁଲି ଯାଇ ନାକ କଳା ପଡାଯାଉଛି । ଅଧିକ ପଢନ୍ତୁ

UNKNOWN DISEASE FEAR
UNKNOWN DISEASE FEAR (Etv Bharat)
author img

By ETV Bharat Odisha Team

Published : Aug 25, 2024, 3:33 PM IST

କେନ୍ଦ୍ରାପଡା: ଆଳି ବ୍ଲକ ମାଣିକପାଟଣା ପଞ୍ଚାୟତରେ ବ୍ୟାପିଛି ଅଜଣା ରୋଗ । ଯାହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁ ଛାଡି ଅନ୍ୟତ୍ର ଲୋକେ ପଳାଉଥିବା ଦେଖିବାକୁ ମିଳିଛି । 13ର ନମ୍ବର ୱାର୍ଡର ପ୍ରାୟ ଶହେ ପରିବାର ବସବାସ କରୁଥିବା ବେଳେ 90 ପରିବାର ଏବେ ଅଜଣା ରୋଗରେ ଆକ୍ରାନ୍ତ । ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ମାନଙ୍କୁ ପ୍ରଥମେ ଜ୍ଵର ହେବା ସହିତ ଆଣ୍ଠୁଗଣ୍ଠି ଦରଜ,ଗୋଡ଼ ହାତ ଫୁଲି ଯିବା ସହ ନାକ କଳା ପଡାଯାଉଛି । ବୟସ୍କ ବ୍ୟକ୍ତି ଓ ଯୁବକ ମାନେ ଏଥିରେ ଆକ୍ରାନ୍ତ ହେବା ପରେ ଚାଲିବା ମଧ୍ୟ ମୁସକିଲ ହୋଇପଡିଛି ।

UNKNOWN DISEASE FEAR (Etv Bharat)

ଅଜଣା ରୋଗର ଲକ୍ଷଣ:

ଏନେଇ ଖବର ପାଇ ଆଳି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାଣିକପାଟଣା ଗାଁରେ ସ୍ୱାସ୍ଥ୍ୟ କ୍ୟାମ୍ପ କରାଯାଇ ରକ୍ତ ନମୁନା ସଂଗ୍ରହ କରାଯାଉଛି । କିଛି ଆକ୍ରାନ୍ତ ଭୁବନେଶ୍ୱର କଟକ ଯାଇ ଚିକିତ୍ସିତ ହେଉଛନ୍ତି । ଅଜଣା ରୋଗ ଭୟରେ ଅନ୍ୟ ୱାର୍ଡ ଲୋକମାନେ ମଧ୍ୟ ଏହି ୱାର୍ଡକୁ ଆସୁନଥିବା ଦେଖିବାକୁ ମିଳିଛି । ରୋଗରେ ଆକ୍ରାନ୍ତ ସନ୍ତୋଷ ସ୍ବାଇଁଙ୍କ ଅନୁଯାୟୀ,"ଆଜକୁ 18 ଦିନ ହେବ ଜ୍ୱର ହୋଇଛି, 5ଥର ଇଂଜେକସନ ନେଇ ସାରିଲିଣି । ଇଂଜେକସନ ନେବାର ଦୁଇଦିନ ପର୍ଯ୍ୟନ୍ତ ଶରୀର ଠିକ ରହୁଛି କିନ୍ତୁ ତାପରେ ପୁଣି ଜ୍ବର ଫେରୁଛି । ପ୍ରଥମେ ଜ୍ୱର ହେଉଛି, ଏହାପରେ ଦେହ ହାତ କୁଣ୍ଡାଇ ହେଉଛି । ନିକଟସ୍ଥ ମେଡ଼ିସିନ ଦୋକାନ ଏବଂ ମେଡିକାଲରୁ ଔଷଧ ଖାଇଲେ ଦୁଇଦିନ ପର୍ଯ୍ୟନ୍ତ ଦେହ ଠିକ ରହୁଛି କିନ୍ତୁ ସମ୍ପୂର୍ଣ୍ଣ ଭଲ ହେଉନାହିଁ । ନାକ ଉପରେ କଳା ଚିହ୍ନ ହୋଇଯାଉଛି । ଅଏଣ୍ଟମେଣ୍ଟ ଲଗାଇଲେ ମଧ୍ୟ ଭଲ ହେଉନାହିଁ।ଚାଲିବା ବେଳେ ଆଣ୍ଠୁ ଗଣ୍ଠି ବହୁତ ଯନ୍ତ୍ରଣା ହେଉଛି ଏବଂ ପାଦ ତଳେ ରଖି ହେଉନାହିଁ । ବାଡ଼ି ସାହାଯ୍ୟରେ ବାଟ ଚାଲିବାକୁ ପଡୁଛି ଓ ଗାଁର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକେ ଏଭଳି ଅଜଣା ରୋଗରେ ପୀଡିତ ହୋଇଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

ଅଜଣା ରୋଗରେ ଆକ୍ରାନ୍ତ ପରେ ବାଡି ଧରି ଚାଲୁଛନ୍ତି ଲୋକେ:

ଗାଁ ଛାଡି ଅନ୍ୟତ୍ର ରହୁଥିବା ଶଙ୍କର୍ଷଣ ସ୍ୱାଇଁ କହିଛନ୍ତି, "ଗାଁରେ ଯେଉଁଭଳି ଅଜଣା ରୋଗ ବ୍ୟାପିଛି ଗାଁ ଲୋକେ ମହାମାରୀ ବ୍ୟାପିଥିବା ଆଶଙ୍କା କରୁଛନ୍ତି । ଏହି ରୋଗ ଘରକୁ ଘର ଡେଇଁବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଜ୍ୱର ହେଉଛି ପରେ ପରେ ପାରସିଟାମଲ ଖାଇବା ପରେ ଜ୍ୱର କମିବା ବେଳକୁ ଆଣ୍ଠୁଗଣ୍ଠି ବିନ୍ଧିବା ସହ ଆଣ୍ଠୁ ପାଖରୁ ଅଣ୍ଟା ପର୍ଯ୍ୟନ୍ତ ଅଚଳ ହୋଇଯାଉଛି । ଲୋକମାନେ ବାଡ଼ି ଧରି ଚାଲୁଛନ୍ତି। ଲୋକମାନେ ଏହି ଅଜଣା ରୋଗରେ ପୀଡିତ ହୋଇ କଟକ, ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ରକ୍ତ ପରୀକ୍ଷାରୁ କୌଣସି ରୋଗ ସମ୍ପର୍କରେ ଜଣା ପଡୁନଥିବାରୁ ଏବେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଥିପାଇଁ ଲୋକେ ଗାଁ ଛାଡିଲେଣି । ଏହି ଗାଁରେ ଅର୍ଦ୍ଧାଧିକ ଗରିବ ଶ୍ରେଣୀର ହୋଇଥିବା କାରଣରୁ ସରକାର ଦୃଷ୍ଟି ଦେବା ଜରୁରୀ ।

ଏନେଇ ଆଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ରୋଗୀମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏନେଇ ଡାକ୍ତର ବିଶ୍ୱଜୟ ଶର୍ମା କହିଛନ୍ତି,"ଆଳି ମେଡିକାଲରୁ ଡାକ୍ତରୀ ଟିମ ଆସିଥିଲା, ଗତକାଲି ୩୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ଓ କ୍ୟାମ୍ପରେ ୧୦୦ ଜଣ ରୋଗୀ ଆସିଥିଲେ।ସଂଗୃହୀତ ରକ୍ତର ରିପୋର୍ଟ ଆସିଲେ ଯାହା ପଦକ୍ଷେପ ନିଆଯିବ । ''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.