ETV Bharat / state

କେଜେଏସ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଗୁରୁତର - Explosion at KJS Steel Plant - EXPLOSION AT KJS STEEL PLANT

Explosion at KJS Ahluwalia Steel Plant: କେଜେଏସ୍ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ । 10 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

KJS Ahluwalia Steel Plant
KJS Ahluwalia Steel Plant (ETV BHARAT ODISHA)
author img

By ETV Bharat Odisha Team

Published : May 3, 2024, 11:47 AM IST

Updated : May 3, 2024, 2:45 PM IST

କେଜେଏସ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଗୁରୁତର (ETV BHARAT ODISHA)

କେନ୍ଦୁଝର: କେନ୍ଦୁଝର ପ୍ଲାଣ୍ଟରେ ବିସ୍ଫୋରଣ । ବରପଦାଠାରେ ଥିବା କେଜେଏସ୍ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ହେବାରୁ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ପରିଚୟ କିନ୍ତୁ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ କାହାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇନାହିଁ ।

ଏହା ମଧ୍ଯ ପଢନ୍ତୁ-ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ଆଖିବୁଜିଲେ ୪ ଶ୍ରମିକ - Stone Quarry accident

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କେଜେଏସ୍ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ କାମ ଚାଲିଥିଲା । ହଠାତ ପ୍ଲାଣ୍ଟରେ ବିସ୍ଫୋରଣ ବିସ୍ଫୋରଣ ହୋଇଥିଲା । ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ହୋଇଥିଲା । ଫଳରେ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକି ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ଆହତ ହୋଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ହାନି ଘଟୁଥିଲେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି । ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ, ଗତ ଜାନୁଆରୀ ମାସରେ ପୁଣି ବିସ୍ଫୋରଣ ଘଟିଥିଲା । ଏନେଇ କୌଣସି ପ୍ଲାଣ୍ଟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ-କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ; 5 କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ, 4 ମୃତ - Jabalpur Scrap Godown Blast

ମେଡିକାଲ ଷ୍ଟାଫ୍ କହିଛନ୍ତି, ''କେଜେଏସ୍ ଆହ୍ଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁଁ ଶ୍ରମିକ ଆହତ ହୋଇଛନ୍ତି । ତିନି ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ''ଡାକ୍ତର ପୁରୁଷୋତ୍ତମ ବେହେରା କହିଛନ୍ତି, ''ପ୍ଲାଣ୍ଟରେ ବିସ୍ଫୋରଣରୁ 4ଜଣ ପୋଡି ହୋଇଥିବା ଶ୍ରମିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାଜୁଆଲିଟିରେ ଚିକିତ୍ସା ପରେ ଅନ୍ୟ ଓ୍ବାର୍ଡକୁ ପଟାଇ ଦିଆଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ''

ଇଟିଭି ଭାରତ, କେନ୍ଦୁଝର

Last Updated : May 3, 2024, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.