ETV Bharat / state

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୧୦ ଆହତ - ସୁନ୍ଦରଗଡ ବସ୍ ଦୁର୍ଘଟଣା

Road Accident: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଖମଣ ନିକଟରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ । ୧୦ ଜଣ ଯାତ୍ରୀ ଗୁରୁତର ଆହତ । ଅଧିକ ପଢନ୍ତୁ

Road Accident
Road Accident
author img

By ETV Bharat Odisha Team

Published : Feb 21, 2024, 11:37 AM IST

Updated : Feb 21, 2024, 12:50 PM IST

ରାଉରକେଲା: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ସଡ଼କ ଦୁର୍ଘଟଣା । ବ୍ୟାପକ ସଚେତନତା ସତ୍ତ୍ୱେ ଦୁର୍ଘଟଣା କମିବାର ନାଁ ଧରୁନି । ଏବେ ପୁଣି ରାଉରକେଲାରେ ଆଉ ଏକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଆଜି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଖମଣ ନିକଟରେ ଗୋଟିଏ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସକୁ ମୁହାଁମୁହାଁ ଧକ୍କା ଦେଇଛି ଏକ ଟ୍ରକ । ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ବସଟି କେନ୍ଦ୍ରାପଡାରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ଓ ବଣାଇ ଡାକ୍ତରଖାନାକୁ ପଠାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ବାଟରେ ଜଗିଥିଲା ଯମ ! ଗଛରେ ପିଟି ହେଲା ବାଇକ, ବାପା ପୁଅ ମୃତ

ଏହା ମଧ୍ୟ ପଢନ୍ତୁ- ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ, 30ରୁ ଊର୍ଦ୍ଧ୍ବ ଆହତ

ସୂଚନା ମୁତାବକ, ଆଜି ଭୋର ୪ଟା ସମୟରେ 'ଅନୁପମା' ନାମକ ବସ କେନ୍ଦ୍ରାପଡା ଜିଲ୍ଲା ଆଳି ରାଜକନିକାରୁ କଟକ ଦେଇ ରାଉରକେଲାକୁ ଯାଉଥିଲା । ସେହି ସମୟରେ କସଡା ଅଞ୍ଚଳରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟିକାୟତପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି ।

ତେବେ ଏହି ୧୪୩ ନମ୍ୱର୍ ଜାତୀୟ ରାଜପଥର ରାସ୍ତାକାମ ଏକ ଠିକା ସଂସ୍ଥା କରୁଥିବା ଯୋଗୁଁ ଗୋଟିଏ ପଟେ ଗାଡି ଯିବାଆସିବା କରୁଛି । ଫଳରେ କିଛି ଟ୍ରକ ଚାଳକଙ୍କ ଅସାବଧାନତା ଏବଂ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Feb 21, 2024, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.