ETV Bharat / state

ହିଞ୍ଜିଳି ଦୁର୍ଘଟଣା: ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ କହିଲେ ପରିବହନ ମନ୍ତ୍ରୀ - ROAD ACCIDENT IN GANJAM

author img

By ETV Bharat Odisha Team

Published : Aug 22, 2024, 7:57 AM IST

Updated : Aug 22, 2024, 4:35 PM IST

Several dies in accident: ବସ-ଟ୍ରକ ମୁହାଁମୁହିଁ ଧକ୍କାରେ 4 ମୃତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟରେ ଘଟିଛି ଏହି ଦୁର୍ଘଟଣା । ଆହାତ ଏବଂ ମୃତାକଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପରିବାହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭେଟିବା ସହ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ବସ-ଟ୍ରକ ମୁହାଁମୁହିଁ ଧକ୍କା: 5 ମୃତ, 20ରୁ ଆହତ, ଉଦ୍ଧାର ଅପରେସନ ଜାରି
ବସ-ଟ୍ରକ ମୁହାଁମୁହିଁ ଧକ୍କା: 5 ମୃତ, 20ରୁ ଆହତ, ଉଦ୍ଧାର ଅପରେସନ ଜାରି (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟରେ ବଡ ଧରଣର ଦୁର୍ଘଟଣା ଘଟିଛି । ଏକ ଯାତ୍ରିବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 4ଜଣଙ୍କ ମୃତ୍ୟୁ ଘଟିଛି । ବସରେ 20ରୁ ଅଧିକ ଯାତ୍ରୀ ଥିଲେ । 6 ଗୁରୁତରଙ୍କ ସମେତ ସମସ୍ତଙ୍କୁ ସ୍ଥାନୀୟ ‘ଏମକେସିଜି’ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ ଓ ଅନ୍ୟ ଜରୁରୀ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନି । ସେପଟେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ପରିବାହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: 4 ମୃତ, 20ରୁ ଆହତ, ଉଦ୍ଧାର ଅପରେସନ ଜାରି (ETV Bharat Odisha)

ବସ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ଖମ୍ବେଶ୍ବରୀ’ ନାମକ ଏକ ଘରୋଇ ବସ ଭବାନୀପାଟଣାର ମୁଖିଗୁଡାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା । ଆଜି ଭୋର ସମୟରେ ହିଞ୍ଜିଳିର ସମରଝୋଳ ଛକ ନିକଟରେ ବିପରୀତ ଦୀଗରୁ ଆସୁଥିବା ଏକ ଟ୍ୟାଙ୍କର ସହ ବସଟି ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂନା ହୋଇଯିବା ସହ ଓଟଲି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରିଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ ବସରୁ ବାହାର କରାଯାଇ ହସ୍ପିଟାଲକୁ ପଠାଇଛି ପ୍ରଶାସନ ।

ବସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: 4 ମୃତ, 20ରୁ ଆହତ, ଉଦ୍ଧାର ଅପରେସନ ଜାରି

ଦୁର୍ଘଟଣାରେ ଗଲା ୪ ଜୀବନ:

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସ ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି । ଦୁଇଟି ଦୁର୍ଘଟଣାଗ୍ରସ୍ତ ଗାଡି ରାସ୍ତା ମଝିରେ ପଡିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଥିବାରୁ ରାସ୍ତାରୁ ଗାଡିକୁ ହଟାଇବା କାମ କରୁଛି ପୋଲିସ । ପରେ ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ତେବେ ଏହି ଅଞ୍ଚଳରେ ବାରମ୍ବାର ସଡ଼କ ଦୁର୍ଘଟଣାରେ ଏଭଳି ଧନ ଜୀବନହାନୀ ହେଉଥିବା ବେଳେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ପୁଅର ଅମାନୁଷିକ କାଣ୍ଡ; ନିଜ ବାପା କାର୍‌କୁ ଧକ୍କା ଦେଇ ଠେଲିନେଲା, ଭିଡିଓ ଭାଇରାଲ - Son Hit Fathers Car

ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ:ପରିବହନ ମନ୍ତ୍ରୀ (ETV Bharat Odisha)

ଆହତଙ୍କୁ ଭେଟିଲେ ରାଜ୍ୟ ପରିବହନ ମନ୍ତ୍ରୀ:

ଦୁର୍ଘଟଣାରେ ୪ ଜଣଙ୍କ ପ୍ରାଣହାନୀ ଘଟିବା ସହିତ ୧୨ ଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆହତ ଏବଂ ମୃତାକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏନେଇ ସେ କହିଛନ୍ତି,"କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହାର ଅନୁଧ୍ୟାନ କରାଯିବ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରଶାସନ ଏବଂ ପୋଲିସ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବାବେଳେ ସମସ୍ତ ସେବା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଦୁର୍ଘଟଣାଟି ବେପରୁଆ ଗାଡ଼ି ଚାଳନାରୁ ହୋଇଥିବା ଅନୁମାନ କରାଯାଉଛି । ଗଞ୍ଜାମରେ ଯେପରି ସଡ଼କ ଦୁର୍ଘଟଣାର ପୁନରାବୃତ୍ତି ହେବ ନାହିଁ ତାହାର ବ୍ୟବସ୍ଥା କରାଯିବ । ତେବେ ଏହି ଘଟଣାର ତଦନ୍ତ ହେବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଗଞ୍ଜାମ

Last Updated : Aug 22, 2024, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.