ETV Bharat / state

ଦୂଷିତ ପାଣି ଯୋଗୁଁ ବ୍ୟାପିଲା ଝାଡାବାନ୍ତି, ସ୍ଥିତି ପରଖିଲା ସ୍ୱାସ୍ଥ୍ୟ ବିଭାଗ - DIARRHEA OUTBREAK IN koraput

author img

By ETV Bharat Odisha Team

Published : Jun 12, 2024, 2:37 PM IST

DIARRHEA OUTBREAK IN KORAPUT: କୋରାପୁଟ ସେମିଳିଗୁଡା ବ୍ଲକର ସୁବାଈ ପଞ୍ଚାୟତର ଗୌଡ଼ ସାହିରେ ବ୍ୟାପିଛି ଝାଡାବାନ୍ତି । 2 ଦିନରେ ଗ୍ରାମରେ 38 ଜଣ ଆକ୍ରାନ୍ତ । ଅଧିକ ପଢନ୍ତୁ

DIARRHEA OUTBREAK IN KORAPUT
DIARRHEA OUTBREAK IN KORAPUT (ETV Bharat Odisha)

କୋରାପୁଟ: ଦୂଷିତ ପାଣି ବ୍ୟବହାର କରିବା ଯୋଗୁ ଗାଁରେ ବ୍ୟାପିଲା ଝାଡାବାନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କଲେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବିଧାୟକ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ସୁବାଈ ପଞ୍ଚାୟତର ଗୌଡ଼ ସାହିରେ ଦୂଷିତ ପାନୀୟ ଜଳ ବ୍ୟବହାର କରିବା ଦ୍ଵାରା 2 ଦିନ ଧରି ଗ୍ରାମରେ 38 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।

ଗୌଡ଼ ସାହିରେ ଗୋଟେ ନଳକୂପ ରହିଥିବା ବେଳେ ବହୁ ପୁରାତନ କୂଅ ଗୋଟିଏ ରହିଛି । ଗ୍ରାମବାସୀ ବର୍ଷ ତମାମ ଏହି କୂଅ ପାଣି ବ୍ୟବହାର କରି ଆସୁଛନ୍ତି । ଏହି କୂଅର ଦୂଷିତ ପାଣି ବ୍ୟବହାର କରିବା ଦ୍ଵାରା ଗାଁରେ ଝାଡାବାନ୍ତି ବ୍ୟାପିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । କୂଅ ଚାରିପଟେ ଦୂଷିତ ପରିବେଶ ରହିଥିବା ଏପରିକି ସାହିର ଦୂଷିତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଦୂଷିତ ଜଳ କୂଅ ମଧ୍ୟକୁ ଯାଇ କୂଅ ଜଳକୁ ଦୂଷିତ କରିଥିବା ଏବଂ ସେହି ଦୂଷିତ ଜଳକୁ ସାହିର ଲୋକେ ବ୍ୟବହାର କରିଥିବା ଯୋଗୁଁ ଏପରି ଝାଡାବାନ୍ତି ବ୍ୟାପିଥିବା ଜଣା ପଡ଼ିଛି ।

ଗୌଡ଼ ସାହିରେ ଝାଡାବାନ୍ତି ବ୍ୟାପିଥିବା ଖବର ପାଇବା ପରେ ସଙ୍ଗେ ସଙ୍ଗେ ମେଡିକାଲ ଟିମ୍ ସହିତ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । କୂଅରୁ ପିଇବା ପାଇଁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ପାଣିକୁ ପରୀକ୍ଷା ପାଇଁ ପଠା ଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ନାଳ ନର୍ଦ୍ଦମାରେ ବ୍ଲିଚିଙ୍ଗ ପାଉଡର ପକା ଯାଇଛି । କୂଅ ପାଣି ବ୍ୟବହାର ନକରିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ବର୍ଷା ପୂର୍ବରୁ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; ଫୋକସରେ ଡାଇରିଆ-ମ୍ୟାଲେରିଆ-ଡେଙ୍ଗୁ - Waterborne Diseases In Odisha

ଆଜି ସୁଦ୍ଧା ଗ୍ରାମରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ 38 ଜଣଙ୍କୁ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ରୋଗୀ ଏବେ ସୁସ୍ଥ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଗ୍ରାମରେ ରହିଥିବା ଅନ୍ୟ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି । ଗ୍ରାମରେ ଥିବା ଗୋଟେ ନଳକୂଅରୁ ପାଣି ସଂଗ୍ରହ କରି ସେଇ ପାଣିକୁ ଫୁଟାଇ ବ୍ୟବହାର କରିବା ପାଇଁ କୁହା ଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.